ଇସ୍ରୋ ଗବେଷଣା କେନ୍ଦ୍ର ବୁଲି ଦେଖିବେ ଛାତ୍ରଛାତ୍ରୀ, ମେ’ ୨୪-୨୮ ପର୍ଯ୍ୟନ୍ତ ଚାଲିବ ଏହି ଶୈକ୍ଷିକ ପରିଭ୍ରମଣ

ଭୁବନେଶ୍ବର: ୟାଟସ ବିଜେତାଙ୍କ ଶୈକ୍ଷିକ ପରିଭ୍ରମଣ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଯିବେ ୩୦ ଛାତ୍ରଛତ୍ରୀ। ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନିଟୋରିୟମର ମିଳିତ ଉଦ୍ୟମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବଛାବଛା ୩୦ ଛାତ୍ରଛାତ୍ରୀ ଆଜି ବାଙ୍ଗୋଲୋର ଯିବେ । ବାଙ୍ଗାଲୋରରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ ଏବଂ ୟୁ ଆର ସାଟେଲାଇଟ୍ ସେଣ୍ଟର୍ ପରିଭ୍ରମଣ କରିବେ । ୫ ଦିନ ଧରି ବିଭିନ୍ନ ସେଣ୍ଟର ବୁଲିବା ସହ ବୈଜ୍ଞାନିକ ମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ ।
ଏଭଳି ଆୟୋଜନ ପ୍ରତି ବର୍ଷ କରାଯାଇଥାଏ, ତେବେ ତଳିତ ବର୍ଷ ସର୍ବାଧିକ ୩୦ ଜଣ ପିଲାଙ୍କୁ ଏହି ସୁଯୋଗ ମିଳିଛି ଏବଂ ଆସନ୍ତା ବର୍ଷ ୬୦ ପିଲା ଯିବା ନେଇ ବ୍ୟବସ୍ଥା କରାଯାଉଛି । ଏହି ଶୈକ୍ଷିକ ପରିଭ୍ରମଣ ୯ମ ଓ ୧୦ ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ଖୁବ୍ ଲାଭପ୍ରଦ ହେବ ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରିନ୍ସପାଲ ସେକ୍ରେଟେରୀ ଚିତ୍ରା ଆରୁ ମୁଗମ୍ । ତେବେ ଏହି ପରିପ୍ରେକ୍ଷୀରେ ପ୍ଲାନିଟୋରିୟମ ପରିସରରୁ ଏକ ବସ୍ ରେ ଛାତ୍ରଛାତ୍ରୀ ବସି ଯାତ୍ରା ଆରମ୍ଭ କରିଥିଲେ ଏବଂ ଏହି ବସ୍ କୁ ପତାକା ଦେଖାଇ ଉଦଘାଟନ କରିଥିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଟାଟା ଷ୍ଟିଲ କମୁନିକେସନ୍ ମୁଖ୍ୟ ଓ ପ୍ଲାନିଟୋରିୟମ ନିର୍ଦେଶିକା ପ୍ରମୁଖ ।
ଚଳିତ ବର୍ଷ ପ୍ରାୟ ୭୦ ହଜାର ପିଲା ଏଥିରେ ଭାଗ ନେଇଥିବା ବେଳେ ୩୦ ଜଣ ପିଲା ବାଙ୍ଗଲୋର ଯିବାର ସୁଯୋଗ ପାଇଛନ୍ତି । ସରକାରଙ୍କ ଏଭଳି କାର୍ଯ୍ୟକ୍ରମଙ୍କୁ ବହୁତ୍ ପ୍ରଶଂସା କରିଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ ।