ଦେଶ ବିଦେଶ

କାନାଡ଼ାର ଅଭିଯୋଗ ସାଂଘାତିକ: ଆମେରିକା – Utkal Mail


‘ଭାରତ ସହଯୋଗ କରୁ’

ନ୍ୟୁୟର୍କ: ଶିଖ୍‌ ବିଚ୍ଛିନତାବାଦୀ ନେତା ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ସଂକ୍ରାନ୍ତ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ଆମେରିକା ଅତି ସାଂଘାତିକ କହିଛି। ଆମେରିକାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ଉକ୍ତ ମାମଲାର ତଦନ୍ତ କରିବାପାଇଁ ଆମେରିକା କାନାଡ଼ାକୁ ସମର୍ଥନ କରୁଛି ଏବଂ ଏଥିପାଇଁ ଭାରତ ମଧ୍ୟ ସହଯୋଗ କରୁ ବୋଲି ସେ କହିଛନ୍ତି। ରଣନୀତିକ ଯୋଗାଯୋଗ ପାଇଁ ଆମେରିକାର ଜାତୀୟ ସୁରକ୍ଷା‌ ପରିଷଦ ସଂଯୋଜକ ଜନ୍‌ କିର୍ବି କହିଛନ୍ତି, କାନାଡ଼ା ଆଣିଥିବା ଅଭିଯୋଗ ଅତି ସାଂଘାତିକ।

ଆମେ ଏହି ମାମଲାରେ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ନିରପେକ୍ଷ ତଦନ୍ତରେ ବିଶ୍ବାସ କରୁଛୁ। ଉକ୍ତ ମାମଲାରେ ଭାରତ ସହଯୋଗ କରିବାପାଇଁ ଆମେ ଉତ୍ସାହିତ କରୁଛୁ ବୋଲି କିର୍ବି କହିଛନ୍ତି। ତେବେ କାନାଡ଼ାର ଅଭିଯୋଗ ଉପରେ କୌଣସି ବିବୃତି ଜାରି କରାଯିବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି। ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞମାନେ ଏହି ମାମଲାରେ କାନାଡ଼ାର ପକ୍ଷ ନନେବା ପାଇଁ ବାଇଡେନ ପ୍ରଶାସନକୁ ସତର୍କ କରାଇ ଦେଇଛନ୍ତି। କାନାଡ଼ା ଏବେ ଶିଖ୍‌ ଆତଙ୍କବାଦୀଙ୍କ କଥାରେ ପରିଚାଳିତ ହେଉଛି ବୋଲି ମଧ୍ୟ ସେମାନେ ସତର୍କ କରାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିଷିଦ୍ଧ ଖଲିସ୍ତାନୀ ଟାଇଗର ଫୋର୍ସ (କେଟିଏଫ୍‌)ର ମୁଖ୍ୟ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଅଛି ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ ଅଭିଯୋଗ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button