ବିଚାର

ନବରାତ୍ରିରେ ଚୁପଚାପ ରଖି ଦିଅନ୍ତୁ ଏହି ସ୍ଥାନରେ ଲୁଣ, ମା ଦୁର୍ଗା ଆପଣଙ୍କ ସମସ୍ତଙ୍କର କଷ୍ଟ କରିବେ ଦୂର

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ଲୁଣକୁ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। ଆଜି ଆମେ ଆପଣଙ୍କୁ ଲୁଣର ଅନେକ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ଅନେକ ପ୍ରକାରର ଲୁଣ ରହିଛି। ଗୋଟେ ହେଉଛି ସୈନ୍ଧବ ଲୁଣ, ଯାହାକୁ ପାହାଡି ଲୁଣ ମଧ୍ୟ କୁହାଯାଏ। ତାପରେ ସମୁଦ୍ରି ଲୁଣ, କଳା ଲୁଣ, ଧଳା ଲୁଣ ଇତ୍ୟାଦି।

ମାନ୍ୟତା ରହିଛି କି, କୁଣ୍ଡଳୀରେ ଗ୍ରହ ଅଶୁଭ ସ୍ଥିତିରେ ରହିଥିଲେ, ସାଧାରଣ ଲୁଣ ଓ ସମୁଦ୍ରୀ ଲୁଣ ବ୍ୟବହାର କରିବା ଉଚିତ ନୁହେଁ। ଘରର କୌଣସି କୋଣରେ କାଚ ପାତ୍ରରେ ଲୁଣ ଭରି ରଖିବା ଉଚିତ। ଏହାଦ୍ବାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଲୁଣକୁ ଆମେ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧି ମାନି ଥାଉ। ତେବେ ଶୁକ୍ର ଓ ଚନ୍ଦ୍ର ଗ୍ରହକୁ ଶୁଭ କରିବା ପାଇଁ ଆପଣ କାଚ ପାତ୍ରରେ ଲୁଣ ଭରି ରଖନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ କି, କେବେବି ଲୁଣକୁ ଷ୍ଟିଲ ବା ଲୁହା ପାତ୍ରରେ ରଖନ୍ତୁ ନାହିଁ। ଲୁହାର କାରକ ଗ୍ରହ ଭଗବାନ ଶନି।

ଏହାଦ୍ବାରା ଶନି ଓ ଚନ୍ଦ୍ର ଗ୍ରହର ମିଳନ ହୋଇଥାଏ ଏବଂ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। କାଚ ପାତ୍ରରେ ଲୁଣ ଭରି ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଅନ୍ୟମାନଙ୍କୁ ଲୁଣ ଦେବା ସମୟରେ ଚାମୋଚ ବ୍ୟବହାର କରନ୍ତୁ। କିନ୍ତୁ କେବେବି ହାତରେ ଲୁଣ ଦେବା ଉଚିତ ନୁହେଁ। ଯଦି ଆପଣଙ୍କୁ ଅନୁଭବ ହେଉଛି କି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଛି ଏବଂ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି, ତାହେଲେ ଏହି ଉପାୟ କରନ୍ତୁ।

ଗୋଟେ ଲାଲ କପଡ଼ାରେ ଅଳ୍ପ କଳା ଲୁଣ ନେଇ ବାନ୍ଧି ଦିଅନ୍ତୁ ଏବଂ ଏହାକୁ ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ ଟାଙ୍ଗି ଦିଅନ୍ତୁ। ଏହାଛଡା ଆପଣ ଘରର ଏରୁଣ୍ଡି ବନ୍ଧରେ ଲୁଣ ନେଇ ରେଖା ଟାଣି ପାରିବେ। ଏଭଳି କରିବା ଦ୍ଵାରା ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ମାନ୍ୟତା ରହିଛି କି ଘରେ ପାଣିରେ ଲୁଣ ମିଶାଇ ସପ୍ତାହକୁ ଦୁଇଥର ପୋଛା ଲଗାଇଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ଯଦି ଆପଣ କୌଣସି ମାନସିକ ଚିନ୍ତାରେ ଅଛନ୍ତି ତାହେଲେ ରାତିରେ ଶୋଇବା ପୁର୍ବରୁ ପାଣିରେ ଅଳ୍ପ ଲୁଣ ମିଶାଇ ଗୋଡ଼ ହାତ ଧୋଇ ନିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button