ଓଡିଶା

ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ: ରାସ୍ତାଘାଟ ଶୂନଶାନ୍, ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ

ରାୟଗଡ଼ା: ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ୪ ଦିଗରେ ବିକ୍ଷୋଭକାରୀମାନେ ଜଗିରହି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଯାହାଦ୍ୱାରା ଅନେକ ଯାନବାହାନ ଅଟକିରହିଥିବା ବେଳେ ରାୟଗଡ଼ା ସହର ଖାଁଖାଁ ହୋଇଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କର ସାତ ଜଣିଆ ଖଣ୍ଡପୀଠ କୋଟା ଭିତରେ କୋଟା ଓ କ୍ରିମିଲୟର ବା ସବ୍ କେଟଗରିସେସନ୍ ଏଣ୍ଡ କ୍ରିମିଲୟର୍ ଇନ୍ ଏସଟି ଏସସି ରିଜରଭେସନ୍ ରାୟ ବିରୋଧରେ ଆଜି ସର୍ବ ଭାରତୀୟ ସ୍ତରରେ ଭାରତ ବନ୍ଦ କରାଯାଉଥିବା ବେଳେ ରାୟଗଡ଼ାରେ ମଧ୍ୟ ବନ୍ଦ ପାଳନ ହୋଇଛ।

 

ସକାଳୁ ସକାଳୁ ରାୟଗଡ଼ା ଜିଲ୍ଲା ଏସଟି ଏସସି ସମାଜ ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଏସସି ଓ ଏସଟି ସମାଜର ଶତାଧିକ କର୍ମୀ ପିକେଟିଂ କରି ଲୋକମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଫଳରେ ସହରର ସମସ୍ତ ଦୋକାନ ବଜାର ଓ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବ୍ୟାଙ୍କ ପ୍ରତିଷ୍ଠାନ ବି ବନ୍ଦ ରଖାଯିବ ବୋଲି କୁହାଯାଇଛି। ସମାଜ ଅଭିଯୋଗ କରିଛି ଯେ ଏସଟି ଏସସି ଙ୍କ ସଂରକ୍ଷଣ ରାୟ ଉପରେ ଯେଉଁ ଉପ ବର୍ଗୀକରଣ ଓ କ୍ରିମିଲୟର ରାଜ୍ୟମାନଙ୍କରେ ଲାଗୁ କରିବା ପାଇଁ ଦେଇଥିବା ରାୟ ଦେଶର ସମସ୍ତ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅସନ୍ତୋଷ ଓ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। ବାବା ସାହେବ ଅମ୍ବେଦକରଙ୍କ ସମ୍ବିଧାନରେ ସେମାନଙ୍କୁ ଯେଉଁ ସାମାଜିକ, ରାଜନୈତିକ ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯାଇଛି ତାହାକୁ ଖତମ୍ କରିବା ଓ ଏସସି ଏସଟି ତାଲିକାରେ ଥିବା ଉପଜାତିମାନଙ୍କ ଭିତରେ ଭେଦଭାବ ସୃଷ୍ଟି କରି ସେମାନଙ୍କ ଏକତାକୁ ନଷ୍ଟ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button