ମନୋରଞ୍ଜନ

ନିଜ ପ୍ରେମକୁ ପାଇବା ପାଇଁ ସବୁ ସୀମା ଟପି ସାରିଛନ୍ତି Bollywood ର ଏହି 5 ଜଣ Super Star, ନମ୍ବର 2 ତ ନିଜ ହାତ କାଟି ଲେଖିଥିଲେ ଚିଠି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମ ଏକ ଏମିତି ଜିନିଷ କେତେବେଳେ କାହାକୁ ହେଇଥାଏ ଜଣାପଡେନି।ଯାହା ପ୍ରତି ନିଜ ମନରେ ପ୍ରେମ ଥାଏ ତାକୁ ଖୁସି କରିବା ପାଇଁ ସବୁ କିଛି କରିବା ପାଇଁ ପଡିଥାଏ।ବହୁତ କଷ୍ଟ ମଧ୍ୟ ସହିବାକୁ ପଡିଥାଏ।ବନ୍ଧୁଗଣ ବଲିଉଡରେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯିଏ ନିଜ ପ୍ରେମ ପାଇଁ ସବୁ କିଛି କରିଛନ୍ତି।ଏପରିକି ପ୍ରେମର ସମସ୍ତ ସୀମା ମଧ୍ଯ ପର କରିସାରିଛନ୍ତି।ତେବେ ଆସନ୍ତୁ ଜାଣିବା ବଲିଉଡର କେତେକ କଳାକାର ଙ୍କ ବିଷୟରେ ଯିଏ ନିଜ ପ୍ରେମ ପାଇଁ ସବୁ ସୀମା ପାର କରିସାରିଛନ୍ତି।

୧.ରବିନା ଟଣ୍ଡନ-ସେ ନିଜ ସମୟରେ ବହୁତ ବଡ଼ ଅଭିନେତ୍ରୀ ଥିଲେ।ସେ ଅନେକ ଫିଲ୍ମ କରିଛନ୍ତି । ତାଙ୍କର ପ୍ରାୟତଃ ସମସ୍ତ ଫିଲ୍ମ ଚର୍ଚ୍ଚା ରେ ରହିଥାଏ। ସେ “ଦିଲବାଲେ” ଫିଲ୍ମ ରେ ଅଜୟ ଦେବଗନ ଙ୍କ ସହିତ ଅଭିନୟ କରିବା ସମୟରେ ତାଙ୍କ ସହିତ ପ୍ରେମରେ ପଡିଯାଇଥିଲେ ।

ସେ ବହୁତ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ପ୍ରେମ ସମ୍ପର୍କ ରେ ଥିଲେ। କିନ୍ତୁ କିଛି ଦିନ ପରେ ଅଜୟ ଦେବଗନଙ୍କ ଜୀବନରେ କରିସ୍ମା କପୁର ଆସିଥିଲେ। ଏଥିରେ ରବିନା ବହୁତ ଦୁଃଖ ପ୍ରକାଶ କରିଥିଲେ ସେ ଗଭୀର ଯନ୍ତ୍ରଣା ମଧ୍ୟ ପାଇଥିଲେ । ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।

୨.ଅମୀର ଖାନ-ବନ୍ଧୁଗଣ ଅମୀର ଖାନ ଏକ ସମୟରେ ରିନା ଦତ୍ତ ଙ୍କୁ ଭଲପାଉଥିଲେ।ସେ ତାଙ୍କ ପ୍ରେମରେ ପୁରାପୁରି ପାଗଳ ହୋଇଯାଇଥିଲେ।ଏ ନିଜ ହାତ କାଟି ସେଥିରୁ ବାହାରୁଥିବା ରକ୍ତରେ ରିନା ଦତ୍ତ ଙ୍କୁ ପ୍ରେମ ପତ୍ର ଲେଖୁଥିଲେ।ଅମୀର ଙ୍କ ଏହି ପାଗଳାମି ଦେଖି ରିନା ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଉଭୟେ ୧୯୮୬ ମସିହାରେ ବିବାହ କରିଥିଲେ। କିନ୍ତୁ ଅତୁଟ ପ୍ରେମ ଥିବା ସତ୍ୱେ ମଧ୍ୟ ସେମାନଙ୍କ ସମ୍ପର୍କ ବେଶିଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ଉଭୟଙ୍କ ମଧ୍ୟରେ କୌଣସି କାରଣ ଯୋଗୁଁ ଛାଡପତ୍ର ହୋଇଥିଲା।ଏହା ପରେ ମଧ୍ୟ ତାଙ୍କ ମଧ୍ୟ ରେ କୌଣସି ଶତ୍ରୁତା ନଥିଲା।ବର୍ତ୍ତମାନ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି।

