ଧନକୁ ଆକର୍ଷିତ କରୁଥିବା ଏହି ୩ ଟି ଜିନିଷକୁ ଉତ୍ତର ଦିଗରେ ରଖିଦିଅନ୍ତୁ,ଆଉ ତା ପରେ ଦେଖିବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନକୁ ଆକର୍ଷିତ କରୁଥିବା ଏହି ୩ ଟି ଜିନିଷ ଉତ୍ତର ଦିଗରେ ରଖିଦିଅନ୍ତୁ। ଭଗବାନ ବିଶ୍ଵକର୍ମାଙ୍କୁ ବାସ୍ତୁଶାସ୍ତ୍ରର ରଚୟିତା କୁହାଯାଏ। ଭଗବାନ ବିଶ୍ଵକର୍ମା ହିଁ ବାସ୍ତୁଶାସ୍ତ୍ରର ରଚୟିତା କରିଥିଲେ ଏବଂ ଇନ୍ଦ୍ର ଦେବଙ୍କୁ ନେଇ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବୈକୁଣ୍ଠ ପୁର ପର୍ଯ୍ୟନ୍ତ ଭଗବାନ ବିଶ୍ଵକର୍ମା ସମଗ୍ର ଭବନ ନିର୍ମାଣ କରିଛନ୍ତି। ଏମିତି ମାନ୍ୟତା ଅଛି ଯେ ଆପଣଙ୍କ ଘରର କୋଣ ଦିଗ ଏବଂ ବସ୍ତୁ ଯଦି ବାସ୍ତୁ ଅନୁସାରେ କରାଯାଏ ନାହିଁ ତ ଘରେ ଅନେକ ପ୍ରକାରର ଦୋଷ ଉତ୍ପନ ହୋଇଥାଏ। ଅନେକ ଥର ଆମେ ଭୁଲ ଦିଗରେ ଭୁଲ ଜିନିଷ ରଖିଦେଇଥାଉ ଯେଉଁ କାରଣରୁ ସେଥିରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ ଏବଂ ଆମ ଜୀବନରେ ସମସ୍ୟା ଆସିବା ଆରମ୍ଭ ହୋଇଯାଏ।
ଏଥିପାଇଁ ମନୁଷ୍ୟଙ୍କୁ ନିଜ ଘର ନିର୍ମାଣ କରିବା ସମୟରେ କିମ୍ବା ଘରେ ବସ୍ତୁ ରଖିବା ସମୟରେ ଦିଗ ଗୁଡିକର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ। ତେବେ ଆସନ୍ତୁ ଜାଣିବା। ଉତ୍ତର ଦିଗରେ ଏମିତି କେଉଁ ଭୁଲ କରିବା ଉଚିତ ନୁହେଁ ଏବଂ ଏହା ସହିତ ଉତ୍ତର ଦିଗରେ ଏମିତି କେଉଁ ଜିନିଷ ରଖିବା ଦରକାର ଯେଉଁଥିରେ ଘରକୁ ଧନର ଆଗମନ ହେବ।
ପ୍ରଥମେ ଆସନ୍ତୁ ଜାଣିବା ଉତ୍ତର ଦିଗରେ କେଉଁ ଜିନିଷ ରଖିବା ଉଚିତ ନୁହେଁ। ଆପଣଙ୍କୁ ଜଣେଇ ଦେଉଛୁ କି ଉତ୍ତର ଦିଗକୁ ବୁଦ୍ଧ ଗ୍ରହ ମାନାଯାଏ ଏବଂ ଏହାର ସ୍ୱାମୀ ରାବଣଙ୍କର ସାବତ ଭାଇ କୁବେର ମହାରାଜଙ୍କୁ ମାନାଯାଏ ଯିଏ ସ୍ଵୟଂ ଧନର ଭଣ୍ଡାର ଅଟନ୍ତି। ଏମିତି ମାନାଯାଏ କି