ଦେଶ ବିଦେଶ

ମଣିପୁର କୁକି ସମ୍ପ୍ରଦାୟ ସହ ଅଛି କି ଇସ୍ରାଏଲର ସମ୍ପର୍କ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହାମାସ୍ ମଧ୍ୟରେ ଏବେ ଯୁଦ୍ଧ ଜାରି ରହିଛି | ଆଉ ନିଜ ଦେଶ ଇସ୍ରାଏଲକୁ ସୁରକ୍ଷା ଦେବା ପାଇଁ ଏବେ ସାରା ବିଶ୍ୱରେ ରହୁଥିବା ଇସ୍ରାଏଲ ନାଗରିକମାନେ  ଦେଶକୁ ଫେରୁଛନ୍ତି | ଏହାରି ଭିତରେ ମଣିପୁରରେ ରହୁଥିବା କୁକି ସମ୍ପ୍ରଦାୟର କିଛି ଲୋକ ମଧ୍ୟ ଏବେ ଇସ୍ରାଏଲ ଫେରିଥିବା ଜଣାପଡ଼ିଛି | ଏହାରି ଭିତରେ ଚର୍ଚ୍ଚା ଜୋର ଧରିଛି ଯେ ହଜାରେ ବର୍ଷ ଧରି ଭାରତରେ ରହୁଥିବା କୁକି ସମ୍ପ୍ରଦାୟ ସହ ଇସ୍ରାଏଲ ନାଗରିକଙ୍କର ସମ୍ପର୍କ କ’ଣ? କୁହାଯାଉଛି ଯେ ଅଷ୍ଟମ ଶତାବ୍ଦୀ ବେଳକୁ ଇସ୍ରାଏଲକୁ ଲଗାତାର ବିଦେଶୀ ଶତ୍ରୁ ଆକ୍ରମଣ କରୁଥିଲେ | ଏହି ସମୟରେ ଆସିରିଆନ ଶାସନ ଚାଲିଥିବା ବେଳେ ଏମାନେ ଇସ୍ରାଏଲରର ମୂଳ ଅଧିବାସୀ ଅର୍ଥାତ ଇହୁଦୀମାନଙ୍କର ୧୨ଟି ଜନଜାତିକୁ ଦେଶରୁ ବିତାଡିତ କରିଥିଲେ |

ତେବେ ଏସବୁ ଜନଜାତିଙ୍କ ମଧ୍ୟରୁ କିଛି ବ୍ୟବସାୟ ଉଦ୍ଦେଶ୍ୟରେ ପୂର୍ବରୁ ଭାରତ ଆସିଥିଲେ | ଆଉ ସେଠାରୁ ବିତାଡିତ ହେବାପରେ ଭାରତର ବିଭିନ୍ନ ରାଜ୍ୟରେ ସେମାନେ ରହିଗଲେ | ଏହାରି ଭିତରେ ବେନି ମେନସ ନାମକ ଜନଜାତି ଯେଉଁମାନେ ଇହୁଦୀ ଥିଲେ ସେମାନେ ମଣିପୁର ଓ ମିଜୋରାମରେ ରହିଲେ | ବିଶ୍ୱାସ କରାଯାଏ ଯେ ମଣିପୁରରେ ରହୁଥିବା କୁକି ସମ୍ପ୍ରଦାୟ ହେଉଛନ୍ତି ଇସ୍ରାଏଲ ଲୋକଙ୍କ ସମ୍ପର୍କୀୟ |ଯେତେବେଳେ କୁକି ସମ୍ପ୍ରଦାୟର ରୀତିନୀତି ଓ ପରମ୍ପରା ଇସ୍ରାଏଲ ଲୋକଙ୍କ ସହ ତାଳମେଳ ଖାଇଥିଲା, ସେତେବେଳେ ଏହାର ସ୍ପଷ୍ଟ ପ୍ରମାଣ ମିଳିଥିଲା |

ଏହାପରେ ୨୦୦୫ ମସିହାରେ ଯେତେବେଳେ ଡିଏନଏ ଟେଷ୍ଟ କରାଯାଇଥିଲା, ସେତେବେଳେ କୁକି ଜନଜାତି ସହ ଇସ୍ରାଏଲ ନାଗରିକଙ୍କର ଜିନଗତ ସମ୍ପର୍କ ଥିବାର ଜଣାପଡିଥିଲା | ଆଉ ଏଥିପାଇଁ ଇସ୍ରାଏଲରେ ମଧ୍ୟ ନିୟମ ଓ ଆଇନ ଅଣାଯାଇଥିଲା ଯେ, ଯେଉଁମାନେ ପ୍ରକୃତରେ ଇସ୍ରାଏଲର ନାଗରିକ ସେମାନେ ନିଜ ଦେଶକୁ ଫେରିପାରିବେ | ଇସ୍ରାଏଲ ସେମାନଙ୍କୁ ଭିସା ଦେବା ସହ ରହିବାର ବ୍ୟବସ୍ଥା ମଧ୍ୟ କରାଇଥାଏ | ଆଉ ସେଥିପାଇଁ ବହୁ ସଂଖ୍ୟାରେ କୁକି ସମ୍ପ୍ରଦାୟର ଲୋକ ଇସ୍ରାଏଲ ଫେରିଯାଇଛନ୍ତି |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button