ଦେଶ ବିଦେଶ

ସିୟାଚ୍ଚିନରେ ପ୍ରଥମଥର ପାଇଁ ସେନାର ମହିଳା ଡାକ୍ତର ନିଯୁକ୍ତ – Utkal Mail


ଦୁନିଆର ସବୁଠୁ ଉଚ୍ଚ ଓ ଥଣ୍ଡା ସ୍ଥାନ ସିୟାଚ୍ଚିନରେ ପ୍ରଥମଥର ପାଇଁ ଭାରତୀୟ ସେନାରେ କ୍ୟାପଟେନ ଗୀତିକା କୌଲ ରୂପେ ମହିଳା ଡାକ୍ତର ନିଯୁକ୍ତ ହୋଇଛନ୍ତି । ଭାରତୀୟ ସେନାର ଲେହସ୍ଥିତ ଫାୟର ଏଣ୍ଡ ଫ୍ୟୁରୀ କୋର ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଛି । ଏହାସହ କିଛି ଫଟୋ ମଧ୍ୟ ସେୟାର କରିଛି ।

ଫାୟର ଏଣ୍ଡ ଫ୍ୟୁରୀ କୋର ଲେଖିଛି ଯେ, ସିୟାଚ୍ଚିନ ବେଟେଲ ସ୍କୁଲରେ ସଫଳତାପୂର୍ବକ ଇଣ୍ଡକ୍ସନ ଟ୍ରେନିଂ ପୂରଣ କରିବା ପରେ ସ୍ନୋ ଲେପର୍ଡ ବ୍ରିଗେଡ କ୍ୟାପଟେନ ଗୀତିକା କୌଲଙ୍କୁ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚ୍ଚିନରେ ଭାରତୀୟ ସେନାର ପ୍ରଥମ ମହିଳା ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button