କୁବେର ମହାରାଜା ଉତ୍ତର ଦିଗ ମାର୍ଗରୁ ହିଁ ପ୍ରବେଶ କରିଥାନ୍ତି। ଏଥିପାଇଁ ଯଦି ଆପଣଙ୍କ ଘରର ଉତ୍ତର ଦିଗରେ କୌଣସି ବାସ୍ତୁଦୋଷ ଅଛି ତ ହୋଇପାରେ ଭଗବାନ କୁବେର ଦେବ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ।
ଆପଣଙ୍କ ଘରର ଉତ୍ତର ଦିଗ କେବେବି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଉଚିତ ନୁହେଁ। ଅର୍ଥାତ ସେଠାରେ କବାଟ କିମ୍ବା କୌଣସି ବଡ଼ ଜିନିଷ ଯେଉଁଥିରେ ସେଠାରେ କିରଣ ପଡି ପାରୁନଥିବ ଏମିତି କେବେବି ହେବା ଉଚିତ ନୁହେଁ। ଆପଣଙ୍କ ଘରର ଉତ୍ତର ଦିଗରେ ପ୍ରଚୁର ମାତ୍ରାରେ କିରଣ ଏବଂ ବାୟୁର ସଂଚାର ହେବା ଆବଶ୍ୟକ ଅଟେ। ଉତ୍ତର ଦିଗ ଆଡ଼କୁ ଯଦି କୌଣସି ଫର୍ନିଚର କିମ୍ବା ଏମିତି କୌଣସି ବସ୍ତୁ ଅଛି ଯାହା ମାର୍ଗରେ ବାଧା ସୃଷ୍ଟି କରୁଛି ତ ଦୟାକରି ସେଠାରୁ ହଟେଇ ଦିଅନ୍ତୁ। ଏଥିରେ କୁବେର ଦେବତାଙ୍କ ମାର୍ଗରେ ବାଧା ବନି ରହିଥାଏ ଯେଉଁଥି ପାଇଁ ଧନ ଆପଣଙ୍କ ଘରକୁ ପ୍ରବେଶ କରିପାରେ ନାହିଁ।
ଦ୍ୱିତୀୟ କଥା। ଉତ୍ତର ଦିଗରେ କେବେବି ସ୍ନାନ ଘର ଟଏଲେଟ କିମ୍ବା ଆବର୍ଜନା ରଖୁଥିବା ଡ଼ଷ୍ଟପିନ କେବେବି ବନେଇ ଉଚିତ ନୁହେଁ। ଏମିତି କଲେ ଆପଣଙ୍କ ଘରେ କେବେବି ଧନ ରହେ ନାହିଁ। ଆପଣଙ୍କର ଅର୍ଜିତ ଧନ ପାଣି ପରି ବହି ଯାଇଥାଏ। କେବେବି ଗୋଟେ ଜାଗାରେ ରହିପାରିବ ନାହିଁ ଏବଂ ଘରର ସଦସ୍ୟଙ୍କ ମଧ୍ୟରେ ସର୍ବଦା ମତଭେଦ ହୋଇପାରେ। ତ ଦୟାକରି ଏହି କଥାର ଧ୍ୟାନ ରଖନ୍ତୁ।
ତୃତୀୟ କଥା। ଉତ୍ତର ଦିଗରେ କେବେବି କାଚ ଜିନିଷ ରଖନ୍ତୁ ନାହିଁ। କାଚର ସମ୍ବଦ୍ଧ ରାହୁ ଗ୍ରହ ସହିତ ହୋଇଥାଏ ଏବଂ ଉତ୍ତର ଦିଗରେ ଏହାକୁ ରଖିଲେ ଘରେ ସୁଖ ସମୃଦ୍ଧି ପଳାଇ ଯିବାକୁ ଲାଗେ। ଏହା ସହିତ ଉତ୍ତର ଦିଗ ବୁଦ୍ଧ ଗ୍ରହଙ୍କ ଦିଗ ଅଟେ। ଏହି ଦିଗରେ ରାହୁଙ୍କ ପ୍ରବେଶ ଅଶୁଭ ହୋଇଥାଏ।
