ମନୋରଞ୍ଜନ

ବଢିଲା ଭାରତୀ ଏବଂ ହର୍ଷଙ୍କ ସମସ୍ୟା, ଡ୍ରଗ୍ସ ମାମଲାରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନସିବି

ପୁଣି ମୁସ୍କିଲରେ ପଡିଲେ କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଏନସିବି ଦୁହିଁଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ଦୁହେଁ ପୂର୍ବରୁ ଜେଲ ମଧ୍ୟ ଯାଇଥିଲେ। ତେବେ ଏବେ ଦୁହେଁ ଜାମିନରେ ରହିଛନ୍ତି।

ସୂଚନା ମୁତାବକ, ଏନସିବି କେମଡି କୁଇନ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ବିପ୪ରେ କୋର୍ଟରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ ଡ୍ରଗ୍ସ ମାମଲାରେ ଫାଇଲ କରାଯାଇଛି। ଏହି ମାମଲାରେ ପୂର୍ବରୁ ଦୁହେଁ ଗିରଫ ହୋଇଥିଲେ। ତା’ ପରେ ଦୁହେଁ ଜାମନିରେ ଆସିଥିଲେ। ପୂର୍ବରୁ ଏନସିବି ଏହି ଦମ୍ପତିଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଯେଉଁଠୁ ଗଞ୍ଜେଇ ଜବତ କରିଥିଲା। ପରେ ପଚରାଉଚରା ବେଳେ ସେମାନେ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର କରିଥିଲେ।

୨୦୨୦ରେ ଏନସିବି  ଭାରତୀ ସିଂଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିଥିଲା। ଏହି ସମୟରେ ଏନସିବି ୮୬.୫୦ ଗ୍ରାମ୍ ଗଞ୍ଜେଇ ଉଦ୍ଧାର କରିଥିଲା। ଏହି ମାମଲାରେ ଦୁହିଁଙ୍କୁ ଅନେକ ଘଣ୍ଟା ପଚରାଉଚରା କରାଯାଇଥିଲା। ଯେଉଁଠାରେ ଦମ୍ପତି ଡ୍ରଗ୍ସ ସେବନ କରିଥିବା ସ୍ୱୀକାର ମଧ୍ୟ କରିଥିଲେ। ଜଣେ ଡ୍ରଗ୍‌ ପେଡଲରଙ୍କୁ ଜେରା ବେଳେ ସେ ଭାରତୀଙ୍କ ନାଁ କହିଥିଲେ । ଭାରତୀଙ୍କ ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରିଥିଲା ଏନସିବି ଟିମ୍‌ ।

ବର୍ତ୍ତମାନ ଏନସିବି ଏହି ମାମଲାରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ସଂସ୍ଥାର ଅନୁସନ୍ଧାନରେ କେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ। ତେବେ ଭାରତୀ ଏବଂ ହର୍ଷ ଏବେ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ହେଲେ ଏହି ଘଟଣା ପରେ ଦୁହିଁଙ୍କ ମୁସ୍କିଲ ନିଶ୍ଚିତ ଭାବେ ବଢିଯିବ ବୋଲି ଫ୍ୟାନ୍ସ କହୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button