ଧର୍ମ

ଶ୍ରାବଣ ସୋମବାର ବ୍ରତ 2023 ! ଆରମ୍ଭ ସମୟ, ପୂଜା ବିଧି, ଏବଂ ଏହାର ମହତ୍ଵ…

ବନ୍ଧୁଗଣ ଶ୍ରାବଣ ମାସର ହିନ୍ଦୁ ଧର୍ମରେ ବିଶେଷ ମହତ୍ଵ ରହିଛି । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଅର୍ଚ୍ଚନା କରାଯାଏ । ଏହି ମାସ ଟି ମହାଦେବଙ୍କର ସବୁଠାରୁ ପ୍ରିୟ ମାସ ଅଟେ । ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସର ସୋମବାର ସବୁଠାରୁ ମହତ୍ଵ ପୂର୍ଣ୍ଣ ହୋଇଥାଏ । ଏହି ମାସରେ ସୋମବାର ବ୍ରତ ରଖିଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ 2023 ବର୍ଷ ରେ ଶ୍ରାବଣ ମାସ କେବେ ଠାରୁ ଆରମ୍ଭ ହୋଇ କେବେ ଶେଷ ହେବ, ଶ୍ରାବଣ ସୋମବାର ବ୍ରତର ଶୁଭାରମ୍ଭ, ପୂଜା ବିଧିର ମହତ୍ଵ ଓ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ । ଶ୍ରାବଣ 2023 ର ଆରମ୍ଭ ଜୁଲାଇ 4 ମଙ୍ଗଳବାର ଦିନ ହେବାକୁ ଯାଉଛି ଓ ଶେଷ ହେବ 31 ଅଗଷ୍ଟ ଗୁରୁବାର ଦିନ ହେବ । ଶ୍ରାବଣ ଅଧିକମାସ 2023 ର ଆରମ୍ଭ 18 ଜୁଲାଇ ମଙ୍ଗଳବାର ଠାରୁ 16 ଅଗଷ୍ଟ ବୁଧବାର ଦିନ ଶେଷ ହେବ । ଏହି ଥର ଶ୍ରାବଣ ମାସ 2 ମାସ ଧରି ପଡୁଛି ।

ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ଜୁଲାଇ 10, ଦ୍ଵିତୀୟ ସୋମବାର 17, ତୃତୀୟ ସୋମବାର 24, ଚତୁରତ୍ୟହ ସୋମବାର 3 ଜୁଲାଇ, ପଞ୍ଚମ ସୋମବାର 7 ଅଗଷ୍ଟ ଠାରୁ ଆରମ୍ଭ ହୋଇ ଶେଷ ହେବ 28 ଅଗଷ୍ଟ ରେ । ଶ୍ରାବଣ ମାସରେ ପ୍ରାତଃ ସକାଳୁ ଉଠି ସ୍ନାନ କରି ମହାଦେବ ଙ୍କ ତାଙ୍କର ପୁରା ପରିବାର ପୂଜା କରିବା ଉଚିତ । ଶିବ ମନ୍ଦିର କୁ ଯାଇ ଜଳାଭିଷେକ କରିବା ଉଚିତ ।

ଏହା ସହ ଶ୍ରାବଣ ମାସରେ ମାତା ପାର୍ବତୀ ଙ୍କ ନନ୍ଦୀ ଙ୍କୁ ଗଙ୍ଗା ଜଳ ବା ପଞ୍ଚାମୃତ ରେ ଅଭିଷେକ କରିବା ଉଚିତ । ଏହା ପରେ ପଞ୍ଚାମୃତ ରେ ମହାଦେବଙ୍କର ରୁଦ୍ର ଅଭିଷେକ କରି ବେଲପତ୍ର ଅର୍ପଣ କରନ୍ତୁ । ଶିବଲିଙ୍ଗରେ ଧତୁରା, ଚାଉଳ, ଚନ୍ଦନ ଅର୍ପଣ କରନ୍ତୁ । ଭୋଗ ଆକାରରେ ଭଗବାନ ଶିବ ଙ୍କୁ ଘିଅ ବା ଚିନି ର ଭୋଗ ଲାଗନ୍ତୁ । ଧୂପ, ଦୀପ ଜଳାଇ ଆରତୀ ସମ୍ପନ୍ନ କରିବା ଉଚିତ ।

ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବ ଙ୍କ କୃପାରୁ ବ୍ଯକ୍ତିର ଯାହା ବି ମନୋକାମନା ରହିଥାଏ ତାହା ପୂରଣ ହୋଇଥାଏ । ଏହି ଶ୍ରାବଣ ମାସରେ ରାମଚରିତ ମାନସ ଓ ରାମ ନାମ ସଙ୍କୀର୍ତ୍ତନ ର ବିଶେଷ ମହତ୍ଵ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରାବଣ ମାସରେ ମାତା ପାର୍ବତୀ କଠୋର ତପସ୍ୟା କରି ଭଗବାନ ଶିବ ଙ୍କୁ ସ୍ଵାମୀ ରୂପରେ ପାଇଥିଲେ । ତେଣୁ ଏହି ମାସର ମହତ୍ଵ ସବୁଠାରୁ ଅଧିକ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button