ଜୀବନଶୈଳୀ

ପ୍ରେମ ବଦଳରେ ଯେବେ ପ୍ରେମ ନ ମିଳେ ତେବେ ଏହା ନିଶ୍ଚୟ କରନ୍ତୁ – Krishna Vani

ବନ୍ଧୁଗଣ ଆଜିକାଲି ପ୍ରେମ ଏକ ବାହାନା ହୋଇଗଲାଣି । ପ୍ରକୃତ ପ୍ରେମ ବା ସଚ୍ଚା ପ୍ରେମ ମିଳିବା ବହୁତ କଷ୍ଟକର ହୋଇଗଲାଣି । ତଥାପି ଦୁନିଆରେ ଏମିତି ଅନେକ ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ମାନେ ସଚ୍ଚା ପ୍ରେମ କରିଥାନ୍ତି । ହେଲେ ଏମିତି କିଛି ପୁଅ ଓ ଝିଅ ଅଛନ୍ତି ଯେଉଁ ମାନେ ପରସ୍ପର କୁ ବହୁତ ଭଲ ପାଇବା ଦେଇ ମଧ୍ୟ ଅନ୍ୟ ଜଣେ ତାଙ୍କୁ ସେତିକି ଭଲ ପାଇବା ଦିଅନ୍ତି ନାହିଁ । ଯେବେ ଆପଣ କାହାକୁ ଭଲ ପାଇବା ଦେଉଛନ୍ତି ଆଉ ତା ପ୍ରତି ବଦଳରେ ଆପଣଙ୍କୁ ସେତିକି ଭଲ ପାଇବା ମିଳୁନି ତେବେ ଆପଣଙ୍କୁ କଣ କରିବା ଦରକାର ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- କୌଣସି ବ୍ୟକ୍ତି ଆପଣଙ୍କ ସହ କଥା ହେଉଛି, ସମୟ ଦେଉଛି, କିନ୍ତୁ ଭଲ ପାଇବା ଦେଉନି । ଯେଉଁ ଭଲ ପାଇବା ଆପଣ ତାଙ୍କୁ ଦେଉଛନ୍ତି । ପ୍ରଥମେ ଆପଣଙ୍କୁ ବୁଝିବା ଦରକାର ସେ ଆପଣଙ୍କୁ ଭଲ ପାଇବା କାହିଁକି ଦେଉ ନାହାନ୍ତି ଯେତିକି ଆପଣ ତାଙ୍କୁ ଦେଉଛନ୍ତି । କେବେ ବି କାହା ପଛରେ ଭଲ ପାଇବାକୁ ନେଇ ଗୁହାରି କରନ୍ତୁ ନାହିଁ । ଏହାଦ୍ବାରା ନିଜର ଭ୍ୟାଲୁ କମ ହୋଇଯାଏ । ପ୍ରେମ ତାହା ସହ ହୋଇଯାଏ ଯାହାର ମୂଲ୍ୟ ଅଧିକ ହୋଇଥାଏ । ଆପଣ ନିଜ ସାଥିଙ୍କ ପଛରେ ପଡନ୍ତୁ ନାହିଁ କି ତାଙ୍କ ପାଇଁ ଉପସ୍ଥିତି ସବୁବେଳେ ରୁହନ୍ତୁ ନାହିଁ ।

୨- ଯେବେ ଆପଣ ନିଜ ସାଥିଙ୍କ ପାଇଁ ଉପସ୍ଥିତ ରହିଥାନ୍ତି ସେ ବୁଝି ସାରିଛନ୍ତି ଆପଣ ତାଙ୍କୁ କେବେ ଛାଡିବେ ନାହିଁ । ଆପଣ ତାଙ୍କ ପାଇଁ ସବୁବେଳେ ଉପସ୍ଥିତ ରହିଲେ ସେ କେବେ ଆପଣଙ୍କୁ ସେହି ଭଲ ପାଇବା ଦେବେ ନାହିଁ ଯେଉଁ ଭଲ ପାଇବା ଆପଣ ତାଙ୍କୁ ଦେଉଛନ୍ତି । ଆପଣଙ୍କ ସାଥି ଯାହା କହୁଛନ୍ତି କରିବାକୁ ତାହା କରିବା ବନ୍ଦ କରନ୍ତୁ । ତାଙ୍କୁ ଥରେ ମୌକା ଦିଅନ୍ତୁ ସେ ଆପଣଙ୍କୁ ମନେ ପକାଇବେ ତାଙ୍କ ମନରେ ଆପଣଙ୍କ ଭଲ ପାଇବା ଜାଗୃତ ହେବ ।

୩- ଯେବେ ଆପଣ କାହାକୁ ପ୍ରେମ କରୁଛନ୍ତି ଆଉ ସେ କିଛି ମାଗି ନେଲେ ଆପଣ କେବେ ବି ନାଁ କହିପାରନ୍ତି ନାହିଁ । ସବୁବେଳେ ତାଙ୍କ କଥାରେ ହଁ ହିଁ କହିଥାନ୍ତି । ପ୍ରତେକ ଜିନିଷ ପାଇଁ ପ୍ରତି ସମୟରେ ହଁ କହିବା ଜରୁରୀ ନୁହେଁ । ତାଙ୍କୁ ଦେଖାନ୍ତୁ ଆପଣଙ୍କ ପାଇଁ ସମୟର କେତେ ମୂଲ୍ୟ ଅଛି । ଆପଣ କେବେ ବି କାହାକୁ ପ୍ରଥମ ପ୍ରାୟୋରୀଟି ଦିଅନ୍ତୁ ନାହିଁ । ତେଣୁ କିଛି କଥାରେ ନାଁ କହିବା ଜରୁରୀ ଅଟେ ।

୪- କେବେ ବି ନିଜ ଭଲ ପାଇବା ପାଇଁ ନିଜକୁ ଚେଞ୍ଜ କରନ୍ତୁନି । ନିଜ ଲୁକରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ । ନିଜ ସାଥିଙ୍କ ହିସାବରେ ନିଜକୁ ବଦଳାଇବାକୁ ଚେଷ୍ଟା କରନ୍ତୁନି । କାହାକୁ ମିଛ ସତ କହି ବା ଦେଖାଇ ହୋଇ ପ୍ରେମ କରନ୍ତୁ ନାହିଁ । ଯେମିତି ଅଛ ସେମିତି ହୋଇ ରହିବାକୁ ଚେଷ୍ଟା କରନ୍ତୁନି ।

Related Articles

Leave a Reply

Your email address will not be published. Required fields are marked *

Back to top button