ଯଦି ଆପଣଙ୍କ ନିଦ ଭୋର ୩ ଟାରୁ ୫ଟା ଭିତରେ ଭାଙ୍ଗୁଛି,ତା ହେଲେ ଭଗବାନ ଆପଣଙ୍କୁ ଦେଇଥାନ୍ତି ଏହି ୫ଟି ସଂକେତ।

ମନୁଷ୍ୟଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ କାହିଁକି ଖୋଲିଥାଏ। ଏହାର ପଛରେ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଉଭୟ ପ୍ରକାରର ରହସ୍ୟ ଅଛି ଯାହା ଆଜିର ଏହି ପୋଷ୍ଟରେ ଆମେ ଜାଣିବା। ଆଉ ଜାଣିବା ଯେ ବ୍ରହ୍ମ ମୁହୂର୍ତ୍ତରେ ଏମିତି କଣ ହୋଇଥାଏ ଯାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। ପ୍ରାଚୀନ କାଳରୁ ଋଷି ମୁନି ଧ୍ୟାନ ଏବଂ ପୂଜା ପାଇଁ ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିଲେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ସୁର୍ଯ୍ୟଦେବଙ୍କ ଉଦୟର ସମୟ ହୋଇଥାଏ। ଅର୍ଥାତ ୪ଟାରୁ ୫.୩୦ ଭିତରର ସମୟ ଅଟେ ଯାହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ।
ଏହି ସମୟକୁ ବହୁତ ଶୁଭ ଏବଂ ଲାଭଦାୟକ ମାନାଯାଏ। ଏହି ସମୟରେ ଉଠିବା ବହୁତ ହିଁ ଶୁଭ ମାନାଯାଏ। ମାନ୍ୟତା ଅଛି ଏହି ସମୟରେ ଅନେକ ଅଲୌକିକ ଶକ୍ତି ପୃଥିବୀ ଉପରେ ବିତରଣ କରିଥାନ୍ତି। ଯଦି ଆପଣବି ଏହି ସମୟରେ ପ୍ରତିଦିନ ଉଠୁଥାନ୍ତି କିମ୍ବା ଏହି ସମୟରେ ଆପଣଙ୍କ ନିଦ ଅଚାନକ ଖୋଲିଯାଏ ତ ଏହାକୁ ଏକ ଅଲୌକିକ ଶକ୍ତି ବୋଲି ବୁଝିନେବା ଉଚିତ।
ଆପଣ କେବେବି ଚିନ୍ତା କରିଛନ୍ତି ଋଷି ମୁନି ମାନେ ଦେବତା ମାନେ ଏମିତିକି ଆଜିର ବୈଜ୍ଞାନିକ ମାନେ ବି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦିଅନ୍ତି। ଏମିତି ଏହି ସମୟରେ କଣ ଅଛି ଏହି ସମୟରେ କଣ ଅଛି ଯାହା ମନୁଷ୍ୟଙ୍କ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ।
ଆମର ଶାସ୍ତ୍ରରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବ ବ୍ୟକ୍ତି କିଛି ଲକ୍ଷଣ ବିଷୟରେ କୁହାଯାଇଛି। ଯଦି ଆପଣ ବି ସୁର୍ଯ୍ୟ ଉଦୟ ପୂର୍ବରୁ ଉଠୁଥାନ୍ତି ତେବେ ଆପଣ ଜଣେ ଏକ ଅନୁଶାସନ ପ୍ରିୟ ବ୍ୟକ୍ତି ଅଟନ୍ତି। ଆଉ ସର୍ବଦା ନିରୋଗୀ ଜୀବନ ବ୍ୟତୀତ କରିଥାନ୍ତି। ଆପଣ ଜଣେ ସଚୋଟ ବ୍ୟକ୍ତି ଅଟନ୍ତି। ଆଉ ସମସ୍ତ କାର୍ଯ୍ୟକୁ ପୁରା ମନରୁ ଏବଂ ପରିଶ୍ରମର ସହିତ କରନ୍ତି।
ଆପଣ ବହୁତ ବୁଦ୍ଧିମାନ ଏବଂ ସକରାତ୍ମକ ବ୍ୟକ୍ତି ଅଟନ୍ତି। ଆଉ ଏହି କାରଣରୁ ଲୋକେ ଆପଣଙ୍କର ବଡ଼ ସମ୍ମାନ କରନ୍ତି। ଆପଣ ଜାଣି ଶୁଣି କାହାରି ମନ ଦୁଃଖ କରନ୍ତି ନାହିଁ। ଅନ୍ୟ ସହିତ କେବେବି ଖରାପରେ କଥା କୁହନ୍ତି ନାହିଁ। ଆଉ କମଜୋର ଲୋକଙ୍କୁ କେବେବି ଘୃଣା କରନ୍ତି ନାହିଁ। ଅସୁବିଧା ସମୟରେ ଆପଣ କେବେବି ନିଜ ଲୋକଙ୍କର ସାଥ ଛାଡ଼ନ୍ତି ନାହିଁ।
ଆପଣ ବଡ଼ ମାନଙ୍କର ସମ୍ମାନ କରୁଥିବା ବ୍ୟକ୍ତି ଅଟନ୍ତି। ଏହିସବୁ ଗୁଣ ଆପଣଙ୍କ ଭିତରେ ରହିବାର କାରଣ ଆପଣଙ୍କର ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ଆପଣଙ୍କ ଉପରେ ଅଲୌକିକ ଶକ୍ତିର ପ୍ରଭାବ। ମାନ୍ୟତା ଅଛି ଯେ ଭଗବାନ ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଯେଉଁ ଲୋକ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି ସେହି କାମରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଧିକ ହୋଇଥାଏ।
ଯେଉଁ ମହିଳା ସୂର୍ଯ୍ୟଦେବଙ୍କ ପୂର୍ବରୁ ଉଠି ଘରର ଅଗଣା ସଫା କରିଥାଏ ଏମିତି ଘରେ ମା ଲକ୍ଷ୍ମୀଙ୍କର ସର୍ବଦା ବାସ ହୋଇଥାଏ। ଏମିତି ଘରେ କେବେବି ଦୁଃଖ ଆସେନାହିଁ। ସୁଖ ସମୃଦ୍ଧି ଆସିଥାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି ଅଜାଣତରେ ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ କରିଥାନ୍ତି। ସୂର୍ଯ୍ୟଦେବଙ୍କର କିରଣ ଯେଉଁ ମନୁଷ୍ୟ ଉପରେ ପ୍ରଥମେ ପଡିଥାଏ ତାର ଭାଗ୍ୟର ଉଦୟ ହୋଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ଦେଖିବା ନକରାତ୍ମକର ନାଶ ହୋଇଥାଏ।