୩.ଜୟପ୍ରଦା-ଜୟପ୍ରଦା ନିଜ ସମୟରେ ଜଣେ ବହୁତ ବଡ଼ ତାରକା ଥିଲେ। ସେ ସମୟରେ ପ୍ରାୟତଃ ସେ ଦର୍ଶକଙ୍କ ହୃଦୟର ରାଣୀ ପରି ଥିଲେ। ସେ ତାଙ୍କ ଉଚ୍ଚକୋଟୀର ଅଭିନୟ ପାଇଁ ଦର୍ଶକଙ୍କ ମନ ଜିଣି ପାରିଥିଲେ। କିନ୍ତୁ ଏହି ସମୟରେ ସେ ଫିଲ୍ମ ଡିରେକ୍ଟର ଶ୍ରୀକାନ୍ତ ନାହଟା ଙ୍କ ପ୍ରେମରେ ପଡିଯାଇଥିଲେ । ସେ ତାଙ୍କ ପ୍ରେମରେ ପୁରା ପାଗଳ ହୋଇଯାଇଥିଲେ।କିନ୍ତୁ ଶ୍ରୀକାନ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା।କିନ୍ତୁ ଏଥିରେ ଜୟପ୍ରଦା ଙ୍କ ର କିଛି ଅସୁବିଧା ନଥିଲା।ସବୁ ଜାଣିବା ସତ୍ୱେ ମଧ୍ୟ ସେ ତାଙ୍କୁ ଭଲ ପାଉଥିଲେ।ସେ ତାଙ୍କ ସହିତ ତାଙ୍କ ଘରେ ମଧ୍ୟ ରହୁଥିଲେ।

୪.ତବୁ-ତବୁ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି।ସେ ବଲିଉଡ କୁ ବହୁତ ଭଲ ଭଲ ଫିଲ୍ମ ଦେଇଆସିଛନ୍ତି।ସେ ଆଜି ପର୍ଯ୍ୟନ୍ତ କାହାକୁ ବିବାହ କରିନାହାନ୍ତି।କିନ୍ତୁ ଏକ ସମୟରେ ସେ ମଧ୍ୟ ପ୍ରେମରେ ପଡ଼ିଥିଲେ।ସେ ଅଜୟ ଦେବଗନ ଙ୍କୁ ଭଲପାଉଥିଲେ।ତାଙ୍କ ମନରେ ଅଜୟ ଙ୍କ ବ୍ୟତୀତ ଆଉ କେହି ନଥିଲେ।ସେ ଅଜୟ ଙ୍କୁ ହୃଦୟର ସହିତ ଭଲପାଉଥିଲେ।କିନ୍ତୁ ଅଜୟ ତାଙ୍କ ଭାଗ୍ୟରେ ହୁଏ ତ ନଥିଲେ।ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା।ଏହି କାରଣ ରୁ ସେ ଆଜି ଯାଏ ବିବାହ କରି ନାହାନ୍ତି।ସେ ଅଜୟ ଙ୍କ ବ୍ୟତୀତ ଆଉ କାହାକୁ ବିବାହ କରିବାକୁ ମଧ୍ୟ ଚାହିଁନଥିଲେ। ସେ କୁଆଁରୀ ରହିଥିଲେ।

୫.ଐଶ୍ୱର୍ଯ୍ୟା ରାୟ-ଆପଣମାନେ ତ ଐଶ୍ୱର୍ଯ୍ୟା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ।ସେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ମଧ୍ୟ ଜିତିଛନ୍ତି।ସେ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚା ରେ ରହିଥାନ୍ତି ଠିକ ସେତିକି ଚର୍ଚ୍ଚା ତାଙ୍କ ପ୍ରେମକୁ ନେଇ ମଧ୍ୟ ହୋଇଥିଲା।ତାଙ୍କର ଆଉ ସଲମାନ ଖାନ ଙ୍କ ପ୍ରେମ ସମ୍ପର୍କ ବିଷୟରେ କିଏ ବା ନ ଜାଣେ।ଏମତି ଏକ ସମୟ ଥିଲା ଯେତେବେଳେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।କିନ୍ତୁ ଐଶ୍ୱର୍ଯ୍ୟା ଙ୍କ ପରିବାର ଲୋକ ଚାହୁଁଥିଲେ ଯେ ସେ ସଲମାନ ଖାନ ଙ୍କ ସହିତ ସମ୍ପର୍କ ରଖନ୍ତୁ।କିନ୍ତୁ ଏହାପରେ ମଧ୍ୟ ଐଶ୍ୱର୍ଯ୍ୟା ସଲମାନ ଙ୍କୁ ଛାଡିନଥିଲେ ବରଂ ତାଙ୍କ ପରିବାରକୁ ତ୍ୟାଗ କରି ଅନ୍ୟ ଏକ ଘରେ ରହିଲେ।ତଥାପି ତାଙ୍କ ସମ୍ପର୍କ ବେଶୀ ଦିନ ଧରି ତିଷ୍ଠି ପାରିଲା ନାହିଁ।ଶେଷରେ ଉଭୟ ଉଭୟଙ୍କ ଠାରୁ ଦୁରେଇଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button