ଦେଶ ବିଦେଶ

ତିନି ବର୍ଷରେ ଘରକୁ 10 ଲକ୍ଷ ଟଙ୍କା ପଠେଇଲୁ, ସେଠି ଆମକୁ ବହୁତ ଭଲ ଦରମା ମିଳୁଛି, ଆହୁରି ମଧ୍ୟ ମିଳିବ ଯଦି ଆମେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଭଳି ଦିନରେ ଝିଅମାନେ ଆଉ ଅନ୍ୟ ଉପରେ ନିର୍ଭର କରି ରହିବାକୁ ପସନ୍ଦ କରୁ ନାହାଁନ୍ତି । କେତେକ ଙ୍କ ଘର ପରିସ୍ଥିତି ମଧ୍ୟ ଠିକ ନାହିଁ, ଯେଉଁ ଘରେ ଝିଅ ମାନଙ୍କର କୌଣସି ଭାଇ ତଥା କୌଣସି ପୁଅ ରହୁନାହାଁନ୍ତି, ସେଠାରେ ଝିଅମାନେ ହିଁ କାମ କରି ଘର ଚଳାଉଛନ୍ତି । ମାତ୍ର ଓଡିଶା ଏକ ଗରିବ ରାଜ୍ୟ ବୋଲି ସମସ୍ତେ ଜାଣିଛନ୍ତି, ଏଣୁ ଏଠାକାର ଆର୍ଥିକ ଅବସ୍ଥା ଏତେ ଖାସ ନୁହେଁ ।

ଏଣୁ ଯୁବତୀମାନେ ରାଜ୍ୟ ତଥା ଦେଶ ବାହାରେ ଯାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଯୁବତୀ ମାନେ ଏହି ବାବଦରେ କଣ ପ୍ରତିକ୍ରିୟା ରଖିଛନ୍ତି ? ଯୁବତୀ ମାନଙ୍କ ନେତୃତ୍ଵ ବହନ କରିଥିବା ବ୍ୟକ୍ତି କହିଛନ୍ତି ଯେ ସେ ଏହି ଯୁବତୀ ମାନଙ୍କୁ ବିଦେଶ କୁ ପଠାଉଛନ୍ତି ।

ଗାର୍ମେଣ୍ଟ ଫ୍ୟାକ୍ଟରୀରେ କାମ କରିବା ସହିତ, ଓଡିଶାରେ ରହି ପ୍ରଥମେ ଟ୍ରେନିଂ ସେଣ୍ଟର ପ୍ରୋଭାଇଡ ହୋଇଥିଲା, ଏହାପରେ ଯୁବତୀ ମାନେ ଏହି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଲେ, ଏହାପରେ ଏମାନେ ବିଦେଶରେ ଯାଇ ୭ ରୁ ୮ ମାସ କାମ କରିଲେ ଏହାପରେ ସେମାନେ ପରୀକ୍ଷା ଦେଇ ଯୋଡାନ ଗଲେ, ଆଉ ଯୋଡାନରେ ୩ ବର୍ଷ ରହି କାମ କରି ଆସିଲେ ୩ ବର୍ଷରେ ଗୋଟେ ଗୋଟେ ଝିଅ ସମୁଦାୟ ୧୦ ଲକ୍ଷରୁ ଉର୍ଦ୍ଧ ପଇସା ନେଇ ଆସିଲେ ।

ତେବେ ବିଦେଶ କୁ ଯାଇଥିବା ଯୁବତୀ କହିଛନ୍ତି ଯେ ସେ, ଡିଡିୟୁଜିକେୱାଇ ରେ ଟ୍ରେନିଂ ନେଇ ଓରମାସ ଥ୍ରୁରେ ପ୍ରଫୁଲ୍ଲ ସାର ଙ୍କ ସହାୟତାରେ ଯୋଡାନ ଯାଇଥିଲେ । ସେଠାକାର କ୍ଲାସିକଫ୍ୟାସନ କମ୍ପାନୀରେ ସେ କାମ କରୁଥିଲେ ଏବଂ ସେଠାରେ ମାସକୁ ମାସ ସାଲେରୀ ମିଳୁଥିଲା, ଖାଇବା ମଧ୍ୟ ମାଗଣା ଥିଲା ଏବଂ ଡିସିପ୍ଲୀନ ମଧ୍ୟ ଭଲ ଥିଲା ଏବଂ ସେଫଟି ମଧ୍ୟ ଭଲ ଥିଲା ।

ସେମାନଙ୍କର କିଛି ଅସୁବିଧା ମଧ୍ୟ ନଥିଲା ସେଠାରେ, ଏଣୁ ସେଠାରେ ବହୁତ ଖୁସି ଲାଗିଲା ଏବଂ ସମୁଦାୟ ୩ ବର୍ଷ ୫ ମାସ କାମ କରିଛନ୍ତି, ସେଥିରେ ସମୁଦାୟ ୧୦ ଲକ୍ଷ ଟଙ୍କା ନିଜ ଘରକୁ ପଠାଇଛନ୍ତି । ଯୁବତୀ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ପରିଚୟ ଦେଲେ । ଯୋଡାନର ଲୋକେ ଭଲ ଥିବା ସହିତ କାମ ମଧ୍ୟ ଭଲ ଥିଲା ଏବଂ ସଠିକ ସମୟରେ ଦରମା ମଧ୍ୟ ଠିକ ଭାବରେ ଦେଉଥିଲେ । ତେବେ ଏହିଭଳି ଭାବରେ ପ୍ରତିକ୍ରିୟା ଦେଇଛନ୍ତି ଯୁବତୀ ଜଣକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button