ଆସନ୍ତୁ ଜାଣିବା ଉତ୍ତର ଦିଗରେ କେଉଁ ଜିନିଷ ରଖିବା ଉଚିତ ଯେଉଁଥିରେ ଧନର ବୃଦ୍ଧି ହେବ। ଏହା ଦ୍ବାରା କୁବେର ଦେବ ଉତ୍ତର ଦିଗର ସ୍ୱାମୀ ତ ହୋଇଥାନ୍ତି କିନ୍ତୁ ତାଙ୍କୁ ସବୁଜଭରା ଅତ୍ୟନ୍ତ ପ୍ରିୟ ହୋଇଥାଏ।
ଯଦି ଆପଣ ଉତ୍ତର ଦିଗରେ ଗାଡେନ କିମ୍ବା ସବୁଜ ମୟ ଗଛ ଲଗାନ୍ତି ତ ଏହି ଦିଗ ସବୁଜ ରଙ୍ଗ କରନ୍ତି ତ କୁବେର ଦେବ ପ୍ରସନ୍ନ ହୋଇ ସେହି ଘରକୁ ପ୍ରବେଶ କରିଥାନ୍ତି ଏବଂ ନିଜର କୃପା ସେହି ଘର ଉପରେ ବର୍ଷା କରିଥାନ୍ତି କିନ୍ତୁ ଏହି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ କି କଣ୍ଟା ଜାତୀୟ ଗଛ ଉତ୍ତର ଦିଗରେ କେବେବି ଲଗେଇବେ ନାହିଁ। ଯଦି ଆପଣଙ୍କ ଘରର ଦ୍ୱାର ଉତ୍ତର ଦିଗକୁ ହୋଇଥିବ ତ ଏହା ସବୁଠାରୁ ଅଧିକ ଉତ୍ତମ ରହିବ। କାହିଁକିନା କୁବେର ଦେବଙ୍କ ପାଇଁ ଆପଣଙ୍କ ଦ୍ୱାର ସର୍ବଦା ଖୋଲା ରହିବ ଯେଉଁଥିରେ ଧନ ବି ମଧ୍ୟ ଆପଣଙ୍କ ଘର ଆଡ଼କୁ ଆକର୍ଷିତ ହେବ।
କାଚ ଜିନିଷ ଉତ୍ତର ଦିଗରେ ରଖିବେ ନାହିଁ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ବନି ରହୁ ତ ଉତ୍ତର ଦିଗରେ ପାରଦରେ ପ୍ରସ୍ତୁତ ଶିବ ଲିଙ୍ଗ ଅବଶ୍ୟ ରଖନ୍ତୁ। ଯାହାର ମୁଖ ଉତ୍ତର ଦିଗ ଆଡ଼କୁ ହେବା ଉଚିତ। ସବୁଦିନ ସେହି ଶିବଳିଙ୍ଗର ପୂଜା କରିବା ଉଚିତ। ପାରଦ କୁବେର ଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଯଦି ଆପଣ ପାରଦରେ ତିଆରି ଶିବଲିଙ୍ଗ ଉତ୍ତର ଦିଗରେ ରଖୁଛନ୍ତି ତେବେ ଏହାର ଲାଭ ଅନେକ ଗୁଣା ବଢିଯାଇଥାଏ। ଉତ୍ତର ଦିଗରେ ଶିବଲିଙ୍ଗ ରଖିବା ପରେ ସବୁଦିନେ ସେଠାରେ ଦୀପ ଜଳାନ୍ତୁ ଏବଂ ଜଳ ଅବଶ୍ୟ ଅର୍ପଣ କରନ୍ତୁ ଏହା ଦ୍ବାରା ଘରେ ଶୁଦ୍ଧ ହୋଇଥାଏ। ଯାହା ଦ୍ୱାରା ମା ଲକ୍ଷ୍ମୀ ଏବଂ ଭଗବାନ କୁବେର ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି।