ପାରାଦୀପ ଜୟଦେବ ସଦନରେ ମହିଳା ସମାନତା ଦିବସ ରେ ନାଟକ ମହୋତ୍ସବ
ପରାଦୀପ,: ମାଇ ଡେନ୍ତିଷ୍ଟ ଓ ଶ୍ରୀ ସାଇ ହସ୍ପିଟାଲ, ପାରାଦୀପ ଲେଡ଼ିଜ କ୍ଲବ୍ ସମେତ ଅଞ୍ଚଳର ସମସ୍ତ ଲେଡିଜ୍ କ୍ଲବ୍ ସହଯୋଗରେ ସ୍ଥାନୀୟ ଜୟଦେବ ସଦନ ଠାରେ ଏକ ନାଟକ ମହୋତ୍ସବ ଆୟୋଜନ କରିଥିଲେ। ମହିଳା ସମାନତା ଦିବସ ଅବସରରେ ଇଫକୋ ଓ ଆଇଓସିଏଲ ଲେଡିଜ୍ କ୍ଲବ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମହିଳାଙ୍କ ଉପରେ ପର୍ଯ୍ୟବେଷିତ ବ୍ୟଙ୍ଗ ନାଟକ ପାରିବେଷିତ ହୋଇଥିଲା l ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ଏବଂ ଇଫକୋ ୟୁନିଟ୍ ମୁଖ୍ୟ କେଜେ ପଟେଲ ଆୟୋଜକମାନଙ୍କୁ ପ୍ରଶଂସା କରି ଆଗାମୀ ବର୍ଷରେ ସମାନ କାର୍ଯ୍ୟକ୍ରମ କରିବାକୁ ଉତ୍ସାହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ୪୦ ଜଣ ମହିଳାଙ୍କୁ ସମାଜରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ‘ମାନନିୟା’ ସଂସ୍ଥାର ପ୍ରତିଷ୍ଠାତା ତଥା କାର୍ଯ୍ୟକ୍ରମର ଆୟୋଜକ ଡା. ଅରୋବିନ୍ଦ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ନାଟକର ବିଚାରପତି ଭାବେ ଡା. ରଞ୍ଜିତା ପଟ୍ଟନାୟକ, ଡା.କାଟାୟନୀ ଏବଂ ଅଭିନେତ୍ରୀ ଅଞ୍ଜନା ଦାସ ରହିଥିଲେ। ଶେଷରେ ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟା ପ୍ରୀତି ଆରତୀ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।