ଦେଶ ବିଦେଶ

ଶମ୍ଭୁ ସୀମାରେ କୃଷକଙ୍କ ବିଶାଳ ଆନ୍ଦୋଳନ, ଯୋଗଦେବେ ଭିନେଶ ଫୋଗାଟ

ଜି କୃଷକ ଆନ୍ଦୋଳନର 200 ଦିନ ପୂର୍ତ୍ତି ଅବସରରେ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହେବାକୁ ଯୋଜନା କରିଛନ୍ତି। ଖାନୌରୀ, ଶମ୍ଭୁ ଏବଂ ରତନପୁର ସୀମାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅଲିମ୍ପିଆନ ଭିନେଶ ଫୋଗାଟ ମଧ୍ୟ ସେମାନଙ୍କ ସହ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆସିଛନ୍ତି।

ଏହି ଅବସରରେ କୃଷକମାନେ ତାଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରକାଶ ଥାଉକି, କୃଷକମାନେ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ 13ରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀକୁ ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ ଶମ୍ଭୁ ସୀମାରେ ଆନ୍ଦୋଳନରତ ଅଛନ୍ତି। ଆଜି ଏହି ଆନ୍ଦୋଳନକୁ 200 ଦିନ ପୂରଣ କରୁଥିବାରୁ ହଜାର ହଜାର କୃଷକ ଏକତ୍ରିତ ହେବାକୁ ଯୋଜନା କରିଛନ୍ତି।

ଚାଷୀ ନେତା ସୌରଭ ସିଂହ ପନ୍ଧେର କହିଛନ୍ତି, “କୃଷକଙ୍କ ବିରୋଧ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମ ଦାବି ପୂରଣ ହୋଇନାହିଁ। କେନ୍ଦ୍ର ସରକାର ଆମର ସଂକଳ୍ପର ପରୀକ୍ଷା ନେଉଛନ୍ତି।”

ଆମେ ପୁଣି ଥରେ ସରକାରଙ୍କ ନିକଟରେ ଆମର ଦାବି ଉପସ୍ଥାପନ କରିବୁ ଏବଂ ନୂଆ ଘୋଷଣା ମଧ୍ୟ କରାଯିବ। 200 ଦିନର ବିରୋଧ ପ୍ରଦର୍ଶନକୁ ଶେଷ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଚାଷୀ ନେତା ସୌରଭ ସିଂହ କହିଛନ୍ତି।

ସେପଟେ, କୃଷକମାନେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେମାନେ ବିଜେପିକୁ ରାଣାୱତଙ୍କ ବିରୋଧରେ ଦୃଢ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଆଗାମୀ ଦିନରେ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଘୋଷଣା କରାଯିବ ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button