ଜୀବନଶୈଳୀ

ତୁଳସୀ ଗଛ ମୂଳରେ ରଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ,ନଚେତ ହୋଇଯିବେ କାଙ୍ଗାଳ

ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛକୁ ଦେବୀ ସ୍ୱରୂପ ପୂଜା କରାଯାଇଥାଏ।ଏହାକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି।ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଅଟେ। ଭଗବାନଙ୍କୁ ଭୋଗ ଅର୍ପଣ କରୁଥିବା ସମୟରେ ନିଶ୍ଚିତ ଭାବରେ ତୁଳସୀ ପତ୍ର ପକା ଯାଇଥାଏ।

ଘରେ ତୁଳସୀ ଗଛ ରହିଥିଲେ, କିଛି ବିଶେଷ କଥା ପ୍ରତି ଧ୍ୟାନ ରଖିବା ଆବଶ୍ୟକ ଅଟେ।ଯଦି ତୁଳସୀ ଗଛ ଶୁଖିଯାଇଥାଏ, ତାହେଲେ ଘରକୁ ଅନେକ ସଂକଟର ଆଗମନ ହୋଇଥାଏ ବୋଲି ସଂକେତ ମିଳିଥାଏ। କିନ୍ତୁ ତୁଳସୀ ଗଛ ମୂଳରେ କେଉଁ ଜିନିଷ ରଖିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ଜାଣିବା।

– ଘରେ ତୁଳସୀ ଗଛ ରହିଲେ, ଆଖପାଖ ସର୍ବଦା ସଫାସୁତୁରା ରଖନ୍ତୁ। ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ଝାଉଁଳି ପଡୁଛି, ତାହେଲେ ନିଶ୍ଚିତ ଭାବରେ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

– କିଛି ଲୋକଙ୍କ ଘରର ବଗିଚାରେ ତୁଳସୀ ଗଛ ପାଖାପାଖି ଅନ୍ୟ ଗଛ ଗୁଡ଼ିକ ଲଗାଯାଇଥାଏ। କିନ୍ତୁ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଯେଉଁଠାରେ ତୁଳସୀ ଗଛ ରହିଛି, ସେଠାରେ କୌଣସି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ।ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ।

– ଯଦି ଆପଣ ଜଳରେ ଅଳ୍ପ କଞ୍ଚା କ୍ଷୀର ମିଶାଇ ସବୁଦିନ ତୁଳସୀ ଗଛରେ ଅର୍ପଣ କରିବେ, ତାହେଲେ ଏହା ଆପଣଙ୍କ ଘର ପାଇଁ ଶୁଭ ରହିବ ଏବଂ ସୁଖସମୃଦ୍ଧି ବୃଦ୍ଧି ପାଇବ।ଘରେ କେବେବି ଧନସମ୍ପତ୍ତିର ଅଭାବ ରହିବ ନାହିଁ।

– ସବୁଦିନ ସକାଳେ ଠାକୁର ପୂଜା ସାରି ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ। କିନ୍ତୁ କିଛି ଲୋକେ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳ ଅର୍ପଣ କରିଥାନ୍ତି, କିନ୍ତୁ ଏଭଳି କରିବା ଅଶୁଭ ମାନା ଯାଇଥାଏ। ସୂର୍ଯ୍ୟାସ୍ଥ ପରେ କେବେବି ତୁଳସୀ ଗଛ ମୂଳରେ ଜଳ ଦେବା ଉଚିତ ନୁହେଁ, କିନ୍ତୁ ଦୀପ ପ୍ରଜ୍ବଳନ କରନ୍ତୁ।

– ସକାଳେ ଠାକୁର ପୂଜା ଅଥବା ତୁଳସୀ ଗଛ ପୂଜା କରିବା ସମୟରେ କେବେବି ଓଦା କେଶରେ ପୂଜା କରନ୍ତୁ ନାହିଁ।ଏହା ଅଶୁଭ ହୋଇଥାଏ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button