ଦେଶ ବିଦେଶ

ଫୋକସ୍‌ରେ ଗ୍ୟାଜେଟ୍: ସଂଗୀତପ୍ରେମୀଙ୍କ ପାଇଁ ମିଭି ସୁପର୍‌ପଡ୍‌ସ ଓପେରା

ଭାରତର ଅଗ୍ରଣୀ ଓୟାର୍ଲେସ୍ ଅଡିଓ ଉତ୍ପାଦ ନିର୍ମାତା ‘ମିଭି’ ଏହାର ସଦ୍ୟତମ ଟିଡବ୍ଲ୍ୟୁଏସ୍ ଇୟର୍ବଡ୍ସ ‘ଓପେରା’ ଉନ୍ମୋଚନ କରିଛି। ଏହା ହେଉଛି ସୁପର୍ପଡ୍ସ ସିରିଜ୍ର ତୃତୀୟ ପିଢ଼ି। ଏହା ପ୍ରଥମ ଭାରତୀୟ ବ୍ରାଣ୍ଡ୍ ଭାବେ ଜାପାନ ଅଡିଓ ସୋସାଇଟି ଦ୍ୱାରା ‘ହାଇ-ରେସ୍ ଓୟାର୍ଲେସ୍ ଅଡିଓ’ ପ୍ରମାଣପତ୍ର ହାସଲ କରିଛି। ଏଥିରେ ହାଇ-ରେସ୍ ଓୟାର୍ଲେସ୍ ଅଡିଓ ସାଙ୍ଗକୁ ଏଲ୍ଡିଏସି ବ୍ଲୁଟୁଥ୍ କୋଡେକ୍, ସ୍ପାଟିଆଲ୍ ଅଡିଓ ଓ ୩ଡି ସାଉଣ୍ଡ୍ଷ୍ଟେଜ୍, ମିଭି ଅଡିଓ ଆପ୍, ଭଳି ବୈଶିଷ୍ଟ୍ୟ ରହିଛି।

ଏହାର ବ୍ୟାଟେରିକୁ ଥେର ଚାର୍ଜ କଲେ ୬୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ।

କେବଳ ସେତିକି ନୁହେଁ, ଏଥିରେ ବ୍ଲୁଟୁଥ୍ ୫.୪ ସଂଯୋଗ ସୁବିଧା ରହିଛି,ଯାହା ୧୦ ମିଟର ଦୂରତା ପର୍ଯ୍ୟନ୍ତ କାମ କରିବ ବୋଲି କମ୍ପାନି ଦାବି କରିଛି। “ଆମେ ସଂଗୀତପ୍ରେମୀଙ୍କ ପାଇଁ ଓପେରା ସହିତ ଅତୁଳନୀୟ ଓୟାର୍ଲେସ୍ ଅଡିଓ ଅନୁଭୂତି ଆଣି ଆନନ୍ଦ ଅନୁଭବ କରୁଛୁ ଏବଂ ଆମେ ପ୍ରଥମ ବ୍ରାଣ୍ଡ୍ ଭାବରେ ହାଇ-ରେସ୍ ଓୟାର୍ଲେସ୍ ଅଡିଓ ନିମନ୍ତେ ଜାପାନ ଅଡିଓ ସୋସାଇଟି ନିକଟରୁ ପ୍ରମାଣପତ୍ର ହାସଲ କରିଛୁ। ଅନ୍ୟକୌଣସି ଭାରତୀୟ ବ୍ରାଣ୍ଡ୍ ଏହାକୁ ପାଇବାରେ ଏପର୍ଯ୍ୟନ୍ତ ସମର୍ଥ ହୋଇନାହାନ୍ତି,” ବୋଲି ମିଭିର ସିଇଓ ମିଧୁଲା ଦେବଭାକ୍ଟୁନି କହିଛନ୍ତି। ସୁପରପଡ୍ସ୍ ଓପେରାର ପ୍ରାରମ୍ଭିକ ମୂଲ୍ୟ ହେଉଛି ମାତ୍ର ୨୧୯୯ ଟଙ୍କା। ଏବେ ଫ୍ଲିପ୍କାର୍ଟ, ମିଭିର ୱେବ୍ସାଇଟ୍ ଓ ବଛାବଛା ଅଫ୍ଲାଇନ୍ ରିଟେଲର୍ଙ୍କ ନିକଟରେ ଏହା ମିଳୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button