ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା, ଏଣିକି ମାଗଣାରେ ମିଳିବ ବିଜୁଳି କନେକ୍ସନ୍, କରନ୍ତୁ ଆବେଦନ

ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା ଭାବରେ ଜଣାଶୁଣା ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା । ଯାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୧ ଅକ୍ଟୋବର ୨୦୧୭ ରେ ଆରମ୍ଭ କରାଯାଇଥିଲା।

ଏହି ଯୋଜନା ଅଧୀନରେ, ସରକାର ଏପରି ସମସ୍ତ ଘରକୁ ବିଦ୍ୟୁତ୍ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି।ଯାହାକି ଦାରିଦ୍ର୍ୟ ହେତୁ ବିଦ୍ୟୁତରୁ ବଞ୍ଚିତ ହୋଇଛି, ତେବେ ଏହିପରି ସମସ୍ତ ଯୋଗ୍ୟ ପରିବାରଙ୍କୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଯୋଗାଇ ଦେଇଛନ୍ତି।

ପ୍ରଧାନ ମନ୍ତ୍ର ସୌଭାଗ୍ୟ ଯୋଜନା ସହିତ ଆଲୋକ, ରନ୍ଧନ ଏବଂ ଅନ୍ୟାନ୍ୟ ଘରୋଇ କାର୍ଯ୍ୟକଳାପ ଭଳି ବିଭିନ୍ନ ଆବଶ୍ୟକତା ପାଇଁ ବିଦ୍ୟୁତ୍ ଯୋଗାଇ ସେମାନଙ୍କ ଜୀବନରେ ଉନ୍ନତି ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପିଏମ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଦେଶର ସମସ୍ତ ପରିବାରକୁ ବିଦ୍ୟୁତ ଯୋଗାଇବା ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ଏହା ନିଶ୍ଚିତ ହେବା ଉଚିତ ଯେ ପ୍ରତ୍ୟେକ ଗ୍ରାମ ଏବଂ ଘରକୁ ବିଦ୍ୟୁତ୍ ଯୋଗାଣ ପାଇଁ ଭିତ୍ତିଭୂମି ଅଛି ଏହି ଯୋଜନା ମାଧ୍ୟମରେ ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଆବେଦନକାରୀ ନିଶ୍ଚିତ ଭାବରେ ଭାରତର ନାଗରିକ ହେବା ଆବଶ୍ୟକ। ଆବେଦନକାରୀଙ୍କର ପୂର୍ବରୁ କୌଣସି ବିଦ୍ୟୁତ୍ ସଂଯୋଗ ରହିବା ଉଚିତ୍ ନୁହେଁ। ଆବେଦନକାରୀ ପରିବାର ଗରିବ ହେବା ଜରୁରୀ।

ଆବେଦନ କରୁଥିବା ବ୍ୟକ୍ତିଙ୍କ ଘରେ କୌଣସି ସରକାରୀ କର୍ମଚାରୀ ନଥିବା ଦରକାର। ଆଧାର କାର୍ଡ, ବିପିଏଲ ରାସନ କାର୍ଡ, ବ୍ୟାଙ୍କ ପାସବୁକ୍, ପରିଚୟ ପତ୍ର, ପାସପୋର୍ଟ ଆକାର ଫଟୋ, ବାସିନ୍ଦା ପ୍ରମାଣପତ୍ର, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button