ବ୍ୟବସାୟ
୪ ମାସ ପରେ ବିଦେଶୀ ମୁଦ୍ରା ଭଣ୍ଡାର ୬୦,୦୦୦ କୋଟି ଡଲାର ଟପିଲା – Utkal Mail
ମୁମ୍ବାଇ: ପ୍ରାୟ ୪ ମାସ ପରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୦,୦୦୦ କୋଟି ଡଲାର ଟପିଛି। ଡିସେମ୍ବର ୧ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୬୦,୦୦୦ କୋଟି ଡଲାର ପାର୍ ହୋଇ ୬୦,୪୦୦ କୋଟି ଡଲାରରେ ପହଞ୍ଚିଛି। ନଭେମ୍ବର ୨୪ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର ୫୯,୭୯୦ କୋଟି ଡଲାର ସ୍ତରରେ ରହିଥିଲା। ଶେଷ ଥର ପାଇଁ ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୦,୦୦୦ କୋଟି ଡଲାର ଉପରେ ରହିଥିଲା। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ୨୦୨୧ ଅକ୍ଟୋବରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪,୨୦୦ କୋଟି ଡଲାର ସ୍ତରରେ ପହଞ୍ଚିଥିଲା। ତେବେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବା ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସିବାରେ ଲାଗିଥିଲା।