କ୍ରାଇମ

ଠକିଦେଲେ ଭଣ୍ଡ ବାବା: ପ୍ରତିଶ୍ରୁତି ଦେଲେ, ବାହା ହେଲେନି – Utkal Mail


ଧଉଳି: ଗ୍ରହଦୋଷ ଖଣ୍ଡନ କରିବାକୁ ବାବାଙ୍କ ଶରଣ ନେଇଥିଲେ ବିବାହିତା ମହିଳା। କିନ୍ତୁ ଗ୍ରହଦୋଷ ଖଣ୍ଡନ ହେବ କ’ଣ ମହିଳା ବାବାଙ୍କ ପ୍ରେମରେ ପଡ଼ିଗଲେ। ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ବାବା ଲକ୍ଷାଧିକ ଟଙ୍କା ନେଇଗଲେ। କିନ୍ତୁ ଟଙ୍କା ହାତେଇବା ପରେ ବାବା ଆଉ ଧରାଛୁଆଁ ଦେଲେନି। ବାହା ହେବାକୁ ମନା କରିଦେଲେ। ଏଣେ ସବୁ କଥା ଜାଣିବା ପରେ ମହିଳାଙ୍କ ସ୍ବାମୀ, ସ୍ତ୍ରୀଙ୍କଠାରୁ ମୁହଁ ଫେରାଇବାକୁ ବସିଛନ୍ତି। ତେଣୁ ମହିଳାଜଣଙ୍କ କେଉଁ କୂଳର ହୋଇନପାରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ବାବାଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ମହିଳା। ପୁଲିସ ବାବାଙ୍କୁ ଆଣି ପଚରାଉଚରା କରୁଛି। ଘଟଣାଟି ଆଜି ଧଉଳି ଥାନା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ମହିଳା ଜଣଙ୍କ ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବା ବାବାଙ୍କ ସହ ସମ୍ପର୍କରେ ଆସିଥିଲେ। ମହିଳା ଜଣଙ୍କ ବିବାହିତ ଏବଂ ତାଙ୍କର ଏକ ଛୋଟ ପୁଅ ଅଛି। ଗ୍ରହଦୋଷ ଖଣ୍ଡନ ପାଇଁ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାବାଙ୍କ ପାଖକୁ ନିୟମିତ ଆସୁ ଆସୁ ବାବାଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେମାନେ ରୀତିମତ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ସେମାନଙ୍କ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବାରେ ଲାଗିଲା। ପ୍ରେମ ସମ୍ପର୍କ ସବୁଦିନିଆ ସ୍ବାମୀ-ସ୍ତ୍ରୀର ସମ୍ପର୍କ ଆଡ଼କୁ ବଢ଼ିଲା। ବାବା ତାଙ୍କୁ ବାହା ହେବେ ବୋଲି ପ୍ରସ୍ତାବ ଦେଲେ। ମହିଳା ବି ରାଜି ହୋଇଗଲେ। ଏହି ସୁଯୋଗରେ ବାବା ବିଭିନ୍ନ ଅସୁବିଧା ଦେଖାଇ ମହିଳାଙ୍କଠାରୁ ଟଙ୍କା ନେଇଚାଲିଲେ। ସ୍ୱାମୀଙ୍କୁ ନଜଣାଇ ମହିଳା ଟଙ୍କା ଦେଇ ଚାଲିଥିଲେ। ତେବେ ସେମାନଙ୍କ ଗୋପନ ସମ୍ପର୍କ ବେଶି ଦିନ ଅଛପା ରହିଲା ନାହିଁ। ମହିଳାଙ୍କ ସ୍ୱାମୀ ଏସମ୍ପର୍କରେ ଜାଣିବା ପରେ ପରିବାରରେ ପ୍ରବଳ ଝଗଡ଼ା ହେଲା। ଏହାପରେ ମହିଳା ଜଣଙ୍କ ବାବାଙ୍କୁ ବିବାହ ପାଇଁ ଜିଦ୍‌ ଧରିଥିଲେ। ହେଲେ ବାବା ବିବାହ ପାଇଁ ଆଉ ରାଜି ହୋଇନଥିଲେ। ବାବା ପାଲଟା ମହିଳାଙ୍କୁ ନାନା ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button