ଜୀବନଶୈଳୀ

ସବୁ ମଶା ଘର ଛାଡି ଏକା ଥରେ ପଳେଇବେ, ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର ତେବେ ଏକ ଅନୁଧ୍ୟାନ ରେ ଜଣା ପଡ଼ିଛି ଯେ ଭବିଷ୍ୟତ ରେ ମଶା ମାନଙ୍କ ଦଳ ରୁ ୪୦ ରୁ ୫୦ ପ୍ରତିଶତ ମଶା ଙ୍କ ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କୁ ମଶା କାମୁଡିବା ଦ୍ୱାରା କୌଣସି ଫରକ ପଡ଼ି ନଥାଏ । କିନ୍ତୁ ପାଠ ପଢିଥିବା ବ୍ୟକ୍ତି ମଶା ଙ୍କ ଠାରୁ ମୁକ୍ତି ପାଇବା ନିମନ୍ତେ ନିଜ ଘରେ ମଶା କଏଲ ଲଗାଇ ଥାଆନ୍ତି ।

କିନ୍ତୁ ଏହାର ଧୂଆଁ ବହୁତ ହା-ନି-କାରକ ହୋଇଥାଏ । ଯାହା ଶରୀର କୁ କ୍ଷତି ପହଞ୍ଚାଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ମଶା ମାନଙ୍କ ଠାରୁ ପ୍ରାକୃତିକ ଜରିଆରେ ମୁକ୍ତି ପାଇ ପାରିବେ ଏବଂ ଏହାଦ୍ବାରା ଆପଣଙ୍କୁ କୌଣସି କ୍ଷତି ମଧ୍ୟ ହେବ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ କିଛି ସୋରିଷ ତେଲ ନେଇ କରି ଗରମ କରନ୍ତୁ । ସୋରିଷ ତେଲ ର ବାସ୍ନା ବହୁତ କଡା ହୋଇଥାଏ । ଏହି ବାସ୍ନା ରେ ବେଶୀ ମଶା ଘରକୁ ଆସି ନ ଥାନ୍ତି । ଏହା ପରେ ସେହି ସୋରିଷ ତେଲ ରେ କିଛି ନିମ୍ବ ପତ୍ର କୁ ଗୁଣ୍ଡ କରି ପକାନ୍ତୁ । ଏହା ପରେ ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ଏହାପରେ ତେଲ କୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ସେହି ତେଲ ରେ କିଛି କର୍ପୂର ଗୁଣ୍ଡ କୁ ପକାନ୍ତୁ ଏହାପରେ ଆପଣଙ୍କ ତେଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ଏହାପରେ ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା କାଚ ବୋତଲ ଥାଏ ସେଥିରେ ଏହି ପଦାର୍ଥ କୁ ଭର୍ତ୍ତି କରି ରଖି ଦିଅନ୍ତୁ ଏବଂ ବୋତଲ ର ଠିପି ରେ କଣା କରି ଦିଅନ୍ତୁ ଏବଂ ସେଥିରେ ଏକ ବଳିତା ପୁରେଇ ଦିଅନ୍ତୁ ଏହା ପରେ ଆପଣ ତାକୁ ଜଳାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ମଶା ରହିବେ ନାହିଁ ଏବଂ ଆପଣ ବଜାର ରେ ମିଳୁଥିବା ସେହି ମଶା ବତୀ ର ଧୂଆଁ ରୁ ମଧ୍ୟ ମୁକ୍ତି ପାଇଯିବେ ।

ଯଦି ଆପଣଙ୍କ ଘରେ ମଧ୍ୟ ମଶା ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତେବେ ଆପଣ ମାନେ ଏହି ଘରୋଇ ଉପଚାର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଘରେ ମଶା ହେବେ ନାହିଁ ଏବଂ ଆପଣ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ଭୟଙ୍କର ରୋଗ ରୁ ମଧ୍ୟ ମୁକ୍ତି ପାଇ ପାରିବେ । ତେଣୁ ଆପଣ ମାନେ ଏହି ଉପଚାର କୁ ନିଶ୍ଚିତ ଭାବରେ ଘରେ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button