ନୀତି

ଚର୍ଚ୍ଚାରେ ସମୀର ଓ ପାକିସ୍ତାନୀ ଯୁବତୀଙ୍କ ପ୍ରେମ କାହାଣୀ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନର ସୀମା ହାଇଦର ଓ ଭାରତର ସଚିନ ମିଣାଙ୍କ ପ୍ରେମକାହାଣୀ ଭଳି ଆଉ ଏକ ପ୍ରେମକାହାଣୀ ଚର୍ଚ୍ଚାକୁ ଆସିଛି। ଗତକାଲି ଅର୍ଥାତ ଡିସେମ୍ବର ୫ ତାରିଖରେ ପାକିସ୍ତାନର ଯୁବତୀ ଜାଭରିୟା ଖାନମ ବିବାହ ପାଇଁ ଓ୍ୱାଘା-ଅଟାରୀ ସୀମା ଦେଇ ଭାରତର  ଅମୃତସରରେ ପହଞ୍ଚିଛନ୍ତି। ୨୦୧୮ରେ ଜାଭରିୟା ଖାନମଙ୍କ ନିର୍ବନ୍ଧ ଶେଷ ହୋଇଥିବ‌ା ବେଳେ  ବିବାହ ଆଗାମୀ ବର୍ଷ ଜାନୁଆରି ୬ ତାରିଖରେ ହେବ ବୋଲି ସୂଚନା ମିଳିଛି।

ଜାଭରିୟାଙ୍କୁ ବିବାହ କରିବାକୁ ଯାଉଥିବା ସମୀର ନିଜର ପ୍ରେମକୁ ନେଇ କହିଛନ୍ତି, ‘ଥରେ ମୁଁ ମା’ଙ୍କ ଫୋନ ଖେଳାଉଥିବା ବେଳେ ଜାଭରିୟା ଖାନମଙ୍କ ଫଟୋ ଦେଖିବାକୁ ପାଇଥିଲି। ଜାଭରିୟାଙ୍କ ଫଟୋ ଦେଖିବା ପରେ ଏଝିଅ କିଏ ବୋଲି ମା’ଙ୍କୁ ପଚାରିଥିଲି। ଏହାପରେ ମା’ କହିଥିଲେ କରାଚୀରେ ରହୁଥିବା ମୋର ଜଣେ ସମ୍ପର୍କୀୟ ଅଜମତ ଇସ୍ମାଇଲ ଖାନଙ୍କ ଝିଅ। ସେବେଠାରୁ ଜାଭରିୟା ଖାନମଙ୍କୁ ମୁଁ ମନେମନେ ଭଲ ପାଇ ବସିଥିଲି। ଭାଗ୍ୟକୁ ଜର୍ମାନରେ ପଢ଼‌ାପଢ଼ା ସମୟରେ ମୋର ଜାଭରିୟା ଖାନମଙ୍କ ସହିତ ଭୋଟ ହୋଇଥିଲା।

କିଛି ଦିନ ଜାଭରିୟା ଖାନମଙ୍କ ସହିତ ମିଶିବା ପରେ ମୁଁ ମୋର ମନର କଥା ତାଙ୍କୁ ଓ ମା’ଙ୍କୁ ଖୋଲି କହିଥିଲି। ଜାଭରିୟା ବି ମୋ ମନକୁ ବୁଝି ମୋର ପ୍ରେମ ପ୍ରସ୍ତାବକୁ ଆପଣାଇ ନେଇଥିଲେ। ଆଉ ବିବାହ ପାଇଁ ପରସ୍ପରକୁ କଥା ବି ଦେଇଥିଲୁ। କିଛିଦିନ ମଧ୍ୟରେ ଆମର ନିର୍ବନ୍ଧ ହୋଇ ଯାଇଥିଲା। ବିବାହ ପାଇଁ ଯୋଜନା ଚାଲିଥିବା ବେଳେ କରୋନା ମାଡ଼ି ଆସିଥିଲା। ଏହି କାରଣରୁ ଆମ ଦୁହିଁଙ୍କୁ ନିଜନିଜ ଦେଶକୁ ଫେରିବାକୁ ପଡ଼ିଥିଲା। ଦୀର୍ଘ ୫ବର୍ଷର ଅପେକ୍ଷା ପରେ ପରିବାରଲୋକଙ୍କ ସମର୍ଥନରେ ଜାଭରିୟା ଓ ମୁଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଜାଭରିୟା ବି ଭାରତରେ ଆସି ପହଞ୍ଚିଯାଇଛନ୍ତି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button