ଦେଶ ବିଦେଶ

ଘରେ ଅଛି କି ଏସି ? କରନ୍ତୁ ଏମିତି ଜମା ଆସିବନି ଅଧିକା ବିଲ୍

ନୂଆଦିଲ୍ଲୀ: ଏୟାର କଣ୍ଡିସନର (AC) ରେ ଅନେକ ମୋଡ୍ ଦିଆଯାଇଛି। ଅଧିକାଂଶ ଲୋକ ଏସି ବ୍ୟବହାର କରନ୍ତି କିନ୍ତୁ ଏହାର ମୋଡ୍ ସଠିକ୍ ଭାବରେ ବ୍ୟବହାର କରନ୍ତି ନାହିଁ ଯେଉଁ କାରଣରୁ ବିଦ୍ୟୁତ୍ ବିଲ୍ ଅଧିକ ଆସିଥାଏ। ଆଜି ଆମେ ଆପଣଙ୍କୁ ଏସିର ଏକ ସ୍ୱତନ୍ତ୍ର ମୋଡ୍ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହା ଅନ୍ ହେଲେ ବିଦ୍ୟୁତ୍ ବିଲ୍ ଯଥେଷ୍ଟ କମିଯାଏ। ଯଦି ଆପଣ ଘରେ ଏସି ବ୍ୟବହାର କରନ୍ତି ତେବେ ଆପଣ ଏହା ବିଷୟରେ ଜାଣିବା ଉଚିତ୍।

ଏସିରେ ଅନେକ ମୋଡ ଦିଆଯାଇଛି । ଏଥିରେ ଡ୍ରାଏ ମୋଡ, ହିଟ ମୋଡ, ସ୍ଲିପ ମୋଡ, କୁଲ ମୋଡ ଏବଂ ଅଟୋ ମୋଡ ଆପଣଙ୍କୁ ପାଖାପଖି ସମସ୍ତ ପ୍ରକାର ଏସିରେ ମିଳିଯିବ । ଏହି ସବୁ ମୋଡ ଭିନ୍ନ-ଭିନ୍ନ କଣ୍ଡିସନ ଏବଂ ପାଣିପାଗ ଅନୁସାରେ ସେଟ କରାଯାଏ । ଯଦି ଏହି ମୋଡସକୁ ସଠିକ ଭାବେ ବ୍ୟବହାର କରୁଛୁ ତେବେ ଏସି ଅଧିକ ଦିନ ଚାଲିବା ସହ ବିଜୁଳି ବିଲ୍ ବଢିବାକୁ ମଧ୍ୟ ରୋକାଯାଇ ପାରିବ । ଯଦି ଆପଣ ଏପରି ଏସିର ବିଲ ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣ ଏସିର ଅଟୋ ମୋଡକୁ ଅନ ରଖନ୍ତୁ ।

ରୁମର ତାପମାତ୍ରା ଅଧିକ ହୁଏ ତେବେ ଏୟାର କଣ୍ଡିସନର ର ଅଟୋ ମୋଡ କମ୍ପ୍ରେସରକୁ ଅନ କରିଦିଏ, ଯେତେବେଳେ ରୁମ ଥଣ୍ଡା ହୁଏ ତେବେ କମ୍ପ୍ରେସର ବନ୍ଦ ହୋଇଯାଏ । ଏହିଭଳି ରୁମର ବାୟୁରେ ଆର୍ଦ୍ରତା ହେବାରେ ଏସିର ଅଟୋ ମୋଡ ଡିହ୍ୟୁମିଡିଫିକେସନ ମୋଡକୁ ଆକ୍ଟିଭେଟ କରିଦିଏ । ଏସିର ଅଟୋ ମୋଡ ଏସିକୁ ଲଗାତାର ଅନ ରଖେ ନାହିଁ, ଯେଉଁଥିରେ ବିଦ୍ୟୁତ ବିଲ ବଞ୍ଚିଥାଏ । ଏହି ମୋଡ ସ୍ପିଲ୍ଟ ଏବଂ ୱିଣ୍ଡୋ ଦୁଇଟି ଏସିରେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button