ଓଡିଶା

।ଅନ୍‌ଲାଇନ୍‌ ଗେମ୍‌ ଖେଳିବା ହେଲା କାଳ, ଗଛରେ ଝୁଲି ଜୀବନ ହାରିଲେ ମନୋଜ

ସାଲେପୁର ୦୩।୧୦ : ଅନ୍ଲାଇନ୍ ଗେମ୍ ଖେଳିବା ହେଲା କାଳ । ଅନ୍ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । କଟକ ଜିଲ୍ଲା ପାଗାଫାଣ୍ଡି ଅଧିର ବହୁଗ୍ରାମ ବଣିଆ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିଛି । ମୃତ ଯୁବକ ଜଣକ ହେଲେ ବହୁଗ୍ରାମ ବଣିଆ ସାହିର ମନୋଜ ସାହୁ ।

ଖବର ଅନୁଯାୟୀ, ମନୋଜ ସାହୁ ଅନଲାଇନ ଗେମରେ ବହୁ ଟଙ୍କା ହରାଇଥିଲେ ।

ପରେ ସେ ଟଙ୍କା ଧାର କରଜଣ କରିଥିଲା । ତାକୁ ବି ସେ ସୁଝିପାରିନଥିଲେ। ମନୋଜ କରଜ ଟଙ୍କା ସୁଝିନପରିବାରୁ ବହୁ ଚାପରେ ଥିବାର ସୂଚନା ମିଳିଛି। ତିନି ଦିନ ହେବ ମନୋଜ ଘରୁ କେଉଁଆଡେ ଚାଲିଯାଇଥିଲେ । ଏନେଇ ପରିବାର ଲୋକ ପାଗାଫାଣ୍ଡିରେ ଅଭିଯୋଗ କରିଥିଲେ । ଶେଷରେ ଗୁରୁବାର ଦିନ ମନୋଜଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା।କରଜ ଟଙ୍କା ସୁଝିନପାରିବାରୁ ମନୋଜ ଜୀବନ ହାରିଛନ୍ତି।

ସେପଟେ ଆତ୍ମହତ୍ୟା ଘଟଣା ସଂପର୍କରେ ଖବର ପାଇଁ ସାଲେପୁର ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଗଛରୁ ତଳକୁ ଓହ୍ଲାଇଥିଲେ। ଆଉ ପାଗା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ।

Related Articles

Leave a Reply

Your email address will not be published. Required fields are marked *

Back to top button