କ୍ରୀଡା

କୋହଲିଙ୍କ ପାଇଁ ଏହା ଶେଷ ବିଶ୍ବକପ୍‌ ହେବ ନାହିଁ: ଗେଲ୍ – Utkal Mail


‘ଭାରତ-ପାକିସ୍ତାନ୍‌ ମ୍ୟାଚ୍‌ ଆସେସ୍‌ଠୁ ବଡ଼’

ନୂଆଦିଲ୍ଲୀ: ଶେଷ ଥର ପାଇଁ ଭାରତ ଦିନିକିଆ ବିଶ୍ବକପ୍‌ ଜିତିଥିବା ବେଳେ ବିରାଟ କୋହଲି ତାଙ୍କ କାନ୍ଧରେ ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ପଡ଼ିଆ ଚାରିପଟେ ବୁଲାଇଥିଲେ। ଏହାପରଠୁ ତିନୋଟି ବିଶ୍ବକପ୍‌ ସରିଯାଇଛି। କିନ୍ତୁ ଟ୍ରଫି ଆଉ ଭାରତ ହାତକୁ ଆସିପାରିନାହିଁ। ଶେଷ ଥର ପାଇଁ ଭାରତ ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ତେଣୁ ଆଇସିସି ଟ୍ରଫିର ସ୍ବାଦ ୧୦ ବର୍ଷ ହେଲାଣି ଭାରତୀୟମାନେ ପାଇନାହାନ୍ତି। ଏଥର ଘରେ ବିଶ୍ବକପ୍‌ ଖେଳୁଥିବାରୁ ଭାରତ ପୁଣି ଥରେ ବିଶ୍ବବିଜେତା ହେବାକୁ ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହା ଶେଷ ବିଶ୍ବକପ୍‌ ବୋଲି କୁହାଯାଉଥିଲେ ବି ଏହାକୁ ଖଣ୍ଡନ କରିଛନ୍ତି ମିଷ୍ଟର ୟୁନିଭର୍ସ ବସ୍‌ କ୍ରି‌ସ୍‌ ଗେଲ୍‌। ଏକ ସାକ୍ଷତକାର ଅବସରରେ ସେ କହିଛନ୍ତି ଯେ, କୋହଲିଙ୍କ ପାଇଁ ଆଉ ଏକ ବିଶ୍ବକପ୍‌ ପର୍ଯ୍ୟନ୍ତ ଖେଳିବା ଭଳି ଦକ୍ଷତା ରହିଛି। ତାଙ୍କ ପାଇଁ ୨୦୨୩ ଶେଷ ‌ବିଶ୍ବକପ୍ ହେବ ବୋଲି ମୁଁ ଭାବୁନାହିଁ। ଯଦିଓ ଏହି ବିଶ୍ବକପ୍‌ରେ ଭାରତ ପ୍ରଥମ ପସଦର ଦଳ ତଥାପି ପ୍ରତ୍ୟେକ ମ୍ୟାଚ୍‌ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଗେଲ୍‌ କହିଛନ୍ତି।

ଭାରତୀୟ ଦଳରେ ବିଶ୍ବକପ୍‌ ଖେଳିବାକୁ ଅନେକ ଖେଳାଳି ଦାବିଦାର ଅଛନ୍ତି। ତେଣୁ ଦଳ ଚୟନ ବେଳେ ଚୟନକର୍ତ୍ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ଆହତରୁ ‌ସୁସ୍ଥ ହେଉଥିବା ଯଶପ୍ରୀତ୍‌ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳ ପାଇଁ ମ୍ୟାଚ୍‌ ବିଜୟୀ ହୋଇପାରିବେ ବୋଲି ଗେଲ୍‌ ଆଶା କରିଛନ୍ତି। ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ଆସେସ୍‌ ଶୃଙ୍ଖଳାଠାରୁ ବଡ଼ କି ନୁହେଁ ପ୍ରଶ୍ନରେ ଗେଲ୍‌ ଏହି ଦୁଇ ଦେଶର ମୁକାବିଲାକୁ ସବୁଠାରୁ ଊର୍ଦ୍ଧ୍ବରେ ରଖିଛନ୍ତି। ଏହି ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିବ।‌ ସେ ମଧ୍ୟ ଏହି ମ୍ୟାଚ୍‌କୁ ଉ‌ପଭୋଗ କରିବାକୁ ଅପେକ୍ଷା କରିଥିବା କହିଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍‌ରେ କିଏ ଜିତିବ ତାହା ଏବେଠାରୁ କହିହେବ ନାହିଁ। କିନ୍ତୁ ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଏହି ଦୌଡ଼ରେ ଆଗରେ ରହିବେ। ଏହାବାଦ୍‌ ଯଦି ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ ନକରେ ତାହେଲେ ଅନେକ ପ୍ରଶଂସକଙ୍କ ମନ ଭାଙ୍ଗିଯିବ। ତଥାପି ଦଳ ପାଖରେ ସୁଯୋଗ ଅଛି। ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ସେ କହଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button