ଜାଗୃତିଙ୍କ ପୋଷ୍ଟ କାହା ପାଇଁ..ଅନୁଭବ ମହାନ୍ତି ଙ୍କ ପାଇଁ ନା ନ୍ୟାୟ ବ୍ୟବସ୍ଥାକୁ ନେଇ ?
ଯାହା ହେଉ ଏବେ ତୁମେ ମୋ ପିଛା ଛାଡିଲ । ମୁଁ ଏବେ ତୁମ ବନ୍ଧନରୁ ପୁରା ମୁକ୍ତି । ମୋର କାହା ଆଗରେ ଖରାପ ନାହିଁ । ହଁ ଦର୍ଶକ ବନ୍ଧୁ ବର୍ଷା ଅନୁଭାବଙ୍କ ଛାଡପତ୍ର ମାମଲା ଖାରଚ ହେବ ପରେ ଏମିତି କିଛି କହିଛନ୍ତି ଜାଗୃତି ଶୁକ୍ଲା । ଫେସବୁକରେ ଜାଗୃତି ମାରିଛନ୍ତି କମେଣ୍ଟ । ହେଲେ ସେ କମେଣ୍ଟ ଅନୁଭବ ଙ୍କୁ ନୁହେଁ ନ୍ୟାୟ ବ୍ୟବସ୍ଥା କୁ । ତେବେ ସମସ୍ତେ ଜାଣିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ଙ୍କ ମଧ୍ୟରେ ସମ୍ପର୍କ ନିବିଡ ।
ଏତେ ନିବିଡ ଯେ ଅନୁଭବଙ୍କ ସହ କାର୍ଯ୍ୟକ୍ରମ ରେ ପ୍ରଥମେ ଆସି ପହଞ୍ଚି ଥାନ୍ତି ଜାଗୃତି ଶୁକ୍ଲା । ସେ ଜନ୍ମ ଦିନ ହେଉ କି ଫିଲ୍ମ ର ପ୍ରମୋଶନ ହେଉ । ଲୋକସଭା ଟିଭି ରେ ଜାଗୃତି କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଆଉ ଆଗକୁ ବଢି ଯାଇଥିଲା । ହେଲେ ଏବେ ବୋଧ ହୁଏ ବର୍ଷା ଓ ଅନୁଭବ ଙ୍କ ଛାଡପତ୍ର ଖରଚ ହେବା ପରେ ଅନୁଭବ ଙ୍କ ଠାରୁ ଅଲଗା ହେବାକୁ ଚିନ୍ତା କରୁଛନ୍ତି ଜାଗୃତି ଶୁକ୍ଲା ।
କାରଣ ଛାଡପତ୍ର ଖାରଚ ହେବା ପରେ ଜାଗୃତି ଙ୍କୁ ବହୁତ ଝଟକା ଲାଗିଛି । ବୋଧ ହୁଏ ଜାଗୃତି ଙ୍କ ମନ ଏବେ ଭାଙ୍ଗି ଯାଇଛି । ଯାହା ଆସା କରିଥିଲେ ତାହା ବୋଧ ହୁଏ ପୂରଣ ହୋଇପାରି ନାହିଁ । ଏମିତି କିଛି ଜାଗୃତି ଙ୍କର ପୋଷ୍ଟ ବୟାନ କରୁଛି । ଯେତେବେଳେ ଫ୍ୟାମିଲି କୋର୍ଟ ଅନୁଭବ ବର୍ଷାଙ୍କର ଛାଡପତ୍ର ମାମଲା କୁ ଖାରଚ କରିଥିଲେ ସେତେବେଳେ ଜାଗୃତି ଫେସବୁକ ପୋଷ୍ଟ ରେ କହିଥିଲେ କି “ଯାହା ହେଉ ମୋ ପଛ ଛାଡିଲ ।
ମୋର କାହା ଆଗରେ ଖରାପ ହେବାର ନ ଥିଲା । ମୁଁ ଜାଣେ ମୋର ଅପେକ୍ଷା ତୁମ ଆଗରେ ବଡ ବଡ ବିକଳ୍ପ ରହିଛି । ତେଣୁ ଅଧିକ ଚିନ୍ତା କଣ ପାଇଁ ? ନିଜେ ଛଡା ଛାଡି ହୋଇ ରହିଗଲା । ତା ପରେ ଯାହାକୁ ଯାହା କରିବାର ଅଛି କର । ଏଥିରେ ମୋର କିଛି ଯାଏ ଆସେ ନାହିଁ । କିଛି ନିର୍ଣ୍ଣାୟକ ନ ହେଲେ କଣ ହେଲା । ମୋର କାମ ସରିଗଲା । ଜୟ ଜଗନ୍ନାଥ” ।
ଏମିତି କିଛି ଲେଖି ନିଜ ଫେସବୁକ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି ବାନ୍ଧବୀ ଜାଗୃତି ଶୁକ୍ଲା । ଛାଡପତ୍ର ଖାରଚ ହେବାର କିଛି ସମୟ ପରେ ଏ ପୋଷ୍ଟ କରିଥିଲେ ଜାଗୃତି । ଏ ପୋଷ୍ଟ ଅନୁଭବ ମହାନ୍ତି ଙ୍କ ପାଇଁ ରହିଛି ନା ନ୍ୟାୟ ପାଳିକାର ବ୍ୟବସ୍ଥା ପାଇଁ ନା ବର୍ଷା ଙ୍କ ପାଇଁ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଯାହା ବି ହେଉ ନା କାହିଁକି ଅନୁଭବଙ୍କର ଛାଡପତ୍ର ଖାରଚ ଜାଗୃତି ଙ୍କୁ ବହୁତ ବାଧିଛି ।