ମଶା ଘର ଛାଡି ଚାଲିଯିବ । କରନ୍ତୁ ଏହି ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ ତେବେ ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ଉପକାରୀ ପ୍ରାଣୀ ରହିବା ସହିତ ଅପକାରୀ ପ୍ରାଣୀ ମଧ୍ୟ ରହିଥାଏ । ସେହି ଅପକାରୀ ପ୍ରାଣୀଙ୍କ ମଧ୍ୟରୁ ମଶା ଅନ୍ୟତମ । ଏହି ମଶା କାମୁଡିବା ଦ୍ଵାରା ମାଲେରିଆ ପରି ଅନେକ ରୋଗ ବେମାରୀ ମଣିଷକୁ ଆକ୍ରାନ୍ତ କରିଥାଏ । ବିଭିନ୍ନ ପ୍ରକାର ମଶା ଦ୍ଵାରା ବିଭିନ୍ନ ପ୍ରକାର ଶରୀରରେ ସ୍ଵାସ୍ଥ ଜନିତ ସମସ୍ଯା ଆସିଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ରାତି ସମୟରେ ବହୁତ ଅଧିକ ମାତ୍ରାରେ ମଶା ହୋଇଥାନ୍ତି ।
ତେବେ ମଶା କାମୁଡିବା କାରଣରୁ ନିଦ ଖରାପ ହେବା ସହିତ ମ୍ୟାଲେରିଆ, ଡେଙ୍ଗୁ ଭଳି ସମସ୍ଯା ହୋଇଥାଏ । ବହୁତ ଲୋକ ମଶାରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର କଏଲ୍ ବା ମଶାବତୀ ବ୍ୟବହାର କରିଥାନ୍ତି । ଏହି ମଶାବତୀରୁ ବାହାରୁଥିବା କେମିକାଲ ଯୁକ୍ତ ଧୂଆଁରୁ ସ୍ଵାସ ଜନିତ ସମସ୍ଯାରେ ବହୁତ ଲୋକ ପୀଡିତ ହୋଇଥାନ୍ତି । ସେଥିପାଇଁ ଆପଣ ଏକ ଘରୋଇ ଉପାୟରେ ଏପରି ଧୂଆଁ ପ୍ରସ୍ତୁତ କରନ୍ତୁ । ଯାହା ଦ୍ଵାରା ମଶା ହେବ ନାହିଁ କି ଏହାର ଧୂଆଁ ଆପଣଙ୍କ ଶରୀର ପକ୍ଷେ କ୍ଷତିକାରକ ହେବ ନାହିଁ ।
ତେବେ ଆପଣ କର୍ପୂରକୁ ଗୁଣ୍ଡ କରିଦିଅନ୍ତୁ । ଏବେ ଏହି ଗୁଣ୍ଡକୁ ତେଲରେ ମିକ୍ସ କରନ୍ତୁ । ଏବେ ଆପଣ ୩ ରୁ ୪ଟି ତେଜପତ୍ର ନିଅନ୍ତୁ ଏବେ ଆପଣ କୌଣସି ଏକ ପାତ୍ର ନିଅନ୍ତୁ ଯାହା ଆପଣ ପ୍ରତିଦିନ ବ୍ୟବହାର କରିପାରିବେ ।
ସେମିତି ଏକ ପାତ୍ରରେ ତେଜପତ୍ର ଛୋଟ ଛୋଟ ପିସ୍ କରି ଛିଡେଇ ପକେଇ ଦିଅନ୍ତୁ । ତାପରେ କର୍ପୂର ତେଲ ଯେଉଁ ଆପଣ ବନେଇଥିଲେ ତାହା ଆପଣ ଏଥିରେ ପକେଇ ଦିଅନ୍ତୁ । ଏହାକୁ ଭଲଭାବରେ ମିକ୍ସ କରି ଏହାକୁ ଜଳେଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଲିଭେଇ ଦିଅନ୍ତୁ ଯେମିତି ଏଥରୁ ଧୂଆଁ ବାହାରିବ । ଏହାକୁ କୌଣସି ବନ୍ଦ ଘରେ ଏହାକୁ ରଖି ଦିଅନ୍ତୁ ।
ତେବେ ଏହାକୁ ଯଦି ରୋସେଇ ଘରେ ରଖିବେ ଆଖପାଖରେ ଗୋଟିଏ ବି ମସା ମାଛି ଦେଖା ଯିବେନି । ଯଦି ଆପଣ ଏହାକୁ ଶୋଇବା ଘରେ ନେଇ ରଖିଦେବେ ଏବଂ କିଛି ସମୟ ପାଇଁ କବାଟ ବନ୍ଦ କରିଦେବେ ତେବେ ଦେଖିବେ ରାତିସାରା ଆପଣ ଆରାମରେ ଶୋଇ ପାରିବେ । ଆଖପାଖରେ ଗୋଟିଏ ବି ମସା ଦେଖା ଯିବେନି । ଏହି ଛୋଟ ଉପାୟରେ ଆପଣଙ୍କ ବଡ ଅସୁବିଧା ଶେଷ ହୋଇଯିବ ।
ଏହା ଛଡା ଆପଣ ଘରୁ ମଶା ବାହାର କରିବା ଲାଗି ଲେମ୍ବୁ ରସ ସବୁଠୁ ସହଜ ଉପାୟ । ଲେମ୍ବୁ ରସକୁ ଖାଲି ଲିକ୍ୟୁଡ୍ ରିଫଲ୍ରେ ଭରି କାନ୍ଥରେ ସ୍ପ୍ରେ କରନ୍ତୁ । ଦେଖିବେ ମଶା ଘରୁ ପଳାଇଯିବେ । ମଶାଙ୍କୁ ଲବଙ୍ଗ ଏବଂ ନଡ଼ିଆ ତେଲର ବାସ୍ନା ଆଦୌ ଭଲ ଲାଗେ ନାହିଁ । ତେଣୁ ମଶା ତଡ଼ିବା ପାଇଁ ନଡ଼ିଆ ତେଲ ଏବଂ ଲବଙ୍ଗ ତେଲ ଏକାଠି ମିଶାଇ ଏହାକୁ ନିଜ ଶରୀରରେ ଲଗାନ୍ତୁ । ଦେଖିବେ ମଶା ଆପଣଙ୍କ ପାଖ ମାଡ଼ିବେ ନାହିଁ ।
ତେବେ ଲେମ୍ବୁକୁ ଦୁଇ ଭାଗ କରି ମଝିରୁ କାଟି ଦିଅନ୍ତୁ । ଏହା ଉପରେ ୧୦ରୁ ୧୫ ଟା ଲବଙ୍ଗ ଲଗାଇ ଘରେ ରଖି ଦିଅନ୍ତୁ । ଦେଖିବେ ଘରୁ ମଶା ବାହାରିଯିବେ । ମଶା ବାହାର କରିବାକୁ ଚାହୁଁଥିଲେ ଘରେ ଓ ବହାରେ ନିମ୍ବ ତେଲ ଛିଞ୍ଚନ୍ତୁ । ମଶା ଘରୁ ବାହାରିଯିବେ । ତେବେ ତୁଳସୀ ବାସ୍ନା ମଧ୍ୟ ମଶାଙ୍କ ଲାଗି ଅସହ୍ୟ ହୋଇଥାଏ । ତେଣୁ ଘର ପାଖରେ ତୁଳସୀ ଗଛ ଲଗାଇଲେ ମଶା ଆଉ ଆସି ନ ଥାନ୍ତି ।