ଜୀବନଶୈଳୀ

ସବୁ ପ୍ରକାରର ସ୍କିନ ପ୍ରୋବ୍ଲେମ ଗାୟବ ହେଇଯିବ, କରନ୍ତୁ ଏହି ଘରୋଇ ଉପାୟ-

ନମସ୍କାର ବନ୍ଧୁଗଣ ଆମ ଶରୀର ରେ ହାତରୁ ଆରମ୍ଭ କରି ଗୋଡ଼ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ। ଏବଂ ଆମେ ଏହି ତ୍ୱଚା ର ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ। ଏବଂ ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ। ମହଙ୍ଗା ଡାକ୍ତର ଙ୍କ ପାଖକୁ ଯାଇଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ। ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ ଏବଂ ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ।

ଏବଂ ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ। ଏବଂ ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ। ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ। ତେବେ ଚାଲନ୍ତୁ ଜାଣିନେବା ଏହି ତ୍ୱଚା ରେ ହେଉଥିବା ସମସ୍ୟା ର ସହଜ ସରଳ ଏବଂ ଘରୋଇ ଉପଚାର ଯାହା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ପାଇଁ ପାରିବା।

ସାଧାରଣ ଜୀବନ ରେ ଆମ ତ୍ୱଚା ର ସମସ୍ୟା ର ମୁଖ୍ୟ କାରଣ ହେଉଛି। ପ୍ରଥମ ରେ ଆମେ ଅଧିକ ଚିନ୍ତା କରିଥାଉ।ଦ୍ଵିତୀୟ ରେ ଆମ ପେଟ ଖରାପ ହେଲେ ଏବଂ ତୃତୀୟ ରେ ଆମେ ଅଧିକ ମସଲା ଜାତୀୟ ଖାଦ୍ୟ ଖାଇଲେ। ଆମେ ଯେତେ ଅଧିକ ଚିନ୍ତା କରିବା ଆମ ତ୍ୱଚା ସତେ ମଳିନ ପଡି ଚାଲିଯିବ। ଏବଂ ସେଥିପାଇଁ ଆମ ଆଖି ତଳେ କଳା ଦାଗ ଦେଖାଯାଏ।

ଏହାର ଅନ୍ୟ ଏକ କାରଣ ହେଉଛି ଠିକ ଭାବରେ ନ ଶୋଇବା। ଦ୍ୱିତୀୟ ରେ ଆମ ଶରୀର ଭିତର ଯଦି ଖରାପ କିମ୍ବା ଅଶୁଦ୍ଧତା ରହିବ। ଅର୍ଥାତ ଆମ ରକ୍ତ ଯଦି ସଫା ନ ରହିବ ତେବେ ଆମକୁ ବ୍ରଣ ଭଳି ସମସ୍ୟା ନିଜ ତ୍ୱଚା ରେ ଦେଖିବାକୁ ପାଇବା। ତେଣୁ ଆମ ରକ୍ତ କୁ ସଫା କରିବା ଆବଶ୍ୟକ ସେଥି ପାଇଁ ଆମକୁ ସବୁଜ ପନି ପରିବା ସେବନ କରିବା ପ୍ରଚୁର ପରିମାଣରେ ପାଣି ପିଇବା ଆଦି କାର୍ଯ୍ୟ କରିବା ଉଚିତ।ଏବଂ ମସଲା ଜାତୀୟ ଖାଦ୍ୟ ବେଶୀ ଖାଇବା। ତେଲ ମସଲା ଖାଦ୍ୟ ବେଶୀ ପରିମାଣରେ ଖାଇଲେ ଆମ ରକ୍ତ ରେ ଏହି ଅଶୁଦ୍ଧ ମିଶି ତାକୁ ଖରାପ କରିଦିଏ।

ଏବଂ ତା ଯୋଗୁଁ ଆମ ମୁହଁରେ ବ୍ରଣ ହୋଇ ଯାଇଥାଏ। ଆମର ଅନ୍ୟ ଏକ ସବୁଠାରୁ ବଡ଼ କାରଣ ହେଉଛି ଆମେ ନିଜକୁ ସୁନ୍ଦର କରିବା ପାଇଁ ଅନେକ ମେକେଅପ ନିଜ ଚେହେରା ରେ ଲଗେଇଥାଉ ଏବଂ ସେଥିରେ ମିଶି ରହିଥିବା କେମିକାଲ ଆମ ତ୍ୱଚା କୁ ବହୁତ ଖରାପ କରି ଦିଏ। ଏବଂ ତା ଯୋଗୁଁ ଆମକୁ ଚେହେରା ରେ ନାଲି ଦାଗ କିମ୍ବା ବ୍ରଣ କିମ୍ବା ଚେହେରା ମଳିନ ପଡି ଯାଇଥାଏ।ତେଣୁ ଯେତେ ପାରିବା ଏହି ସବୁ ପ୍ରଡକ୍ଟ ରୁ ଦୁରେଇ ରହିବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button