କ୍ରୀଡା

ବାବରଙ୍କୁ ଜୋତା ମାରିବାକୁ ଇଚ୍ଛା ହେଉଛି; ଟିମ୍ ହାରିବା ପରେ ବାବର ଆଜମଙ୍କୁ ଟ୍ରୋଲ କଲେ ପାକିସ୍ତାନୀ – Utkal Mail


କଲମ୍ବୋ: ଚଳିତ ଏସିଆ କପ୍‌ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି (୧୨୨*) ଓ କେଏଲ୍ ରାହୁଲ (୧୧୧*)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍‌ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ। ତେବେ ପାକିସ୍ତାନକୁ ହରାଇ ଭାରତ ଜିତିବା ପରେ ଏବେ ପାକ୍ ଟିମକୁ ଟ୍ରୋଲ ହେବାକୁ ପଡ଼ିିଛି।

ପାକିସ୍ତାନବାସୀ ସୋସିଆଲ ମିଡିଆରେ ପାକ୍ କ୍ରିକେଟ ଟିମର ଅଧିନାୟକ ବାବର ଆଜମଙ୍କୁ ଜୋତା ମାରିବା କଥା ଲେଖିଛନ୍ତି। ଏହା ସହ ପାକିସ୍ତାନୀ ‌ହୋଇ ବି ବିରାଟ କୋହଲୀ ଶତକ ମାରିବାର ଖୁସି ମନାଉଛୁ ବୋଲି କିିଛି ଲୋକ ଲେଖିଥିବା ଦେଖାଯାଇଛି।

 

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବେଳେ ବେଳେ ବାବରଙ୍କ ଅଧିନାୟକତ୍ବ ଦେଖି ତାଙ୍କୁ ଜୋତା ମାରିବାକୁ ଇଚ୍ଛା ହୁଏ।

ଅନ୍ୟଜଣେ ଲେଖିଛନ୍ତି, “ଯଦି ଆପଣ କେବେ ବିଫଳ ବୋଲି ଭଳି ଅନୁଭବ କରନ୍ତି ତେବେ ଜାଣି ରଖନ୍ତୁ ଯେ, କିଛି ପାକିସ୍ତାନୀ ବିରାଟ କୋହଲି ଶତକ ମାରିବାର ଖୁସିକୁ ପାଳନ କରୁଛନ୍ତି।”

 

ଆଉ ଜଣେ ଲେଖିଛନ୍ତି, ଆମର ରନ୍ ହାର୍ ଆମ ଦେଶର ଅର୍ଥନୀତିଠାରୁ ବି ଖରାପ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button