ଓଡିଶା

ବାଲିଯାତ୍ରା ଯିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ ଟ୍ରାଫିକ ବ୍ୟବସ୍ଥା

ଟକ: ଉଠିବ ପଡିବ କଟକ ସହର । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଇଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ସେଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଡ୍ୟୁଟିରେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି ।

ଏଥି ସହ ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ ୨୭ଟି ଏଡ୍ ପୋଷ୍ଟ ଏବଂ ପାଞ୍ଚଟି ୱାଚ ଟାୱାର ରହିବା ନେଇ ସୂଚନା ମିଳିଛି । ଏହି ସମୟରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ କଟକ ସହର ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି।

କମିଶନରେଟ ପୋଲିସ୍ ପକ୍ଷରୁ କଟକ ସହର ପାଇଁ କରାଯାଇଥିବା ଟ୍ରାଫିକ୍ ବ୍ୟବସ୍ଥା ଅନୁସାରେ, ସତୀ ଚଉରା ଛକରୁ କୌଣସି ତିନି ଚକିଆ ଓ ଚକିଆ ଯାନ ସେଲଟର ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ବେଲଭିୟୁ ଛକରୁ ସିଡିଏ-୧୧ ଛକ ଦେଇ ବିଜୁପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାରରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାଇପାରିବେ।

ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଓ ତିନି ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆରେ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥଳ ଯଥା ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ଵର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।

ଏହା ସହିତ ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରାପଡ଼ିଆକୁ ଯାଇପାରିବେ ନାହିଁ। ସେହି ଗାଡ଼ିଗୁଡ଼ିକ ଚହଟା ଛକରୁ ବାମକୁ ଯାଇ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ।

ମଧୁସୂଦନ ସେତୁ ଆଡ଼ୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ପ୍ରଶାସନ ଦ୍ଵାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାଇପାରିବେ।

ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ଵର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେ

ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button