କ୍ରାଇମ

ଅସଦାଚରଣ ମାମଲାକୁ ଚପାଇବା ପାଇଁ ପୀଡ଼ିତାଙ୍କ ମା’ଙ୍କୁ ନିର୍ବସ୍ତ୍ର କରି ଭାଇକୁ ହତ୍ୟା କଲେ ଅପରାଧୀ – Utkal Mail


ସାଗର(ମଧ୍ୟପ୍ରଦେଶ): ଅସଦାଚରଣ ମାମଲାକୁ ଚପାଇବା ପାଇଁ ପୀଡ଼ିତାଙ୍କ ମା’ଙ୍କୁ ନିର୍ବସ୍ତ୍ର କରି ଭାଇକୁ ହତ୍ୟା କଲେ ଅପରାଧୀ। ମଧ୍ୟପ୍ରଦେଶରେ ଘଟିଥିବା ଏହି ଘଟଣା ଏବେ ପୁଣି ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ଉଠାଇଛି। କୁହାଯାଉଛି ଯେ, କିଛି ଦିନ ତଳେ ମୃତକଙ୍କ ଭଉଣୀଙ୍କ ସହ ଅଭିଯୁକ୍ତମାନେ ଅସଦାଚରଣ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିବାରୁ ପରସ୍ପର ମଧ୍ୟରେ ମାମଲାର ସମାଧାନ କରି ଅପରାଧକୁ ଚପାଇବାକୁ ଚାହୁଥିଲେ ଅଭିଯୁକ୍ତ। ହେଲେ ଏଥିପାଇଁ ପୀଡ଼ିତାଙ୍କ ପରିବାର ଲୋକ ରାଜି ନହେବାରୁ ଅଭିଯୁକ୍ତମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି। ଏପର୍ଯ୍ୟନ୍ତ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ପୀଡ଼ିତାଙ୍କ କହିବା ମୁତାବକ, ଅସଦାଚରଣ ନେଇ ଅଭିଯୋଗ କରିବାରୁ ଅଭିଯୁକ୍ତମାନେ ଘରକୁ ଆସି ଆମକୁ ଅଭିଯୋଗ ଫେରାଇ ନେବାକୁ କହିଥିଲେ ଏବଂ ପରସ୍ପର ମଧ୍ୟରେ ସମାଧାନ କରିବାକୁ କହିଥିଲେ। ମା’ ମନା କରିବାରୁ ସେମାନେ ଆମକୁ ହତ୍ୟା ଧମକ ଦେଇଥିଲେ। ଗୁରୁବାର ଦିନ ଭାଇ ପରିବା କିଣିବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମା’ ଏବିଷୟରେ ଜାଣି ଅଭିଯୁକ୍ତଙ୍କୁ ଅଟକାଇବାକୁ ଯିବାରୁ ତାଙ୍କୁ ନିର୍ବସ୍ତ୍ର କରି ମାଡ଼ ମରାଯାଇଥିଲା। ମୁଁ ଭାଇ ଓ ମା’କୁ ଛାଡ଼ି ଦେବାକୁ କହିବାରୁ ‌କିଛି ଅଭିଯୁକ୍ତ ମୋତେ ଦୁଷ୍କର୍ମ କରିବାର ଧମକ ଦେଇ ଗୋଡ଼ାଇଥିଲେ। ହେଲେ ମୁଁ ଜଙ୍ଗଲରେ ଯାଇ ଲୁଚି ଯାଇଥିଲି। ପରେ ସେମାନେ ଫେରି ମୋ ଭାଇ ଓ ମା’ଙ୍କୁ ମାଡ଼ ମାରିବାରୁ ଭାଇ ଅଚେତ ହୋଇଯାଇଥିଲା ଏବଂ ପରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବା ବେଳେ ସେଠାରେ ୭୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ହେ‌ଲେ କେହି ଆମକୁ ସାହାଯ୍ୟ କଲେ ନାହିଁ।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିଛି କରିବା ପରିବର୍ତ୍ତେ ସରକାର କେବଳ ଦଳିତଙ୍କ ପାଦ ଧୋଇ ଅପରାଧ ଲୁଚାଉଛନ୍ତି ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button