ଦେଶ ବିଦେଶ

ତାନ୍ତ୍ରିକ ଡକାଇ ଡକ୍ଟର କଲେ ଝିଅ ର ଚିକିତ୍ସା, ଏହା ପରେ ICU ରେ କଲେ କିଛି ଏମିତି କି…

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ କେବେ ବି କୌଣସି ଡକ୍ଟର ଉପରେ ଭରସା କରିବେ ନାହିଁ, ଆପଣ ପ୍ରାୟତଃ ସମସ୍ତଙ୍କ ଠାରୁ ଶୁଣି ଥିବେ ଯେ ଡକ୍ଟରକୁ ଠାକୁରଙ୍କ ଦ୍ଵିତୀୟ ରୂପ ବୋଲି କୁହା ଯାଏ, କିନ୍ତୁ ଆଜି ଡକ୍ଟର ବିଷୟରେ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣିଲା ପରେ ଆପଣଙ୍କ ମତ ମଧ୍ୟ ଡକ୍ଟରମାନଙ୍କ ପ୍ରତି ବଦଳି ଯିବ ।

ଏହି ଖବର ପୁନେ ମାହାରାଷ୍ଟ୍ର ର ଅଟେ, ଏଠାର ଗୋଟେ ବହୁତ ପ୍ରସିଦ୍ଧ ହସ୍ପିଟଲ ରେ ଗୋଟେ ମହିଳା ନିଜ ଚିକିତ୍ସା ପାଇଁ ଆସି ଥିଲେ ଏବଂ ଏମିତି ସ୍ଥିତି ରେ ଡକ୍ଟର ତାଙ୍କୁ ଚିକିତ୍ସା ପାଇଁ ଆଇସିୟୁ ନେଇ ଗଲେ ।

କିନ୍ତୁ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସେହି ଡକ୍ଟର ମହିଳାଙ୍କୁ ଆଇସିୟୁ ରେ ନେଇ ତନ୍ତ୍ର ମନ୍ତ୍ର ଦ୍ଵାରା ଭଲ କରିବା ପାଇଁ ପ୍ରୟାସ କଲା । କେବଳ ଏତିକି ନୁହ ଚିକିତ୍ସା ଦୁଇ ଦିନ ଚାଲିଲା, ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହୋଇବ ଯେ ତନ୍ତ୍ର ମନ୍ତ୍ର ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ଘଟି ଥିଲା । ମୃତ୍ୟୁ ବରଣ କରୁ ଥିବା ମହିଳାଙ୍କ ନା ସଂଧ୍ଯା ସୋନୱଣେ ଥିଲା, ମହିଳାଙ୍କ ବୟସ କେବଳ ୨୪ବର୍ଷ ଥିଲା ।

 

ମହିଳା ଦତାବାଡି ର ନିବାଶି ଥିଲେ । ଏହା ଛଡା ଯେଉଁ ଡକ୍ଟର ମହିଳାଙ୍କ ତନ୍ତ୍ର ମନ୍ତ୍ର ଦ୍ଵାରା ଚିକିତ୍ସା କରୁ ଥିଲା ତା ନା ସତୀଶ ଚୱ୍ହାଣ ଅଟେ, ସନ୍ଧ୍ୟାଙ୍କୁ ଛାତିରେ ଦରଜ ଅନୁଭବ ହେଉ ଥିଲା । ଯାହା ଚିକିତ୍ସା ପାଇଁ ସେ ହସ୍ପିଟଲ ଯାଇ ଥିଲେ, ସନ୍ଧ୍ୟାଙ୍କ ବହୁତ ଦିନ ଧରି ହସ୍ପିଟଲ ରେ ଚିକିତ୍ସା ଚାଲୁ ଥିଲା । ଆପଣଙ୍କ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଡକ୍ଟର ସତୀଶ ଆଗୁରୁ ବି ସନ୍ଧ୍ୟାଙ୍କ ଅପରେସନ କରି ଥିଲେ କିନ୍ତୁ ଅପରେସନ ଫେଲ ହୋଇ ଯାଇ ଥିଲା ।

 

ପ୍ରଥମ ଅପରେସନ ଫେଲ ହେଲା ବୋଲି ଡକ୍ଟର ଦୁତୀୟ ଅପରେସନ କଲା କିନ୍ତୁ ଧାର୍ଯ୍ୟ ସୀମା ସେତେବେଳେ ଭାଙ୍ଗିଲା ଯେତେବେଳେ ଦୁତୀୟ ଅପରେସନ ମଧ୍ୟ ଫେଲ ହୋଇ ଗଲା । ଦୁତୀୟ ଅପରେସନ ପରେ ସନ୍ଧ୍ୟା କୋମା ରେ ପଳେଇଲେ, ଯାହା ପରେ ତାଙ୍କ ଅବସ୍ତା ଆହୁରି ଖରାପ ହୋଇ ଗଲା ତାଙ୍କ ଏହି ଭଳି ଅବସ୍ତା ଦେଖି ଡକ୍ଟର ତାନ୍ତ୍ରିକ ଡାକିଲା ଓ ସନ୍ଧ୍ୟାଙ୍କ ଚିକିତ୍ସା ଆରମ୍ଭ କଲା । ତାନ୍ତ୍ରିକକୁ ଆଇସିୟୁ ରେ ଦେଖି ସନ୍ଧ୍ୟା ପରିବାର ଲୋକଙ୍କୁ ସନ୍ଦେହ ହେଲା ଓ ଘର ଲୋକ ସେହି ତାନ୍ତ୍ରିକ ଭିଡିଓ କଲେ । ସେହି ରାତି ସନ୍ଧ୍ୟାଙ୍କ ମୃତ୍ୟୁ ହୋଇ ଗଲା । ଝିଅ ଜୀବନ ବଞ୍ଚିଲା ନାହିଁ କିନ୍ତୁ ଝିଅ ଘର ଲୋକ ଡକ୍ଟର ଉପରେ ଅଭିଯୋଗ କରିଛନ୍ତି ଏବଂ ତାନ୍ତ୍ରିକ ଉପରେ ମଧ୍ୟ ତଦନ୍ତ ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button