ଦେଶ ବିଦେଶ

ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ବିରୋଧରେ କୌଣସି ପ୍ରମାଣ ନାହିଁ : ହରିୟାଣା ପୁଲିସ୍ – Utkal Mail


ନୂଆଦିଲ୍ଲୀ: ହରିୟାଣାର ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି ହରିୟାଣା ପୁଲିସ । ପୁଲିସ କହିଛି ଯେ,  ଉତ୍ତେଜନାମୂଳକ ଭାଷଣକୁ ନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ହରିୟାଣାର ଆଇନ ଶୃଙ୍ଖଳା ଏଡିଜି ମମତା ସିଂହ ଗଣମାଧ୍ୟମକୁ ଏକ  ସାକ୍ଷାତକାର ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଗୋରକ୍ଷକଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ଜୁଲାଇ ୩୧ ଗସ୍ତ ପୂର୍ବରୁ ମାନେସରଙ୍କ ସୋସିଆଲ ମିଡିଆ ପୋଷ୍ଟର ଅଡିଓରେ ସେ କହୁଛନ୍ତି, ‘ମୁଁ ଗସ୍ତ ପାଇଁ ଆସୁଛି, ଆପଣ ଏଥିରେ ଯୋଗ ଦିଅନ୍ତୁ’।

ଜୁନେଦ ଓ ନାସିରଙ୍କ ଡବଲ ମର୍ଡର ମାମଲାରେ ରାଜସ୍ଥାନ ପୋଲିସ ମାନେସରଙ୍କ ବିରୋଧରେ ମାମଲା ରୁଜୁ କରିଛି । ହତ୍ୟାକାଣ୍ଡର ୬ ମାସ ପରେ ମଧ୍ୟ ସେ ଫେରାର ଅଛନ୍ତି।  ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି ଯେ ମୋନୁ ମାନେସର ଏତେ ଦିନ ଧରି ପୁଲିସକୁ ଚକମା ଦେବା ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି। ଜୁଲାଇ ୩୧ ‘ଜଳ ଅଭିଷେକ ଯାତ୍ରା’ ପାଇଁ ନୁହରେ ତାଙ୍କ ସମ୍ଭାବ୍ୟ ଉପସ୍ଥିତିକୁ ନେଇ ସ୍ଥାନୀୟ ମୁସଲିମ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ହରିୟାଣା ପୋଲିସ ସ୍ପଷ୍ଟ କରିଛି ଯେ ଭିଏଚପି ସଦସ୍ୟ ବିଟ୍ଟୁ ବଜରଙ୍ଗୀଙ୍କୁ ଉତ୍ତେଜନାମୂଳକ ଭାଷଣ ପାଇଁ ନୁହେଁ, ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ଗଣମାଧ୍ୟମ ଏହାର ଅର୍ଥ ବାହାରକରୁଛି ଯେ ହିଂସା କାଣ୍ଡ ପାଇଁ ବଜରଙ୍ଗୀଙ୍କୁ ଗିରଫ କରାଯାଇଛି। କିନ୍ତୁ ଏହା ଭୁଲ । ଏହା ଦୁଇଟି ଅଲଗା ଅଲଗା ମାମଲା ।




Related Articles

Leave a Reply

Your email address will not be published. Required fields are marked *

Back to top button