ଦେଶ ବିଦେଶ

ସିଏଏ ବିରୋଧରେ ଡିଏମକେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ତାମିଲନାଡୁର କ୍ଷମତାଶୀନ ଡିଏମକେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିଏମକେ ଯାଚିକାରେ କହିଛି କି, ସିଏଏ ୨୦୧୯ ସ୍ବେଚ୍ଛାଚାରିତା ଅଟେ। କାରଣ  କେବଳ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶ ସହ ଏହା ସମ୍ବନ୍ଧିତ। ସେହିପରି ଏଥିରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିଆନ ସମୁଦାୟକୁ ସାମିଲ କରାଯାଇଛି।

ସିଏଏକୁ ନେଇ ଡିଏମକେ ପ୍ରମୁଖ  ଏମକେ ଷ୍ଟାଲିନଙ୍କ ଦ୍ବାରା ଏକ ପ୍ରତିନିଧି ମଣ୍ଡଳ ଗଠନ କରାଯାଇ  ଏକ କୋଟି ନାଗରିକଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇଥିଲା। ଏହି ହସ୍ତାକ୍ଷର ସମ୍ବଳିତ ପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା, କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା।

ସୂଚନାଯୋଗ୍ୟ, ସିଏଏର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିବା ଯାଚିକାସବୁର ଆସନ୍ତା ଡିସେମ୍ବର ୬ରେ ଶୁଣାଣି ହେବାକୁ ଯାଉଛି। ସେପଟେ ବୁଧବାର ଦିନ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହା ଉପରେ ଆସାମ ଓ ତ୍ରୀପୁରାର ଜବାବ ୩ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କହିଛନ୍ତି।

ଯାଚିକାକର୍ତ୍ତାମାନଙ୍କ ତରଫରୁ ଓକିଲ ପଲ୍ଲବୀ ପ୍ରତାପ ଓ କେନ୍ଦ୍ର ପକ୍ଷରୁ କନୁ ଅଗ୍ରୱାଲଙ୍କୁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଉଭୟ ସମସ୍ତ ଦସ୍ତାବିଜକୁ ଏକତ୍ର କରି ମାମଲାଗୁଡିକୁ ବାଣ୍ଟିବେ ଓ ସମସ୍ତ ପକ୍ଷରୁ ଦେବେ। ସମସ୍ତ ପକ୍ଷରୁ ତିନି ପୃଷ୍ଠାର ଲିଖିତ ଦଲିଲ ଦେବାକୁ କୁହାଯାଇଛି। ମୋଟ ୨୩୨ ଯାଚିକା ଉପରେ ଶୁଣାଣି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button