କ୍ରାଇମ
ଗୁଳିକରି ମାଡ ମାରି ଲୁଟିନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା, ୫ ଆହତ

ସୋରୋ : ବାଲେଶ୍ବର ଜିଲ୍ଲା ସୋରୋ ଦୟାନିଧିପୁରରେ ସଶସ୍ତ୍ର ଡକାୟତି। ଦୁବୃର୍ତ୍ତଙ୍କ ଆକ୍ରମଣରେ ୨ ପରିବାରର ୫ ଜଣ ଆହତ। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ । ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ୨ଜଣ ଗୁରୁତର । ପରିବାର ଲୋକ ବିରୋଧ କରିବାରୁ ଆକ୍ରମଣ ଓ ଗୁଳି ମାଡ଼ କରି ୫ଜଣଙ୍କୁ ଆହତ କରିଛନ୍ତି ଡକାୟତମାନେ ।
ଦୁବୃର୍ତ୍ତ ପରିବାରର ୬ ଜଣକଙ୍କର ହାତ ବାନ୍ଧି ମାଡ଼ ଦେଇ ୪ଟି ସୁନା ହାର, ଗୋଟିଏ ମଙ୍ଗଳସୂତ୍ର, ୫ ହଳ କାନଫୁଲ, ରୂପା ଅଳଙ୍କାର ସହ ଅନେକ ଜିନିଷ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଏଥିସହ ନଗଦ ୫୦ ହଜାର ଟଙ୍କା ଲୁଟିଛନ୍ତି l ପରିବାର ସଦସ୍ୟଙ୍କୁ ଟାଣି ଘୋଷାରି ମାଡ଼ ମାରିଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ସୋର ଡାକ୍ତରଖାନା ପରେ ବାଲେଶ୍ୱରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଡକାୟତମାନେ ଅଣ ଓଡ଼ିଆରେ କଥା ହେଉଥିଲେ । ସୋରୋ ଥାନା ପୋଲିସ ତଦନ୍ତ କରୁଛି ।