ଟେଲି ଅଭିନେତ୍ରୀ ରୁପାଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସାବତ ଝିଅ, କହିଲେ-ସେ ବହୁତ ନିଷ୍ଠୁର

ମୁମ୍ଵାଇ ୦୪।୧୧: ଟିଭି ଶୋ ଅନୁପମା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରୁଛି । କିନ୍ତୁ ଶୋ’ର ମୁଖ୍ୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଦୀର୍ଘ ଦିନ ଧରି ବିବାଦ ଘେରି ରହିଛନ୍ତି । ସୁଦର୍ଶନ ପାଣ୍ଡେ, ମାଦଲସା ଶର୍ମା, ପରାସ କଲନୱାତ ଏବଂ ନିଧି ଶାହାଙ୍କ ସମେତ ଅନେକ ତାରକା ହଠାତ୍ ସୋ ଛାଡିଥିଲେ। ଯାହା ପଛରେ ରୁପାଲି ଦାୟୀ ବୋଲି କୁହାଯାଇଥିଲା।
ବର୍ତ୍ତମାନ ଇଶା ବର୍ମା ନାମକ ଜଣେ ଝିଅ ତାଙ୍କୁ ହତ୍ୟା କରିବାର ଧମକ ଦେବା ସହିତ ଅନେକ ଗୁରୁତର ଅଭିଯୋଗ ଆଣିଛି। କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କୁ ନିଷ୍ଠୁର ଏବଂ ଶସ୍ତା ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା ଇଶା ବର୍ମା କିଏ?
ଇଶା ବର୍ମା କିଏ?
ଅଧିକାଂଶ ପୁରୁଣା କଳାକାର ଶୋ ଅନୁପମରୁ ବାହାରି ଯାଇଛନ୍ତି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ରୁପାଲି ଗାଙ୍ଗୁଲିଙ୍କ ଯୋଗୁଁ ଲୋକମାନେ ସୋ ଛାଡିଛନ୍ତି। ବର୍ତ୍ତମାନ ଇଶା ବର୍ମା ନାମକ ଜଣେ ଝିଅ ରୁପାଲି ଗାଙ୍ଗୁଲିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଇଶା ବର୍ମା ନିଜକୁ ରୁପାଲି ଗାଙ୍ଗୁଲିଙ୍କ ଝିଅ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ଲେଖାଯାଇଥିବା ଏକ ନୋଟରେ ସେ ଦାବି କରିଛନ୍ତି ଯେ ସେ ପ୍ରଥମ ବିବାହରୁ ରୁପାଲି ଗାଙ୍ଗୁଲିଙ୍କ ସ୍ୱାମୀ ଅଶ୍ୱିନ ନାଗଙ୍କ ଝିଅ।
ଖବର ଅନୁଯାୟୀ, ନୋଟରେ ଇଶା ରୁପାଲି ଗାଙ୍ଗୁଲିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସେ ତାଙ୍କ ପିତାଙ୍କୁ ଛାଡି ଦିଅ ବୋଲି ଲେଖିଛନ୍ତି। ଇଶା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିନେତ୍ରୀ ବର୍ତ୍ତମାନ ତାହା କରୁଛନ୍ତି , ଯାହା ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟା ଚକ୍ରବର୍ତ୍ତୀ କରୁଥିଲେ। ନିଜକୁ ୨୨ ବର୍ଷ ବୋଲି ବର୍ଣ୍ଣନା କରି ଇଶା ଏହି ପୋଷ୍ଟରେ ଅନେକ ଜିନିଷ ଲେଖିଛନ୍ତି।
ସେ ନୋଟରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ କ୍ଷୁଦ୍ର କାର୍ଯ୍ୟ। ରୁପାଲିଙ୍କ ବାସ୍ତବତା କେହି ଜାଣନ୍ତି କି? ସେ ବିବାହିତ ଥିବା ଅଶ୍ୱିନଙ୍କ ସହ ୧୨ ବର୍ଷ ଅଫେୟାର ରଖିଥିଲେ । ଅଶ୍ୱିନଙ୍କର ପ୍ରଥମ ବିବାହରୁ ଦୁଇଟି ଝିଅ ଅଛନ୍ତି । ରୁପାଲି ଗାଙ୍ଗୁଲି ନିଷ୍ଠୁର ଏବଂ ମୋତେ ମୋ ଭଉଣୀଠାରୁ ଅଲଗା କରିବାକୁ ଚେଷ୍ଟା କରିଛନ୍ତି। ଜଣେ ପିତା ନିଜ ଝିଅମାନଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।
ଖବର ଅନୁଯାୟୀ, ଇଶା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ରୁପାଲି ଗାଙ୍ଗୁଲି ଜଣେ ମାନସିକ ବିକୃତ ମହିଳା ଯିଏ ତାଙ୍କ ସ୍ଵାମୀଙ୍କୁ ନିଜ ବଶିଭୂତ କରି ରଖିଛନ୍ତି। ଯେତେବେଳେ ସେ ତାଙ୍କ ପିତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି। ସେତେବେଳେ ରୁପାଲି ଗାଙ୍ଗୁଲି ତାଙ୍କୁ ପାଟି କରି ହତ୍ୟା କରିବାକୁ ଧମକ ଦେଇଥିଲେ। ସେମାନେ ମୋ ବାପାଙ୍କ ଜୀବନକୁ ନଷ୍ଟ କରି ଦେଇଛନ୍ତି। ଇଶାଙ୍କ ଏହି ଅଭିଯୋଗ ଉପରେ ବର୍ତ୍ତମାନ ରୁପାଲିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।