ଓଡିଶା

ପୁଣି ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ – Utkal Mail



କେନ୍ଦୁଝର: ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ଅନୁଯାୟୀ ମୃତ ଛୁଆ ହାତୀର ବୟସ ପାଞ୍ଚ ବର୍ଷ ଥିବା ଆକଳନ କରାଯାଉଛି।

ଡିଏଫଓ କହିଛନ୍ତି ଯେ ଶନିବାର ଦିନ ହାତୀମାନଙ୍କୁ ଫସଲର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ସୋଲାର ବିଦ୍ୟୁତ୍ ପ୍ରବାହିତ ତାର ବିଛା ଯାଇଥିଲା। ଏହି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ହେବ ଉକ୍ତ ଜଙ୍ଗଲ ରେଞ୍ଜରେ ଏକ ୨୫ ଟିକିଆ ହାତୀପଲ ରହିଥିଲେ। ତେଣୁ ଗ୍ରାମବାସୀ ସେମାନଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ବୈଦ୍ୟୁତିକ ଜାଲ ବିଛାଇଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି।

ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ଜଣାପଡ଼ିବ। ଯେଉଁମାନେ ଉକ୍ତ ଘଟଣାରେ ଦାୟୀ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ ନଭେମ୍ବର ୧୦ ତାରିଖରେ ତେଲକୋଇ ବନାଞ୍ଚଳ ଭାଡ଼ିମରା ଗାଁ ପାଖରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ୫ ଜଣ ଶିକାରୀଙ୍କୁ ଗିରଫ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button