ସ୍ୱାସ୍ଥ୍ୟ

ଖରାରେ ମୁହଁ ଟ୍ୟାନ ଦିଶୁଛି, ଏହି ଘରୋଇ ଟିପ୍ସ ଦୂର କରିବ ସମସ୍ୟା

ବାହାରେ ହେଉଥିବା ଉତ୍ତାପରେ ମଣିଷ ପୁରା କିଲବିଲ ହେଉଛନ୍ତିl ଏହା ପରେ ବାହାରକୁ ଯିବା ଆସିବା କରିବା ଦ୍ୱାରା ମୁହଁ କଳା ପଡିଯିବା ଗୋଟିଏ ସାଧାରଣ ସମସ୍ୟା l ଏବଂ ଏହି ଋତୁରେ ପ୍ରଦୂଷଣ ମଧ୍ୟ ଖୁବ ଦ୍ରୁତ ବେଗରେ ହୋଇଥାଏ l କିନ୍ତୁ ଏହି ସନ୍-ଟ୍ୟାନ କୁ ଆମେ କିଛିଟା ଘରୋଇ ଉପାୟକୁ ଆପଣାଇ ଖୁବ ସହଜ ରେ ଦୂର କରିପାରିବା l

ତେବେ ଆସନ୍ତୁ ଜାଣିବା…

ବେସନ ଓ ଦହିର ଗୋଟିଏ ପ୍ୟାକ ପ୍ରସ୍ତୁତ କରନ୍ତୁ ।କାରଣ ଏହା ଗୋଟିଏ ସୁନ୍ଦର ସନ୍-ଟ୍ୟାନ ରିମୁଭlଯାହା ପ୍ରତ୍ୟେକ ଘରେ ଉପଲବ୍ଧ  l ବେସନ ଗୋଟିଏ ପ୍ରାକୃତିକ ସ୍କ୍ରବ ଓ ଏହା ଡେଡ ସେଲ ଗୁଡିକୁ ହଟାଇବାରେ ସାହାଯ୍ୟ କରିଥାଏ l ଏବଂ ଦହିରେ ଥିବା ଲାକଟିକ ଏସିଡ ତ୍ୱଚା କୁ ସଫା ରଖିବାରେ ସାହାଯ୍ୟ କରିଥାଏ l

ମହୁ ଓ ଚିନି ଗୋଟିଏ ଭଲ ସ୍କ୍ରବ ଭାବରେ କାର୍ଯ୍ୟ କରିଥାଏ, ଏହା ତ୍ୱଚାକୁ କୋମଳ କରିବା ସହିତ ସଫା କରିବାରେ ସାହାଯ୍ୟ କରିଥାଏ l ମହୁ ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ତ୍ୱଚା କୁ ପୋଷଣ ଦେଇଥାଏ ଓ ଚିନି ପ୍ରାକୃତିକ ସ୍କ୍ରବ ଭାବରେ କାର୍ଯ୍ୟ କରେ l ଗୋଟିଏ ପାତ୍ରରେ ଆବଶ୍ୟକ ମୁତାବକ ମହୁ ଓ ଚିନିକୁ ମିଶାଇ ଗୋଟିଏ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ l ଏବଂ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ତ୍ୱଚା ରେ ରଖି ଧୋଇ ଦିଅନ୍ତୁ l

ଏଲୋବେରା ଓ ଲେମ୍ବୁ ର ରସ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ଏଲୋଭେରା ରେ ଆଣ୍ଟିଇମ୍ଫ୍ଲମେଟ୍ରି ଗୁଣ ରହିଛି ଯାହା ତ୍ୱଚାକୁ ନରମ କରିଥାଏ ଏବଂ ଲେମ୍ବୁ ରସ ହେଉଛି ଗୋଟିଏ ପ୍ରାକୃତିକ ବ୍ଲିଚ ଏହା ତ୍ୱଚାକୁ ସଫା ରଖିବାରେ ସାହାଯ୍ୟ କରିଥାଏ l ଆପଣ ଏହାର ଏକ ପ୍ୟାକ ବ୍ୟବହାର କରି ପାରିବେl

ହଳଦୀ ଓ ଦୁଗ୍ଧ ର ଲେପ ତ୍ୱଚା କୁ କୋମଳ ଓ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ହଳଦୀ ଆଣ୍ଟି ସେପ୍ଟିକ ଗୁଣରେ ଭରପୁର , ଯାହାକି ବିଭିନ୍ନ ସଂକ୍ରମଣ ଠାରୁ ଦୁରେଇ ରଖିଥାଏ l ଦୁଗ୍ଧ ରେ ଥିବା ଲାକଟିକ ଏସିଡ ତ୍ୱଚା ର ଦାଗ ଦୂର କରିଥାଏ l

Related Articles

Leave a Reply

Your email address will not be published. Required fields are marked *

Back to top button