ସ୍ୱାସ୍ଥ୍ୟ

ଚା ପିଇବା ସମୟରେ କରାଯାଇଥିବା ୮ଟି ଭୁଲ ଆପଣଙ୍କର କରାଇପାରେ କର୍କଟ , ରକ୍ତହୀନତା , କୋଷ୍ଠକାଠିନ୍ୟ , ଅର୍ଶ ଭଳି ରୋଗର ରୋଗୀ

ଅଧିକାଂଶ ଲୋକଙ୍କୁ ଚା ପିଇବା ଅତ୍ୟନ୍ତ ଭଲ ଲାଗିଥାଏ। ଚା ପିଇବା ଦ୍ୱାରା ଶରୀରକୁ କ୍ୟାଫିନ ମିଳିଥାଏ , ଫୁର୍ତ୍ତି ଲାଗିଥାଏ କିନ୍ତୁ ଏହାର ବହୁତ ଅଧିକ ଲାଭ ନାହିଁ। ଖାଲିପେଟରେ ଚା ପିଇବାକୁ କ୍ଷତିକାରକ କୁହାଯାଇଛି। କେବଳ ଏତିକି ନୁହେଁ , ଚା ସହିତ ଆଉ କିଛି ଖାଦ୍ୟପଦାର୍ଥ ସେବନ କରିବା ଦ୍ୱାରା ଅନେକ କ୍ଷତି ହୋଇପାରେ।

ଆମେ ଆପଣଙ୍କୁ ଏଭଳି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ଚା ପିଇବା ସମୟରେ କରିପାରନ୍ତି। ଏହି ଭୁଲ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତିକାରକ ପ୍ରଭାବ ପଡିପାରେ। ଉଦାହରଣ ସ୍ୱରୂପ , ଚା ସହିତ ଅଣ୍ଡା ସେବନ କରିବା , ପ୍ଲାଷ୍ଟିକ କପରେ ଚା ପିଇବା କିମ୍ବା ଖାଲି ପେଟରେ ଚା ପିଇବା ଇତ୍ୟାଦି। ଏଭଳି ଭୁଲ ଆପଣଙ୍କୁ କର୍କଟ ଭଳି ରୋଗରେ ପୀଡିତ କରାଇପାରେ।

ଏକ ଗବେଷଣା ଅନୁଯାୟୀ , ଗରମ ଚା ସେବନ କରୁଥିବା ବ୍ୟକ୍ତିଙ୍କର ଖାଦ୍ୟନଳୀ କର୍କଟ ହେବାର ଆଶଙ୍କା ବଢି ଯାଇଥାଏ। ପ୍ରତିଦିନ ୭୫ ପ୍ରତିଶତ କିମ୍ବା ତାଠାରୁ ଅଧିକ ଗରମ ଚା ସେବନ କରୁଥିବା ବ୍ୟକ୍ତିଙ୍କର ଖାଦ୍ୟନଳୀ କର୍କଟ ହେବାର ଆଶଙ୍କା ଦୁଇଗୁଣ ବଢି ଯାଇଥାଏ।

ଏହାର ମୁଖ୍ୟ କାରଣ ଗରମ ଜିନିଷ ଗଳାର କୋଷକୁ କ୍ଷତି ପହଞ୍ଚାଇଥାଏ। ଗରମ ଚା ପିଇବା ଦ୍ୱାରା କେବଳ ଗଳାର କର୍କଟ ନୁହେଁ ବରଂ ଏସିଡିଟି , ଘା କିମ୍ବା ପେଟ ସହ ଜଡିତ ଅନେକ ରୋଗ ହୋଇପାରେ।

ବର୍ଜନୀୟ କପରେ ଚା ପିଇବା:-
ଆଇଆଇଟି ଖଡଗପୁରର ଏକ ଅଧ୍ୟୟନ ଅନୁଯାୟୀ , ଏହି କଥା ସାମ୍ନାକୁ ଆସିଛି ଯେ , ଯଦି କୌଣସି ବ୍ୟକ୍ତି କାଗଜ କିମ୍ବା ପ୍ଲାଷ୍ଟିକ କପରେ ଦିନକୁ ତିନି ଚାରିଥର ଚା ପିଇଥାନ୍ତି , ତେବେ ତାଙ୍କ ଶରୀର ମଧ୍ୟକୁ ପ୍ଲାଷ୍ଟିକର ୭୫,୦୦୦ ସୁକ୍ଷ୍ମ କଣିକା ଚାଲି ଯାଇଥାଏ।

