ମନୋରଞ୍ଜନ

ଟାଇଗର୍‌ଙ୍କୁ ପାଇ ‘ସିଂଘମ୍ ଏଗେନ୍’ ଟିମ୍‌ ଖୁସି – Utkal Mail


ମୁମ୍ବାଇ: ଅନ୍ୟ ଅନେକ କାରଣ ସହିତ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଂଘମ୍ ଏଗେନ୍’ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛି। ମୁଖତଃ ଏହାର ବଜେଟ୍,  ତାଗଡ଼ା ଓ ଲମ୍ବା ଷ୍ଟାର୍‌କାଷ୍ଟ୍ ପାଇଁ ଫିଲ୍ମଟି ଚର୍ଚ୍ଚାରେ ରହିଛି।ପୂର୍ବରୁ ‘ସିଂଘମ୍ ଏଗେନ୍’ରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କୁ ସାଇନ୍‌ କରା ସରିଛି। ଏତିକିରେ ରୋହିତଙ୍କର ମନ ପୂରିଲାନି ଯେ ପୁଣି ଟାଇଗର୍‌ ‌ଶ୍ରଫ୍‌ଙ୍କୁ ବି ସେ ଷ୍ଟାରକାଷ୍ଟରେ ସାମିଲ କରିଛନ୍ତି। ଟାଇଗର୍‌ ସେଥିରେ ଏସିପି ସତ୍ୟାଙ୍କ ଭୂମିକାରେ ଅଭିନୟ କରିବେ।

ଏସିପି ସତ୍ୟା କାହାଣୀରେ ଜଣେ କଡ଼ା ମିଜାଜର ଅଫିସର୍, ସମୟ ଓ ନିୟମକୁ ଭାରି ମାନନ୍ତି। ଟାଇଗର୍‌ ଯଦିଓ ମୂଳତଃ ଜଣେ ଆକ୍ସନ ଷ୍ଟାର୍, ଆକ୍ସନ ସିନ୍‌ରେ ଅଭିନୟ କରିବାରେ ଭାରି ଦକ୍ଷ, କିନ୍ତୁ ଏସିପି ସତ୍ୟା ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ ନିଶ୍ଚୟ। କାରଣ ମୂଳତଃ ତାହା ଜଣେ ବୟସ୍କ ଅଫିସରଙ୍କ ଭୂମିକା। ତେବେ ଏଥିରେ ଆପତ୍ତି କରିନାହାନ୍ତି ଟାଇଗର୍।  ଉଭୟ ରୋହିତ ଓ ଟାଇଗର୍‌ ପରସ୍ପରଙ୍କୁ ପାଇ ବେଶ୍ ଖୁସି ଅଛନ୍ତି। କେବଳ ସେତିକି ନୁହେଁ, ଫିଲ୍ମର ବାକି ନାୟକ, ଯଥା- ଅକ୍ଷୟ, ଅଜୟ ଓ ରଣବୀର ମଧ୍ୟ ତାଙ୍କୁ ‘ସିଂଘମ୍ ଏଗେନ୍’ ଟିମ୍‌ରେ ସ୍ବାଗତ କରି ଟୁଇଟ୍‌ କରିଛନ୍ତି। ଟାଇଗର୍‌ ଆସିବାପରେ ଟିମ୍‌ ଆହୁରି ବଳଶାଳୀ ହୋଇଛି ବୋଲି ସେମାନେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button