କ୍ରାଇମ

ସର୍ଚ୍ଚ ଅପରେସନ ବେଳେ ୧୬୫ ବନ୍ଧୁକ ଜବତ; ୨୬ ଜଣ ଶିକାରୀ ଗିରଫ – – Utkal Mail

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଶିକାର ଓ ବନ୍ଧୁକ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ବେଆଇନ୍ କାର୍ଯ୍ୟକଳାପକୁ ମୂଳପୋଛ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ । ମୟୂରଭଞ୍ଜ ପୁଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ୧୬୫ ବନ୍ଧୁକ ଜବତ ହୋଇଛି । ୨୬ ଜଣ ଶିକାରୀ ଗିରଫ ହୋଇଛନ୍ତି । ଏତେ ପରିମାଣରେ ବନ୍ଧୁକ ଜବତ ହେବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା । ତେବେ ନକ୍ସଲ ପ୍ରବଣ ଅଞ୍ଚଳରେ ମଧ୍ୟ ଏତେ ପରିମାଣର ବନ୍ଧୁକ ଜବତ ହେବାର ନଜିର ନାହିଁ ବୋଲି କହିଛନ୍ତି ପୁଲିସ ଡିଜି । ଆଜି ପୁଲିସ୍ ଡିଜିଙ୍କ ନେତୃତ୍ୱରେ ବନବିଭାଗ, ପୁଲିସ ଓ ଜିଲ୍ଲା ପ୍ରଶାସନର ଏକ ବୈଠକ ବସିଥିଲା ।

ଶିମିଳିପାଳ ଅଞ୍ଚଳରେ ବେଆଇନ୍ ଅସ୍ତ୍ରଶସ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ ମୟୂରଭଞ୍ଜ ପୁଲିସ ଟିମ୍ ଜିଲ୍ଲାର ୧୮ଟି ଥାନା ଅଞ୍ଚଳରେ ଜୋରଦାର କରିଥିଲା ସର୍ଚ୍ଚ ଅପରେସନ । ଏହି ଚଢଉ ବେଳେ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲି, ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀଙ୍କ ମୃତଦେହ, ମାଂସ ଆଦି ଜବତ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଜଣ ଫରେଷ୍ଟ କର୍ମଚାରୀଙ୍କ ହତ୍ୟା ପରେ ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଚାଲିଛି । ତେବେ ଏହି ଚଢ଼ଉ ଆଗକୁ ମଧ୍ୟ ଚାଲିବ । ଯଥେଷ୍ଟ ପରିମାଣର ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି । ଶିମିଳପାଳ ଅଞ୍ଚଳରେ ଆହୁରି ବେଆଇନ୍ ବନ୍ଧୁକ ଥିବା ସୂଚନା ଥିବାରୁ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button