ଚା ସହିତ ସବୁଜ ପନିପରିବାର ସେବନ:-
ସବୁଜ ପନିପରିବା ଏବଂ ଶୁଖିଲା ଫଳରେ ବହୁ ପରିମାଣରେ ପୋଷକ ତତ୍ୱ ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ଚା ସହିତ ଏଗୁଡିକ ସେବନ କରିବା ବିଷ ଠାରୁ କମ ହୋଇନଥାଏ। ଆପଣଙ୍କୁ କହିରଖୁଛୁ ଯେ , କୋବି , ଫୁଲକୋବି , ମୂଳା , ସୋରିଷ , ବ୍ରୋକଲି , ଗଜା ମୁଗ , ଗଜା ବୁଟ ଏବଂ ସୋୟାବିନ ଭଳି ଜିନିଷରେ ଗାଇଟ୍ରୋଗନ୍ସ ରହିଥାଏ।

ଚା ସହିତ ବେସନ ଜିନିଷ ସେବନ କରିବା:-
ଚା ସେବନ କରୁଥିବା ସମୟରେ ବେସନରୁ ପ୍ରସ୍ତୁତ ଜିନିଷ ଗୁଡିକର ସେବନ କରିବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ଶରୀରରେ ପୋଷକ ତତ୍ୱ କମ ହୋଇଯାଇଥାଏ। ଏହାସହ ପେଟ ସହ ଜଡିତ ସମସ୍ୟା ମଧ୍ୟ ହୋଇପାରେ।

ଲେମ୍ବୁ:-
କିଛି ଲୋକ ଚା ର ସ୍ୱାଦ ବଢ଼ାଇବା ପାଇଁ ଚା ସହିତ ଲେମ୍ବୁ ସେବନ କରିଥାନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ , ଚା ସହିତ ଲେମ୍ବୁ ମିଶାଇ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଅଣ୍ଡା:-
କେତେକ ଲୋକ ଅଣ୍ଡା ସହିତ ଚା ପିଇବା ପସନ୍ଦ କରିଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ , ଏହି ସଂଯୋଗ ଧୀରେ ଧୀରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। ଏହାର କାରଣ ଏହା ଯେ , ଚା ପତ୍ରରେ ରହିଥିବା ଟୋନିକ ଏସିଡ ଅଣ୍ଡାର ପ୍ରୋଟିନ ସହ ମିଶି ଟୋନିକ ଏସିଡ ପ୍ରୋଟିନ ଯୌଗିକ ଗଠନ କରିଥାଏ। ଯାହା ପେରିଷ୍ଟାଲିସ ଗତିକୁ ଧୀର କରିଦେଇଥାଏ।

ଖାଦ୍ୟଶସ୍ୟ:-
ଆଜିକାଲିର ଲୋକମାନେ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟକୁ ସକାଳ ଭୋଜନରେ ବ୍ୟବହାର କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ , ଅବିଶୋଧିତ ଖାଦ୍ୟଶସ୍ୟରେ ଫାଇଟେଟ ଅଧିକ ପରିମାଣରେ ରହିଥାଏ , ଯାହା ବିଜର ଅଙ୍କୁରଣ ସମୟରେ ଫୋସଫୋରସ ର ଉତ୍ସ ଭାବରେ କାର୍ଯ୍ୟ କରିଥାଏ। କିନ୍ତୁ ଖାଦ୍ୟଶସ୍ୟରେ ଆଇରନ , ଜିଙ୍କ , କ୍ୟାଲସିୟମ ଏବଂ ମ୍ୟାଗନେସିୟମ ମଧ୍ୟ ରହିଥାଏ। ଗବେଷଣାରୁ ଜଣାପଡିଛି ଯେ , ଫାଇଟେଟ ସ୍ତର ବଢିବା ଦ୍ୱାରା ଏମୋନିଆ ଏବଂ ଜିଙ୍କର ଅଭାବର ଆଶଙ୍କା ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button