କ୍ରାଇମ

ଟ୍ରେନ ଚକା ତଳେ ଜଗି ବସିଥିଲା ଯମ, ରିଲ୍ସ କରୁଥିବା ସମୟରେ ଯୁବକଙ୍କ ହେଲା ମୃତ୍ୟୁ – Utkal Mail


ଲକ୍ଷ୍ନୌ: ଆଜିକାଲିର ଯୁବପିଢି ରିଲ୍ସ କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଉଛନ୍ତି। ଅନେକ ସମୟରେ ରିଲ୍ସ କରୁକରୁ ଅବା ସେଲଫି ନେଉନେଉ ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ହେଉଥିବାର ଖବର ସାମ୍ନାକୁ ଆସୁଛି।

ନିକଟରେ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରିଲ୍ସ କରୁକରୁ ଉତ୍ତରପ୍ରଦେଶର ବାରବାଙ୍କିର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

ସୂଚନାନୁସାରେ, ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲା ଅନ୍ତର୍ଗତ ଜାହାଙ୍ଗୀରାବାଦ ପୁଲିସ ଷ୍ଟେସନ ଅଧୀନରେ ଥିବା ରେଲୱେ ଟ୍ରାକରେ ଜଣେ ଯୁବକ ରିଲ୍ସ କରୁଥିଲେ। ଏହି ସମୟରେ ଧାରଣାରେ ଟ୍ରେନ ଚାଲି ଆସିଥିଲା। ଯୁବକ ଜଣ ଉକ୍ତ ଟ୍ରେନ ଚକା ତଳେ ଚାପି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ବୟସ ୧୬ ବର୍ଷ ବୋଲି କୁହାଯାଉଛି, ଯାହାର ନାମ ଫରହାନ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ବାରମ୍ବାର ଏମିତି ଘଟଣା ଘଟୁଥିବା ହେତୁ ଲୋକଙ୍କୁ ଏଥିପାଇଁ ସଜାଗ ରହିବାକୁ କୁହାଯାଉଛି। ଯେକୌଣସି ସ୍ଥାନରେ ସେଲଫି ନେଉଥିବା ବେଳେ ହେଉ ଅବା ରିଲ୍ସ  କରୁଥିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏହା ସତ୍ତ୍ବେ ବି ଯୁବପିଢ଼ି ରିଲ୍ସ କରିବା ଓ ସେଲଫି ନେବା ସମୟରେ ସ‌ାବଧାନତା ଅବଲମ୍ବନ କରୁ ନାହାନ୍ତି। ଯେଉଁ କାରଣରୁ ଏମିତି ଦୁର୍ଘଟଣା ଘଟୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button