ବିଚାର

ଶ୍ରୀକୃଷ୍ଣ କୁହନ୍ତି;- ଯେତେବେଳେ ଭାଗ୍ୟ ଆପଣଙ୍କୁ ସାଥ୍ ଦେବନି । ସେତେବେଳେ ଏହି କଥାକୁ ମନେ ପକାଇବେ

1- ସବୁବେଳେ ସତର୍କ ରୁହନ୍ତୁ ବଚନ ଦେବା ପୂର୍ବରୁ ଭାବନ୍ତୁ ଏହା ନିଜ ପାଇଁ ଠିକ ହେବ ନା ଭୁଲ । ସାବଧାନର ଅର୍ଥ ହେଉଛି ପ୍ରଥମେ ସେହି ଜିନିଷର ଭବିଷ୍ୟକୁ ପରଖିବାକୁ ଚେଷ୍ଟା କରନ୍ତୁ । ଯଦି ସେଠାରେ ଟିକେବି ଅସାବଧାନତା ହୁଏ ତେବେ ଯେତେ ବଡ ଘର ହୋଇଥାଉ ନା କାହିଁକି ସେ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ସେଥିପାଇଁ ସୁରକ୍ଷିତ ଯଦି ରହିବାକୁ ଚାହୁଞ୍ଚନ୍ତି ତେବେ ଠିକ ସମୟରେ ଠିକ ନିସ୍ପତି ଓ ସାବଧାନ । କାରଣ ଭବିଷ୍ୟତରେ କଣ ହେବ ଆପଣ ଜାଣି ନାହାନ୍ତି ତେଣୁ ସେହି ସମୟରୁ ହିଁ ସାବଧାନ ହୋଇଯିବା ଉଚିତ ।

2- ମନୁଷ୍ୟର ସବୁଠୁ ବଡ ଗୁଣ ହେଉଛି ସେ ଅଧିକ ପରିଶ୍ରମ କରିଥାଏ ଓ ତାର ସବୁଠୁ ଛୋଟ ମାର୍ଗ ବାଛିଥାଏ । ସେଥିପାଇଁ ସେ ଆଭିଶାର୍ପ ପାଇବାକୁ ଡରିଥାଏ । କିନ୍ତୁ ଜିତିବା, ହାରିବା ଓ ଲାଭ ହାନି ଏବଂ ସାର୍ପ ଓ ବରଦାନ କେବଳ ନିମିତ ମାତ୍ର । କାରଣ କେତେବେଳେ କେଉଁ ଅଭିଶାପ ଆଶ୍ରିବାଦରେ ପରିଣତ ହୋଇଯିବ ଓ କେଉଁ ଆଶ୍ରିବାଦ ଅଭିଶାପ ପରିଣତ ହୋଇଯିବ କେବଳ ଏହା ମନୁଷ୍ୟର କର୍ମ ଉପରେ ନିର୍ଭର କରିଥାଏ ।

3-ବିଷ ପାନ କରିଥିବା ମହାଦେବ ଭଗବାନ ହୋଇରହିଥିବା ବେଳେ ଅମୃତ ପାନ କରିଥିବା ରାହୁ ଓ କେତୁ ଅସୁର ହୋଇ ରହିଲେ । ଏହା କେବଳ ନିଜର କର୍ମର ଫଳ । ଯଦି କର୍ମ ଓ ଲକ୍ଷ ଉଚିତ ଥିବ । ତେବେ ଅଭିଶାପକୁ ବରଦାନ ହେବା ପାଇଁ  ବେଶିଦିନ ଲାଗିନଥାଏ ଓ ଯଦି କର୍ମ ଅନୁଚିତ ଅଟେ ତେବେ ବରଦାନ ଅଭିଶାପରେ ପରିଣତ ହେବାପାଇଁ ବେଶିଦିନ ଲାଗିବା ନାହିଁ ।

4- ଆପଣ ଚୁମ୍ବକକୁ ଦେଖିଥିବେ ସେ ସବୁବେଳେ ଲୁହାର ତାର ନିଜ ଆଡକୁ ଆକର୍ଷଣ କରିଥାଏ । କାରଣ ଏହା ତା’ର ଧର୍ମ ଅଟେ । ଆମ ସମସ୍ଥଙ୍କ ପାଖରେ ମଧ୍ୟ ଏହିଭଳି ଆକର୍ଷଣୀୟ ଗୁଣ ଅଛି କିନ୍ତୁ ଆମେ ତାକୁ ଚିହ୍ନି ପାରୁନୁ । ବିଚାରର ଚୁମ୍ବକ ଆମ ଭିତରେ ଅଛି ଯାହା ନିଜ ପରି ଚିନ୍ତାଧାରା ଥିବା ଲୋକଙ୍କୁ ନିଜ ଆଡକୁ ଟାଣିଥାନ୍ତି । ଆମେ ଯେଉଁ ଭଳି ଚିନ୍ତା କରିଥାଉ ସେହିଭଳି ଫଳ ପାଇଥାଉ ।

5-ଯେଉଁମାନେ ଠାକୁରଙ୍କର ନାମ ଧରିଥାନ୍ତି ସେମାନଙ୍କୁ ଦେବତା ମିଳିବେ ସବୁ ନିଜ ବିଚାର ଉପରେ ନିର୍ଭର କରିଥାଏ । ଯେତେବେଳେ ମନୁଷ୍ୟର ଭାଗ୍ୟ ଖରାପ ଥାଏ ସେହି ସମୟରେ ତାକୁ ମିଠା ପାଣି ମଧ୍ୟ ତାକୁ ଲୁଣି ଲାଗିଥାଏ । ଏହା ସତ୍ୟ ନୁହେଁ, ଯେ ସବୁର କାର୍ଯ୍ୟରେ ବିଘ୍ନ ଆସିବା ଭାଗ୍ୟ ହିଁ ଦାୟୀ ହୋଇଥାଏ । ବେଳେବେଳେ ଆମର ଅସାବଧାନତା ପାଇଁ ମଧ୍ୟ ଆମ କାମରେ ବିଘ୍ନତା ଆସିଥାଏ । ଯଦି ଆପଣ ନିଜ କର୍ମ ଠିକ ଭାବେ କରୁଛନ୍ତି । ତେବେ ଠିକ ସମୟରେ ଭାଗ୍ୟର ଫଳ ଆପଣଙ୍କୁ ଠିକ ଭାବେ ନିହାତି ମିଳିବ ।

ଆଶା କରୁଛୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button