ଜୀବନଶୈଳୀ

ମା ନିଜର ପାଞ୍ଚ ଜଣ ପିଲାଙ୍କ ସହ ଡେଇଁଲା ନଇକୁ, ନିଜେ ପହଁରି ବାହାରକୁ ଚାଲି ଆସିଲା, ହେଲେ ପିଲାମାନେ

ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ଏକ ଅଦ୍ଭୁତ ମାମଲା ଶୁଣିବାକୁ ମିଳୁଛି । କହିବାକୁ ଗଲେ ଭଦୋହୀ ଜିଲ୍ଲାରେ ଗଙ୍ଗାନା ଘାଟରେ ରବିବାର ସକାଳେ ଜଣେ ମହିଳା ନିଜର ପରିବାର ସହିତ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛି । ସେହି ମହିଳା ଜଣକ ପ୍ରଥମେ ନିଜର ୫ଟି ସନ୍ତାନ ସହିତ ନିଜେ ବି ଗଙ୍ଗା ନଦୀରେ ଡେଇଁ ପଡିଲା । ଏହା ପରା ସେହି ମହିଳା ପହଁରି ପହଁରି ଘଟକୁ ଚାଲି ଆସିଲା କିନ୍ତୁ ନିଜର ପିଲାମାନଙ୍କୁ ପାଣି ମଧ୍ୟରେ ଛାଡି ଦେଲା । ଯେଉଁ କାରଣରୁ ତାହାର ପିଲାମାନେ ନଦୀରେ ବୁଡି ଗଲେ । ଏଥିରେ ତିନୋଟି ଝିଅ ଓ ଦୁଇଟି ପୁଅ ଥିଲେ । ଗ୍ରାମୀଣ ଲୋକମାନଙ୍କ ପୁଛତାଛ ପରେ ସେ ମହିଳା ଜଣକ କହିଲା କି ମୁଁ ନିଜର ପିଲାମାନଙ୍କୁ ନଦୀରେ ବୁଡାଇ ଦେଲି ।

ଗୋପୀଗଂଜ ଥାନା କ୍ଷେତ୍ରର ଜହାଂଗୀରାବାଦ ଗ୍ରାମର ନିବାସୀ ମୃଦୁଲ ୟାଦବ ଉର୍ଫ ମୁନ୍ନାର ପତ୍ନୀ ମଂଜୂ ୟାଦବ(୩୬) ଅଧିକ ରାତିରେ ନିଜର ପାଞ୍ଚ ଜଣ ପିଲାମାନଙ୍କୁ ଶିବ ଶଙ୍କର (୬), କେଶବ ପ୍ରସାଦ (୩), ଆରତୀ (୧୧), ସରସ୍ଵତୀ (୭) ଓ ମାତେଶ୍ଵରୀ (୫)କୁ ନେଇ ଜହାଂଗୀରାବାଦ ଗଙ୍ଗା ଘାଟକୁ ପହଞ୍ଚିଲା । ଏହା ପରେ ସେ ନଜିର ସମସ୍ତ ପିଲାମାନଙ୍କୁ ନେଇ ଗଙ୍ଗା ନଦୀକୁ ଡେଇଁ ପଡିଲା ।

ଏହା ପରେ ସକାଳେ ଗଙ୍ଗା ଘାଟ ନିକଟରେ ଜଣେ ମହିଳା ଏକୁଟିଆ ବସିଥିବାର ଗ୍ରାମୀଣ ଲୋକମାନେ ଦେଖିଲେ ତେବେ ସେମାନେ ତାକୁ ଏଠି ଏକୁଟିଆ ବସିବାର କାରଣ ପଚାରିଲେ ତେବେ ସେ ମହିଳା ଜଣକ କହିଲା କି ମୁଁ ନିଜର ପାଞ୍ଚ ଜଣ ପିଲାମାନଙ୍କୁ ଗଙ୍ଗାରେ ବୁଡାଇ ମାରି ଦେଇଛି । ପିଲାମାନଙ୍କ ପିତା ଏହି ସମୟରେ ଘରୁ ବାହାରେ ଥିଲା । ତାଙ୍କର ପିତା ମୃଦୁଲ ୟାଦବର ମାନିବେ ତ ସେ ଗତ କାଲି ରାତିରେ କୌଣସି ସମ୍ପର୍କୀୟଙ୍କୁ ନେଇ ଝାରଖଣ୍ଡ ଯାଇଥିଲେ ।

ଏହା ପରେ ତାଙ୍କୁ ଯେତେବେଳ ଏହି ଦୁଖଦ ଖବର ମିଳିଲା ତେବେ ସେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚିଲେ । ଏହା ପରେ ଯେତେବେଳେ ତାଙ୍କୁ ତାଙ୍କର ପତ୍ନୀଙ୍କ ବିଷୟରେ କିଛି ପ୍ରଶ୍ନ କରାଗଲା ତ ସେ କହିଲେ କି ତାଙ୍କର ପତ୍ନୀ ମାନସିକ ରୂପରେ ସୁସ୍ଥ ଅଛନ୍ତି । କିନ୍ତୁ ସେ ବି ବୁଝି ପାରୁ ନାହାନ୍ତି କି ସେ ଏହିଭଳି କମ କାହିଁକି କରିଲା । କିନ୍ତୁ ପତ୍ନୀର ଆରୋପ ଏହା ଅଟେ କି ତାହାର ନିଜ ସ୍ଵାମୀ ସହ କୌଣସି କଥାକୁ ନେଇ ଝଗଡା ହୋଇଥିଲା, ଯାହା ପରେ ସେ ଏହିଭଳି ନିଷ୍ପତି ନେଇଛି ।

ବର୍ତ୍ତମାନ ପୋଲିସ ବୁଡି ଯାଇଥିବା ପିଲାମାନଙ୍କୁ ଖୋଜିବାରେ ଲାଗିଛି । କିନ୍ତୁ ତାଙ୍କ ବିଷୟରେ କିଛି ଜଣା ପଡୁ ନାହିଁ । ସୂଚନା ମିଳିବା ପରେ ପୋଲିସ ଅଧିକାରୀ କୃଷ୍ଣାନଂଦ ରାୟ ସହ ଅନ୍ୟ କେତେକ ପୋଲିସ ଘଟଣା ସ୍ଥରେ ପହଞ୍ଚିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button