ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ହୋଇଛି । ଖେଳ ଶେଷ ହେବା ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୮୯ ରନ୍ ହାସଲ କରିଛି । ବର୍ତ୍ତମାନ ସ୍ଥିତିରେ ବିରାଟ କୋହଲୀ ଓ ରବିନ୍ଦ୍ର ଜାଡେଜା ଅପରାଜିତ ଅଛନ୍ତି । ବିରାଟ ୧୨୮ ବୋଲରେ ୫୯ ରନ୍ କରିଥିବାବେଳେ ଜାଡ଼େଜା ୧୬ ରନ୍ କରିଛନ୍ତି । ଏହାପୂର୍ବରୁ ଅପନର ଶୁଭମନ ଗିଲ ୨୧୮ ବଲରେ ୧୨୮ ରନର ଜବରଦସ୍ତ ପାରି ଖେଳିଥିଲେ । ଏଥିରେ ୧୨ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ରହିଛି । ସ୍ପିନର ନାଥୋନ ଲିୟନ ଶୁଭମନଙ୍କୁ ଆଉଟ କରି ପାଭିଲିୟନ ପଠାଇଥିଲେ ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ପ୍ରଥମ ପାରିରେ ଅଷ୍ଟ୍ରେଲିଆଠାରୁ ୧୯୧ ରନ୍ ପଛରେ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ନାଥୋନ ଲିୟନ, ମେଥ୍ୟୁ କୁହ୍ନେମ୍ୟାନ ଓ ଟଟ୍ ମର୍ଫି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
Back to top button