ବିଚାର

ରାତିରେ ଶୋଇବା ପୁର୍ବରୁ ଈଶ୍ୱରଙ୍କୁ ୧୧ ଥର ଏଭଳି କୁହନ୍ତୁ ଏବଂ ଦେଖନ୍ତୁ ଚମତ୍କାର

ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ସର୍ବଦା ସୁଖଶାନ୍ତିରେ ରହି ପାରିବେ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। କହିବାକୁ ଗଲେ ମନୁଷ୍ୟର ଦୁଇଟି ଶରୀର ରହିଛି। ଗୋଟେ ହେଉଛି ବାହାର ଶରୀର। ବାହାର ଶରୀର ହେଉଛି ଆମେ ଯାହାକୁ ଅନୁଭବ କରୁ ଓ ସୁଖସୁବିଧା ଭୋଗ କରୁ। ଦ୍ଵିତୀୟରେ ହେଉଛି ଅନ୍ତରର ଶରୀର। ଏହାଦ୍ବାରା ଅନ ଆତ୍ମା ପରମାତ୍ମାଙ୍କ ସହିତ ମିଶି ଯାଇଥାଏ। ଆମେ ସୁଖଦୁଃଖ ଅନୁଭବ କରିଥାଉ।

ବାସ୍ତୁ ଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଶାସ୍ତ୍ରରେ ପ୍ରତ୍ୟେକ ବିବାହିତ ଦମ୍ପତ୍ତି ନିଜ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଚାହୁଁ ଥିଲେ ପତ୍ନୀଙ୍କୁ ନିଜ ପତିଙ୍କ ବାମ ପଟରେ ଶୋଇବା ଉଚିତ। ମାନ୍ୟତା ଅନୁସାରେ ପତ୍ନୀଙ୍କ ଡାହାଣ ହାତ ପତିଙ୍କୁ କୁହାଯାଇଛି ଓ ପତିଙ୍କ ବାମ ହାତ ପତ୍ନୀଙ୍କୁ କୁହାଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ମନୁଷ୍ୟକୁ ରାତିରେ ଶୋଇବା ସମୟରେ ଉତ୍ତର ଦିଗ ଆଡ଼କୁ ମୁହଁ କରି ଶୋଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି, ତାହେଲେ ଆପଣଙ୍କୁ ଉତ୍ତର ଦିଗ ଆଡ଼କୁ ମୁହଁ କରି ଶୋଇବା ଉଚିତ। ଦେଖିବେ ବ୍ୟବସାୟରେ ଉନ୍ନତି ପ୍ରାପ୍ତ କରିବେ। ଯଦି ଆପଣ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଶୁଅନ୍ତୁ।ପ୍ରତ୍ୟେକଦିନ ରାତିରେ ଶୋଇବା ପୁର୍ବରୁ ଯଦି ଆପଣ ପାଞ୍ଚ ଥର ଗାୟତ୍ରୀ ମନ୍ତ୍ର ଜପ କରି ଶୋଇବେ, ତାହେଲେ ଆପଣଙ୍କୁ ଗଭୀର ଓ ସୁଖ ନିଦ୍ରା ପ୍ରାପ୍ତି ହେବ। ରାତିରେ ଏହି ମନ୍ତ୍ର ଜପିବାର ଏକ ଖାସ ନିୟମ ରହିଛି। ଏହି ମନ୍ତ୍ରକୁ ମନରେ ଜପ କରିବା ଉଚିତ।

ରାତିରେ କେତେବେଳେ ଶୋଇବା ଉଚିତ ଆସନ୍ତୁ ଜାଣିବା। ଶାସ୍ତ୍ରରେ ସଅଳ ଶୋଇବା ସଅଳ ଉଠିବା ବିଷୟରେ କୁହାଯାଇଛି। ତେଣୁ ରାତିରେ ୯:୦୦ ଘଟିକା ଶୋଇ ସକାଳ ୪:୦୦ ଘଟିକରେ ଉଠିବା ଉଚିତ। ବୈଜ୍ଞାନିକ ମାନଙ୍କ ମତରେ ପ୍ରତ୍ୟେକ ମନୁଷ୍ୟ ୭ରୁ ୮ ଘଣ୍ଟା ଶୋଇବା ଉଚିତ। ଏହା ଶରୀର ପାଇଁ ବିଶେଷ ଉପଯୋଗୀ ଅଟେ। ନିଜ ଶରୀରର ଦାୟିତ୍ୱ ନିଜ ହାତରେ ରହିଛି। ଆଜିକାଲିର ଆଧୁନିକ ଯୁଗରେ ସମସ୍ତେ ଶିକ୍ଷିତ ରହିଥିଲେ ମଧ୍ୟ କାହା ପାଖରେ ନିଜ ଶରୀର ପ୍ରତି ସମୟ ଦେବା ପାଇଁ ସମୟ ନାହିଁ। ଯାହାଫଳରେ ଅନେକ ରୋଗ ଲୋକଙ୍କ ପ୍ରାଣ ନେଲାଣି।

ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ଇଷ୍ଟଦେବଙ୍କ ମନ୍ତ୍ର ୧୧ ଥର ଜପ କରି ଶୋଇବାକୁ ଯାଆନ୍ତୁ। ଏହାସହିତ ସାରା ଦିନରେ ଆପଣଙ୍କ ଦ୍ଵାରା କିଛି ହୋଇଥିଲେ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହିତ ନିଜ ଉନ୍ନତି ଓ ଅଭିଳାଷା ବ୍ୟକ୍ତ କରି ମନରେ ପ୍ରଣାମ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ। ଏହାସହିତ ଆପଣଙ୍କ ଜୀବନ ସୁଖରେ ଅତିବାହିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button