କିଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 8 ଟି ସଂକେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! ( Healthy Tips )

କିଡନୀ ଖରାପ ହେବା ପୂର୍ବରୁ ମିଳିଥାଏ କିଛି ଲକ୍ଷଣ । ଏହାକୁ କେବେ ହେଲେ ଅବହେଳା କରିବେ ନାହିଁ । ଏହି ସବୁ ଲକ୍ଷଣ ଯଦି ଆପଣ ଦେଖି ଅବହେଳା କରନ୍ତି ପରେ ଆପଣଙ୍କ ଶରୀରର ପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ । ତେବେ କଣ ସେହି ଲକ୍ଷଣ ସବୁ ତାହା ଆଜି ଆମେ ଜଣାଇବୁ । ଆମ ଶରୀରରେ ଦୁଇଟି କିଡନୀ ରହିଥାଏ । ଯାହା ରକ୍ତ ସଫା କରିବା ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।
ଯଦି କିଡନୀ ରେ କୌଣସି ସମସ୍ୟା ଥାଏ ତେବେ ଏହା ସମଗ୍ର ଶରୀରରେ ପ୍ରଭାବ ପକାଇ ଥାଏ । କିଡନୀ ରୋଗ ପ୍ରାୟତଃ ବିଳମ୍ବ ରେ ଚିହ୍ନଟ ହୋଇଥାଏ । ବିଭିନ୍ନ କିଡନୀ ଜନିତ ସମସ୍ୟା ରୋଗ ରେ ଲକ୍ଷ ଲକ୍ଷ ଲୋକ ପୀଡିତ ହୋଇଛନ୍ତି। ତେଣୁ କରି କିଡନୀ ରୋଗ କୁ ସାଇଲେଣ୍ଟ କିଲର କୁହାଯାଏ ।
ତେବେ କିଡନୀ ଫେଲ ଭଳି ସମସ୍ୟା ର ଆସିବା ଆଗରୁ କେଉଁ କେଉଁ ସବୁ ଲକ୍ଷଣମାନ ଦେଖା ଦେଇଥାଏ ତାହା ଆଜି ଆମେ ଜାଣିବା । ଯଦି ଆପଣଙ୍କ କିଡନୀ ରେ କିଛି ସମସ୍ୟା ଥାଏ ତେବେ ସର୍ବ ପ୍ରଥମେ ଏହା ଆପଣଙ୍କ ଗୋଡ଼, ଗୋଇଠି, ପାଦ ଦ୍ୱାରା ଲକ୍ଷଣମାନ ହୋଇଥାଏ । ଏହି ଅଂଶ ଗୁଡିକ ଫୁଲିଯାଇଥାଏ ।
କିଡନୀ ଖରାପ ହେଲେ ଏଡିମା ଦେଖାଯାଏ । ଏହା ଦ୍ୱାରା ଆଖି ଚାରିପାଖ ଫୁଲିଯାଏ । କିଡନୀ ଫେଲ ହେବା ଦ୍ୱାରା ବହୁତ ଥକ୍କା ପଣ ଦେଖାଯାଏ, ଦୁର୍ବଳ ଲାଗିଥାଏ ଅଧିକ କାର୍ଯ୍ୟ କରିବା କଷ୍ଟକର ହୋଇଥାଏ । କିଡନୀ ଫେଲ ହେବା ଦ୍ୱାରା ଏହା ଭୋକକୁ ବହୁତ ପ୍ରଭାବ ପକାଇ ଥାଏ । ଭୋକ କମ କରିବା ସହିତ ଏହା ସ୍ୱାଦ ରେ ମଧ୍ୟ ପରିବର୍ତ୍ତନ ଆଣିଥାଏ ।
ସେହିଭଳି କିଡନୀ ଫେଲ ହେବା ଦ୍ୱାରା ବାନ୍ତି ହେବା ସକାଳେ ଉଠିବା ପରେ ବାନ୍ତି ଲାଗିବା । ଏହା ସବୁ ଲକ୍ଷଣ ଦେଖା ଦେଇଥାଏ। ତେବେ ନିଜର କିଡନୀ କୁ ଆପଣ ସୁସ୍ଥ ଓ ସଫା କିପରି ରଖିବେ। ଆପଣ ଯେତେ ପାରିବେ ଅଧିକ ପାଣି ପିଇବା ଉଚିତ । ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ ।
ଯାହା ଫଳରେ କିଡନୀ ଶରୀରରୁ ସୋଡିୟମ , ୟୁରିଆ ଆଦିକୁ ବାହାର କରିଥାଏ । କିଡନୀ କୁ ସୁସ୍ଥ ରଖିବା ପାଇଁ ଆପଣ କମ ଲୁଣ ଥିବା ଖାଦ୍ୟ ଖାଆନ୍ତୁ । ରେଷ୍ଟୁରାଣ୍ଟ ବା ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ସୁସ୍ଥ ଖାଦ୍ୟ ର ସେବନ କରନ୍ତୁ। କିଡନୀକୁ ସୁସ୍ଥ ରଖିବାକୁ ହେଲେ ଆପଣ ମଝି ମଝି ରେ ନିଜର କୋଲେଷ୍ଟ୍ରଲ ସ୍ତର କୁ ପରୀକ୍ଷା କରିନିନ୍ତୁ । ଏହା ଛଡା ମିଠା ଖାଇବା ମଧ୍ୟ କମ କରିବା ଉଚିତ । ମିଠା ବଦଳରେ ଆପଣ ପ୍ରଚୁର ଫଳ ବା ସବୁଜ ପନିପରିବା ଖାଇ ପାରିବେ । ଏହି ସବୁ ନିୟମ ର ପାଳନ କରିବା ସହିତ ଆପଣ ନିଜର ଡାକ୍ତରଙ୍କ ର ପରାମର୍ଶ ମଧ୍ୟ ନେବା ଉଚିତ ।