ଓଡିଶା

ଝାରସୁଗୁଡ଼ା ନିର୍ବାଚନୀ ମାମଲା: ଜବାବ ଦାଖଲ ପାଇଁ ବିଧାୟକଙ୍କୁ ଶେଷ ସୁଯୋଗ

ଟକ: ଝାରସୁଗୁଡ଼ା ନିର୍ବାଚନୀ ମୋକଦ୍ଦମାରେ ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦାୟର କରିଥିବା ନିର୍ବାଚନୀ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଶ୍ରୀ ତ୍ରିପାଠୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡ଼ା।

ଶ୍ରୀ ତ୍ରିପାଠୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଥିଲା ଯେ କେତେକ ନଥିପତ୍ର ହସ୍ତଗତ ହୋଇଛି। ଲିଖିତ ଜବାବ ପ୍ରସ୍ତୁତ ପାଇଁ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆବଶ୍ୟକ। ଏଥି ପାଇଁ ଆଉ କିଛି ସମୟ ପ୍ରଦାନ କରାଯାଉ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଏହି ପ୍ରସଂଗରେ ଆପତ୍ତି କରାଯାଇଥିଲା। ଜବାବ ଦାଖଲ ପାଇଁ ରହିଥିବା ସମୟସୀମା ଶେଷ ହୋଇ ସାରିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଶ୍ରୀ ତ୍ରିପାଠୀଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଜବାବ ଦାଖଲ ପାଇଁ ତାଙ୍କୁ ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଏକ ସପ୍ତାହ ଭିତରେ ସେ ମାମଲାରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ନଭେମ୍ବର ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button