ସ୍ୱାସ୍ଥ୍ୟ

ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ

ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶାରୀରିକ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍‌ରୁମ୍‌ ଲାଇଫ୍‌ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶାରୀରିକ ସମ୍ପର୍କ ଅନିବାର୍ଯ୍ୟ ହୋଇଥାଏ। କେବଳ ମାନସିକ ଭାବେ ଦମ୍ପତିଙ୍କୁ ଏକାଠି କରିନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ ଶାରୀରିକ ସମ୍ବନ୍ଧ। ମେଡିକାଲ ସାଇନ୍ସର କହିବାନୁଯାୟୀ ଯଦି ଆପଣ ଲମ୍ବା ସମୟ ଧରି ସେକ୍ସ କରିନାହାନ୍ତି ତେବେ ଆପଣଙ୍କ ଶରୀରର କିଛି ଅଙ୍ଗ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଶାରୀରିକ କ୍ଷତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ ଯାହା ସମ୍ଭୋଗ ନ କରିବା ଦ୍ୱାରା ଦୁର୍ବଳ ହୋଇଯାଇଥାଏ।

ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ

ଗର୍ଭାଶୟ: ଗର୍ଭାଶୟକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ସେକ୍ସ କରିବା ନିହାତି ଜରୁରୀ ହୋଇଥାଏ। ସେକ୍ସ ନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ, ଯେଉଁ କାରଣରୁ ଗର୍ଭାଶୟରେ ସଂକୁଚନ ଆସିଥାଏ ଏବଂ ମହିଳାଙ୍କ ଗର୍ଭାଶୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ଏହାସହିତ ଶାରୀରିକ ସମ୍ପର୍କ ନ ରଖିଲେ ଗର୍ଭାଶୟରେ ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଶାରୀରିକ ସମ୍ବନ୍ଧ ରଖିବା ନିହାତି ଜରୁରୀ ହୋଇଥାଏ।

ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ

ମସ୍ତିସ୍କ (ବ୍ରେନ): ଶାରୀରିକ ସମ୍ବନ୍ଧ ନ ରଖିଲେ ମଣିଷଙ୍କର ବ୍ରେନ ଦୁର୍ବଳ ହୋଇଯାଇଥାଏ। ମେଡିକାଲ ସାଇନ୍ସ ଅନୁଯାଇ ଯଦି ଆପଣ ନିୟମିତ ଭାବରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କର ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହୋଇଥାଏ। ଏହାସହିତ ମସ୍ତିସ୍କର କାର୍ଯ୍ୟ ପ୍ରଣାଳୀ ଭଲ ଭାବରେ ହୋଇଥାଏ। ଯଦି କେଉଁ ଦମ୍ପତି ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ସେମାନଙ୍କ ଠାରେ ଚିନ୍ତା ଏବଂ ବିରକ୍ତିଭାବ ଅଧିକ ଉତ୍ପନ୍ନ ହୋଇଥାଏ। ଏଥିପାଇଁ ଶାରୀରିକ ସମ୍ବନ୍ଧ ମନୁଷ୍ୟଙ୍କ ପାଇ ଜରୁରୀ ହୋଇଥାଏ ବୋଲି କୁହାଯାଏ। ଯଦି ଆପଣ ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ଆପଣ ଡିପ୍ରେସନର ମଧ୍ୟ ଶିକାର ହୋଇପାରନ୍ତି ଏବଂ ବ୍ରେନରେ ଡୀମେନସିଆ ସମସ୍ୟା ମଧ୍ୟ ଦେଖାଯାଇଥାଏ।

ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ଜାଣନ୍ତୁ କାରଣ

ହୃଦୟ (ହାର୍ଟ): ମେଡିକାଲ ସାଇନ୍ସର ଏକ ଅଧ୍ୟୟନ ଅନୁଯାଇ ଶାରୀରିକ ସମ୍ବନ୍ଧ ହୃଦୟ ବା ହାର୍ଟ ପାଇ ବହୁତ ଭଲ ବ୍ୟାୟାମ ଅଟେ। କାରଣ ଏହି ସମୟରେ ମନୁଷ୍ୟର ହୃତସ୍ପନ୍ଦନ ବହୁତ କ୍ଷିପ୍ର ଗତିରେ ଚାଲିଥାଏ। ଏହାଦ୍ୱାରା ହୃଦୟର କାର୍ଯ୍ୟ ପ୍ରଣାଳୀ ଭଲ ରହିଥାଏ। ଏହାସହିତ ଏପରି କଲେ ହାର୍ଟ ଆଟାକର ଭୟ କମ ରହିଥାଏ। କିନ୍ତୁ ଶାରୀରିକ ସମ୍ବନ୍ଧ ନ ରଖିବା ଦ୍ୱାରା ମଣିଷର ହୃଦୟ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ହୃଦୟର କାର୍ଯ୍ୟ ପ୍ରଣାଳୀରେ ଏହାର ପ୍ରଭାବ ପଡିଥାଏ। ଏଥିପାଇଁ ସମସ୍ତ ଦମ୍ପତିଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ନିହାତି ଜରୁରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button