ଦେଶ ବିଦେଶ

ଜେଲ୍‌ ଅଭିଜ୍ଞତା ବଖାଣିଲେ ରିଆ

 ବଏଫ୍ରେଣ୍ଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଯେତିକି ମାନସିକ ଆଘାତ ଦେଲା ତା’ଠାରୁ ଅଧିକ ପ୍ରଭାବ ପଡ଼ିଲା ତାଙ୍କ କ୍ୟାରିଅର୍ ଓ ବ୍ୟକ୍ତିତ୍ବ ଉପରେ। ରାତାରାତି ଲୋକମାନେ କୌଣସି ପ୍ରମାଣ ବିନା ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ କରିଦେଲେ।

ଡ୍ରଗ୍ସ ରଖିଥିବା ଅଭିଯୋଗରେ ‘ଏନ୍ସିବି’ ଦ୍ବାରା ଗିରଫ ହେବା ପରେ ତାଙ୍କ ଅଭିନୟ କ୍ୟାରିଅର୍ ଏକପ୍ରକାର ସମାପ୍ତ ହୋଇଯାଇଥିଲା। ପରେ ଅବଶ୍ୟ ତାଙ୍କୁ ଜାମିନ ମିଳିଥିଲା ଏବଂ ସେ ଜେଲ୍ରୁ ମୁକୁଳିଥିଲେ। ଏହି ଘଟଣାର ପ୍ରାୟ ଚାରି ବର୍ଷ ପରେ ସେ ଜେଲ୍ରେ କାଟିଥିବା ସମୟ ବିଷୟରେ ମୁହଁ ଖୋଲିଛନ୍ତି।

ରିଆ ଏକ ଆଲୋଚନା କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ଯେ ଜେଲ୍ରେ ପ୍ରତି ଦିନ ଗୋଟିଏ ବର୍ଷ ପରି ଲାଗୁଥିଲା। ଜେଲ୍ରେ ସାମାଜିକ ବ୍ୟବସ୍ଥା ବୋଲି କିଛି ନାହିଁ। ବିଚାରାଧୀନ କାରାଗାରରେ ସମସ୍ତଙ୍କୁ କେବଳ ଏକ ସଂଖ୍ୟା ଭାବେ ଦେଖାଯାଏ। ସେଠି ଗୋଟିଏ ଗୋଟିଏ ଦିନ କୌଣସିମତେ ବଞ୍ଚିବାକୁ ପଡ଼େ। ଜେଲ୍ରେ କିଛି କରିବାକୁ ନ ଥିବାରୁ ଗୋଟିଏ ଦିନ କାଟିବା ମଧ୍ୟ ବହୁତ କଷ୍ଟକର; ସମୟ ଏକପ୍ରକାର ଅଟକିଯାଏ। ଜେଲ୍ ରହଣିର ପ୍ରଥମ ଦୁଇ ସପ୍ତାହ ତାଙ୍କ ପାଇଁ ସବୁଠାରୁ କଷ୍ଟକର ଥିଲା କାରଣ ଜେଲ୍ ପରିବେଶ ସହିତ ଅଭ୍ୟସ୍ତ ହେବାକୁ ତାଙ୍କୁ ସେତିକି ସମୟ ଲାଗିଥିଲା।

ଜେଲ୍ରେ ସେ ଗଭୀର ବିଷାଦ ମଧ୍ୟକୁ ଚାଲିଯାଇଥିଲେ। ଜେଲ୍ରେ ଥିବା ଅନ୍ୟ ମହିଳା କଏଦୀଙ୍କ ହତାଶା ତାଙ୍କୁ ବ୍ୟଥିତ କରିଥିଲା ଏବଂ ସେମାନଙ୍କୁ ସେ ଯୋଗ ଓ ନୃତ୍ୟ ଶିଖାଉଥିଲେ। ଖୁସିର କଥା, ଜେଲ୍ର ଅନ୍ଧକାରମୟ ଅଭିଜ୍ଞତାକୁ ଭୁଲି ରିଆ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି। ସେ ଏବେ ଜିରୋଧା ପ୍ରତିଷ୍ଠାତା ନିଖିଲ କାମଥଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button